ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଚଳିତ ମାସର ପାଣିପାଗ ରହିବ ସମ୍ପୂର୍ଣ୍ଣ ଅଲଗା, କେବେ ପ୍ରବଳ ବର୍ଷା ତ ଆଉ କେବେ ଜୋରଦାର ଗରମ

Published By : Harapriya Biswal | October 3, 2024 4:11 PM

ନୂଆଦିଲ୍ଲୀ,୩।୧୦:ପାଣିପାଗ ବୈଜ୍ଞାନିକଙ୍କ ଅନୁମାନ ଓ ଗଣନା ଅନୁସାରେ, ଏଥର ଅକ୍ଟୋବରରେ ପୁରା ଦେଶରେ ହାରାହାରିଠାରୁ ଅଧିକ ବର୍ଷା ଆଉ ଅଧିକ ଗରମ ମଧ୍ୟ ହେବ। ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବରରେ ମଧ୍ୟ ଜୋରଦାର ବର୍ଷା ହୋଇଛି। ଏଥର ଅକ୍ଟୋବରରେ ମଧ୍ୟ ସେଭଳି ହେବ। ପାଣିପାଗ ବିଭାଗର ଡାଇରେକ୍ଟର ଜେନେରାଲ ମୃତ୍ୟୁଞ୍ଜୟ ମହାପାତ୍ର ଏହି ଖୁଲାସା କରିଛନ୍ତି।

ସେ କହିଛନ୍ତି, ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗର ଅନୁମାନ ଯେ, ଏଥର ଅକ୍ଟୋରରେ ଗତ ୫୦ ବର୍ଷର ହାରାହାରି ଆଭରେଜ୍‌ଠାରୁ ୧୧୫ % ଅଧିକ ବର୍ଷାର ଅନୁମାନ କରାଯାଉଛି। ଫଳରେ ଫସଲ ନଷ୍ଟ ହୋଇପାରେ। କାରଣ ଫସଲ କାଟିବା ସମୟ ଆସୁଛି, ଏଭଳି ସମୟରେ ବର୍ଷା ପାଣିରେ ନଷ୍ଟ ହୋଇପାରେ।

କୃଷକମାନେ ବର୍ତ୍ତମାନ ସମୟରେ ଫସଲ କାଟିବା ଆରମ୍ଭ କରିଛନ୍ତି। ଧାନ, କପା, ସୋୟାବିନ୍‌, ମକ୍କା, ଡାଲି ଆଦି ଫସଲ ଏବେ କାଟିବା ସମୟ। ଯଦି ବର୍ଷା ହୁଏ ତେବେ ବହୁ ଫସଲ ନଷ୍ଟ ହୋଇଯିବ। ମୌସୁମୀରେ ବିଳମ୍ବ ଆସିବା କାରଣରୁ ସେପ୍ଟେମ୍ବରରେ ମଧ୍ୟ ଅଧିକ ବର୍ଷା ହୋଇଥିଲା। ଫଳରେ ଦେଶର କିଛି ଭାଗରେ ଫସଲ ଅନେକ ନଷ୍ଟ ହୋଇଛି। 

ଅକ୍ଟୋବରରେ ବର୍ଷାର ମଧ୍ୟ ଲାଭ ଅଛି। ଯଦି ମାଟି ଓଦା ରହିବ, ଶୀତ ଦିନିଆ ଫସଲ ଲାଭ ହେବ। ଯେପରିକି ଗହମ, ଚଣା ଆଦି ଚାଷ ଭଲ ହେବ। ସାଧାରଣତଃ ଯେଉଁ ସମୟରେ ମୌସୁମୀ ଯାଏ, ତା’ର ଗୋଟେ ସପ୍ତାହନ ପରେ ଏଥର ଯାଉଛି। ତେଣୁ ଏଥର ସମ୍ପୂର୍ଣ୍ଣ ଭାବରେ ମୌସୁମୀ ଯିବା ବେଳକୁ ଅକ୍ଟୋବର ଅଧା ହୋଇଯିବ। ଯେଉଁ ସମୟରେ ବର୍ଷା ବନ୍ଦ ହେବ, ସେଥିରୁ ବଢିଥିବା ଆଦ୍ରତା ଓ ସୂର୍ଯ୍ୟ କିରଣ କାରଣରୁ ତାପମାତ୍ରା ମଧ୍ୟ ଅଧିକ ରହିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.