ପ୍ରମୁଖ ଖବର
  • ଇଣ୍ଡିଆନ୍‌ ଓଭରସିଜ୍‌ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସାମ୍‌ ପିଟ୍ରୋଡା
  • ||
  • ଭୁବନେଶ୍ୱର : ଅନ୍‌ଲାଇନ୍‌ ଟ୍ରେଡିଂ ନାଁରେ ୬୧ ଲକ୍ଷ ଠକେଇ, ମାଷ୍ଟରମାଇଣ୍ଡ୍‌ ୪ ରାଜ୍ୟରେ ମୋଷ୍ଟ୍‌ ୱାଣ୍ଟେଡ୍
  • ||
  • ଭୁବନେଶ୍ୱର : ମେ ଚତୁର୍ଥ ସପ୍ତାହରେ ମାଟ୍ରିକ୍‌ ଫଳ ! ହ୍ୱାଟସ୍‌ଆପ୍‌ରେ ପରୀକ୍ଷାର୍ଥୀ ପାଇବେ ରେଜଲ୍ଟ
  • ||
  • ନୂଆଦିଲ୍ଲୀ : ସମୂହ ଛୁଟିରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଶତାଧିକ କ୍ରିଉ ମେମ୍ଵର, ୭୦ରୁ ଅଧିକ ଉଡ଼ାଣ ବାତିଲ୍
  • ||
  • ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ସନ୍ଧ୍ୟା ୬ଟାରୁ ରାତି ୧୨ଟା ଦର୍ଶନ ମନା
  • ||
  • ଭୁବନେଶ୍ୱର : ଜନପଥରେ ମୋଦିଙ୍କ ରୋଡ୍‌ ସୋ', ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଏସ୍‌ପିଜି, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଭୁବନେଶ୍ଵର : ଆଜି ୭ ଜିଲ୍ଲାରେ ନିର୍ଧୁମ ବର୍ଷିବ, ୧୦ ଯାଏ ବିସ୍ତୀର୍ଣ୍ଣ ଅଞ୍ଚଳରେ ବର୍ଷା
  • ||
  • ଭୁବନେଶ୍ଵର : ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍, ରାସ୍ତା ପାରି ହେଉଥିବା ବେଳେ ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରକ୍
  • ||

IPL 2024: ଏକାନ୍ନା ଷ୍ଟାଡ଼ିୟମ୍‌ରେ ସୁପରଜାଏଣ୍ଟ୍‌ଙ୍କୁ ଭେଟିବ ରୟାଲ, ପ୍ରତିଶୋଧ ଲକ୍ଷ୍ୟରେ ଲକ୍ଷ୍ନୌ

ଲକ୍ଷ୍ନୌ, ୨୭/୦୪: ଚଳିତ ଆଇପିଏଲ୍‌ରେ ଶନିବାର ରାଜସ୍ଥାନ  ରୟାଲ୍ସ ଓ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ପରସ୍ପରକୁ ଭେଟିବେ । ସୁପରଜାଏଣ୍ଟ୍‌ର ଘରୋଇ ଗ୍ରାଉଣ୍ଡ ଏକାନ୍ନା ଷ୍ଟାଡ଼ିୟମ୍‌ରେ ଏହି ମ୍ୟାଚ୍‌ ଖେଳାଯିବ । ରାଜସ୍ଥାନ ରୟାଲ୍ସ ପ୍ରଥମ ଦଳ ଭାବେ ପ୍ଲେ-ଅଫ୍‌ରେ  ପହଞ୍ଚିବାକୁ ଯୋଜନା କରୁଥିବାବେଳେ  ଘରୋଇ ଦଳ ପୂର୍ବ ପରାଜୟର  ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି । ଘରୋଇ ଗ୍ରାଉଣ୍ଡ୍‌ରେ ସୁପରଜାଏଣ୍ଟ୍‌ସର ପଲା ଭାରି ଜଣା ପଡ଼ୁଥିଲେ ହେଁ ଏହି ମ୍ୟାଚ୍‌କୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ଉଭୟ ଦଳର ପ୍ରଦର୍ଶନରେ  ଅନେକ ସାମଞ୍ଜସ୍ୟ ରହିଛି । 

ଉଭୟ ଦଳର ଉପରଭାଗ ବ୍ୟାଟରମାନେ  ଚମତ୍କାର ଫର୍ମରେ ରହିଛନ୍ତି ଓ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି । ତେଣୁ ନିମ୍ନ କ୍ରମ ବ୍ୟାଟରମାନଙ୍କୁ ପରିଶ୍ରମ କରିବାକୁ ପଡ଼ୁନାହିଁ । ଠିକ୍‌ ସେହିପରି ଉଭୟ ଦଳର ବୋଲିଂ ବିଭାଗ ଶକ୍ତିଶାଳୀ ଓ ଯଥେଷ୍ଟ ବିଭିନ୍ନତା ରହିଛି । ଉଭୟ ଦଳ ମାର୍ଚ୍ଚ ୨୪ ତାରିଖରେ  ପରସ୍ପରକୁ ଭେଟିଥିଲେ । ରାଜସ୍ଥାନ ରୟାଲ୍ସ ଉକ୍ତ ମ୍ୟାଚ୍‌କୁ ୨୦ ରନ୍‌ରେ  ଜିତିଥିଲା । ଉଭୟ ଦଳର ଏହା ପ୍ରଥମ  ମ୍ୟାଚ୍‌ ରହିଥିଲା। ବର୍ତ୍ତମାନ ସମୟ  ବଦଳିଛି । ସୁପରଜାଏଣ୍ଟ୍‌ସ ଚମତ୍କାର  ଫର୍ମରେ ରହିଛି । ରୟାଲ୍ସ ଦଳ ଟେବୁଲ୍‌ ଟପ୍ପର ରହିଥିବାରୁ ଆସନ୍ତା କାଲିର ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି ।  

ଶନିବାର ପ୍ରଦର୍ଶନ ଅପେକ୍ଷା ରଣନୀତି ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହେବ । ଶନିବାର ପେସ୍‌ ବୋଲିଂ ବିସ୍ମୟ  ମୟଙ୍କ ଯାଦବ ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା ରହିଛି । ସେ ଫିଟ୍‌ ଘୋଷିତ  ହେଲେ ୟଶ ଠାକୁର ଏକାଦଶରୁ  ବାଦ ପଡ଼ିବେ । ସେହିପରି ରାଜସ୍ଥାନ  ରୟାଲ୍ସ ଦଳ ଅପରିବର୍ତ୍ତିତ ରଖିବ । 

ସୱାଇ ମାନସିଂ ଷ୍ଟାଡ଼ିୟମ୍‌(ରାଜସ୍ଥାନ  ରୟାଲ୍ସର ଘରୋଇ ଗ୍ରାଉଣ୍ଡ) ତୁଳନାରେ  ଏକାନ୍ନା ପିଚ୍‌ ସାମାନ୍ୟ ମନ୍ଥର । ଆସନ୍ତା  କାଲି ନାଲି ମାଟିରେ ପ୍ରସ୍ତୁତ ପିଚ୍‌ରେ  ଖେଳ ହୋଇପାରେ । ସୁପରଜାଏଣ୍ଟ୍‌ସ  ଘରୋଇ ଗ୍ରାଉଣ୍ଡ୍‌ରେ ୩ଟି ମ୍ୟାଚ୍‌ ଖେଳିଛି  ଓ ଏଥିରୁ କଳା ମାଟିରେ ପ୍ରସ୍ତୁତ ପିଚ୍‌ରେ ୨ଟି ମ୍ୟାଚ୍‌ ଖେଳି ବିଜୟ ହାସଲ କରିଛି ।  ଏହି ପିଚ୍‌ ସ୍ପିନରଙ୍କୁ ସହାୟତା କରିବ । ମାତ୍ର ରାଜସ୍ଥାନ ରୟାଲ୍ସ ନିକଟରେ ରବି ଅଶ୍ୱିନ ଓ ୟୁଝବେନ୍ଦ୍ର ଚହଲଙ୍କ ଭଳି ସ୍ପିନର  ରହିଥିବାରୁ ସୁପରଜାଏଣ୍ଟ୍‌ସ ନାଲି ମାଟିରେ  ପ୍ରସ୍ତୁତ ପିଚ୍‌କୁ ଚୟନ କରିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.