ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଗବେଷକଙ୍କ ନୂଆ ଆବିଷ୍କାର, ବିନା ପରିଶ୍ରମରେ ବ୍ୟାୟାମର ସୁଫଳ ଦେବ ବଟିକା ‘ଲେକ୍‌’

Published By : Krishna Priya | October 12, 2024 12:04 PM

ନୂଆଦିଲ୍ଲୀ ୧୨/୧୦: ଡେନ୍‌ମାର୍କର ଗବେଷକମାନେ ଏକ ନୂଆ ‘ବ୍ୟାୟାମ ବଟିକା’ ପ୍ରସ୍ତୁତ କରିଛନ୍ତି । ବିନା ପରିଶ୍ରମରେ ଏହା ବ୍ୟକ୍ତି ଉପରେ କଠିନ ବ୍ୟାୟାମର ସୁଫଳ ଓ ପ୍ରଭାବ ପକାଇବ ବୋଲି ସେମାନେ ଦାବି କରିଛନ୍ତି । ଏଗ୍ରିକଲ୍‌ଚରାଲ ଆଣ୍ଡ ଫୁଡ୍‌ କେମିଷ୍ଟ୍ରୀ ପତ୍ରିକାରେ ଅଧ୍ୟୟନର ତଥ୍ୟ ପ୍ରକାଶ ପାଇଛି । ଅଧ୍ୟୟନ ଅନୁସାରେ, ଏହି ବଟିକା ଲମ୍ବା ଦୂରତା ଦୌଡ଼ିବାର ସମାନ ସ୍ୱାସ୍ଥ୍ୟ ସୁଫଳ ପ୍ରଦାନ କରେ । ବଟିକାର ନାଁ ‘ଲେକ୍‌’ । ପ୍ରୟୋଗଶାଳାରେ ମୂଷାଙ୍କଠାରେ ଏହାର ପରୀକ୍ଷଣ କରାଯାଇଛି । ଶରୀରରୁ ବିଷାକ୍ତ ତତ୍ତ୍ୱ ବାହାର କରି ଏହା ହୃତ୍‌ପିଣ୍ଡକୁ ଶକ୍ତିଶାଳୀ କରିଥିବା ଲକ୍ଷ୍ୟ କରାଯାଇଛି ।

ମୁଖ୍ୟ ଅଧ୍ୟୟନକର୍ତ୍ତା ଆରହସ୍‌ ବିଶ୍ୱବିଦ୍ୟାଳୟର ଥୋମାସ ପଲ୍‌ସେନ କହିଛନ୍ତି ‘ଆମେ ଏକ ଅଣୁ ବିକଶିତ କରିଛୁ, ଯାହା କଠିନ ବ୍ୟାୟାମ ଓ ଉପବାସ ପ୍ରତି ଶରୀରର ପ୍ରାକୃତିକ ମେଟାବଲିକ୍‌ ପ୍ରତିକ୍ରିୟାର ନକଲ କରିବାରେ ସକ୍ଷମ । ଅଭ୍ୟାସରେ ଏହି ଅଣୁ ଶରୀରକୁ ଏକ ମେଟାବଲିକ୍‌ ଅବସ୍ଥାକୁ ଆଣେ, ଯାହା ଖାଲି ପେଟରେ ଦ୍ରୁତ ବେଗରେ ୧୦ କିମି ଦୌଡ଼ିବା ସହ ସମାନ । ଗବେଷକଙ୍କ ଅନୁସାରେ, ବ୍ୟାୟାମ ପରେ ଶରୀର ସାଧାରଣତଃ ଏକ ଉତ୍ତେଜନ ଅବଧିରେ ପ୍ରବେଶ କରେ ଯେଉଁଠି ଲାକ୍ଟେଟ୍‌ ଓ କେଟୋନ୍‌ର ସ୍ତର ବଢ଼େ । କ୍ଷୁଧା-ଦମନକାରୀ ହରମୋନ୍‌ର କ୍ଷରଣକୁ ଉତ୍ତେଜିତ କରିବା ସହିତ ରକ୍ତପ୍ରବାହରୁ ଫ୍ୟାଟି ଏସିଡ୍‌କୁ ମଧ୍ୟ ଏହା ବାହାର କରିଦିଏ । ଏଥିସହ ହୃଦ୍‌ରୋଗ, ଷ୍ଟ୍ରୋକ୍‌, ଟାଇପ୍‌-୨ ମଧୁମେହ ଭଳି ବିପଦକୁ ହ୍ରାସ କରି ଶରୀରର ପୁନଃନିର୍ମାଣ ପ୍ରଣାଳୀକୁ ତୀବ୍ର କରେ । ଲାକ୍ଟେଟ୍‌ କ୍ଷରଣ ମେଟାବଲିକ୍‌ କାର୍ଯ୍ୟକୁ ବଜାୟ ରଖିବାରେ ସାହାଯ୍ୟ କରେ । ଯକୃତ ଦ୍ୱାରା ଉତ୍ପନ୍ନ ହେଉଥିବା କେଟୋନ୍‌ ଶରୀର ଚର୍ବିକୁ ଶକ୍ତିରେ ରୂପାନ୍ତର ଆରମ୍ଭ କଲେ ଯେକୌଣସି ମୁହୂର୍ତ୍ତରେ କାମ କରେ । 

ଏହି ପ୍ରଭାବକୁ କେବଳ ଖାଦ୍ୟପେୟ ନିୟନ୍ତ୍ରଣ ମାଧ୍ୟମରେ ହାସଲ କରିବା ସମ୍ଭବ ନୁହେଁ । କାରଣ ଏସିଡ୍‌ ଓ ଲୁଣ ଭଳି ଉପ-ଉତ୍ପାଦ ବିନା ପ୍ରଚୁର ମାତ୍ରାରେ ଲାକ୍ଟେଟ୍‌ ଓ କେଟୋନ୍‌ର ସେବନ କରାଯାଇପାରେ ନାହିଁ ବୋଲି ଗବେଷକମାନେ କହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ସେମାନେ ଲେକ୍‌ ବଟିକା ବିକଶିତ କରିଛନ୍ତି । କୌଣସି ହାନିକାରକ ତତ୍ତ୍ୱ ବିନା ଏଥିରେ ଲାକ୍ଟେଟ୍‌ ଓ କେଟୋନ୍‌ ରହିଛି । ଗବେଷକମାନେ ଦାବି କରିଛନ୍ତି, ଶରୀର ଦ୍ୱାରା ଉତ୍ପନ୍ନ ହେଉଥିବା ଲାକ୍ଟେଟ୍‌ ଓ କେଟୋନ୍‌ର ପରିମାଣକୁ ଲେକ୍‌ ସୁରକ୍ଷିତ ଓ ପ୍ରଭାବଶାଳୀ ଭାବେ ନିୟନ୍ତ୍ରଣ କରିପାରେ । କୌଣସି କଠିନ ପରିଶ୍ରମ ବିନା ଏହି ବଟିକା ସୁଫଳ ପ୍ରଦାନ କରିବ । ଆହତ କିମ୍ବା କୌଣସି କାରଣରୁ ସ୍ୱାସ୍ଥ୍ୟାବସ୍ଥା ସହିତ ସାଲିସ କରୁଥିବା ଲୋକଙ୍କ ପାଇଁ ଏହା ଗେମ୍‌ ଚେଞ୍ଜର୍‌ ହେବ । ଦୁର୍ବଳ ହୃତ୍‌ପିଣ୍ଡ ଭଳି ଶାରୀରିକ ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକଙ୍କ ପକ୍ଷେ ନ ଖାଇ ଅନେକ କିମି ଦୌଡ଼ିବା ଅସମ୍ଭବ । ସେହି ଦୃଷ୍ଟିରୁ ଏଭଳି ଏକ ପୁଷ୍ଟିକର ପୂରକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ପଲ୍‌ସେନ କହିଛନ୍ତି । ଏହାର ସୁରକ୍ଷା ଓ ପ୍ରଭାବକୁ ଜାଣିବା ପାଇଁ ଖୁବ୍‌ଶୀଘ୍ର ମାନବ ପରୀକ୍ଷଣ ହେବ । ସଫଳ ହେଲେ, ଲେକ୍‌ ବଟିକା ମଣିଷ ପାଇଁ ବଜାରରେ ଉପଲବ୍ଧ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.