ନୂଆଦିଲ୍ଲୀ,୨୬।୩: ଭାରତ ପଶ୍ଚିମ ଏସିଆ ଯୁଦ୍ଧ ଭିତରେ ତେଲ ଓ ଗ୍ୟାସ୍ ସପ୍ଲାଇ ବନ୍ଦ ହେବାପରେ କୌଣସି ପ୍ରକାର ବିଶୃଙ୍ଖଳାରୁ ବଞ୍ଚିବା ପାଇଁ ବଡ଼ ପଦକ୍ଷେପ ଗ୍ରହଣ କରିଛି। କରୋନା ଭଳି ଚ୍ୟାଲେଞ୍ଜ ବେଳେ ପ୍ରସ୍ତୁତି ପାଇଁ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ୭ ଏମ୍ପାୟର୍ଡ ଗ୍ରୁପ୍ ତିଆରି କରିବାର ଘୋଷଣା କରିଛନ୍ତି। ଯାହାର ମଡେଲ କରୋନା କାଳର ଟିମ୍ ଭଳି ହେବ। ଦେଶରେ ଲକଡାଉନ୍ ଭଳି ସ୍ଥିତି ଯେପରି ସୃଷ୍ଟି ନହେବ ଭାରତ ଏଥିପାଇଁ ମଜବୁତ ରଣନୀତି ତିଆରି କରି ତାଉପରେ କାମ କରିବା ଆରମ୍ଭ କରିଦେଇଛି। ସେଭଳି ପାକିସ୍ତାନ-ବାଂଲାଦେଶ ଓ ଶ୍ରୀଲଙ୍କା ଏମର୍ଜେନ୍ସି ମୋଡ୍ରେ ଚାଲି ଆସିଛି।
କରୋନା କାଳ ଭଳି ୭ ପାଓ୍ବାରଫୁଲ ଗ୍ରୁପ୍, ତେଲ ଦାମ୍ ଉପରେ ଲଗାମ
-ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ କହିଥିଲେ,ପଶ୍ଚିମ ଏସିଆ ସଙ୍କଟର ମୁକାବିଲା ପାଇଁ ସିନିୟର ଅଫିସର ଓ ବିଶେଷଜ୍ଞଙ୍କ ୭ ସଶକ୍ତ ଗ୍ରୁପ୍ ତିଆରି କରାଯାଇଛି।
-ଯେଉଁ ‘ଧୂରନ୍ଦର’ ଟିମ୍ ତିଆରି କରାଯାଇଛି,ତା’ର ମଡେଲ କରୋନା କାଳ ବଳି ରହିଛି। ଯାହାକି ପେଟ୍ରୋଲ,ଡିଜେଲ,ଖାଦ୍ୟ,ନାଚୁରାଲ ଗ୍ୟାସ୍, ସପ୍ଲାଇ ଚେନ୍ ଓ ଦରଦାମ୍ ବୃଦ୍ଧି ଭଳି ବିପଦର ମୁକାବିଲା ପାଇଁ ତିଆରି କରାଯାଇଛି। ନିକଟରେ ଅନ୍ତର୍ଜାତୀୟ ସ୍ତରରେ ତୈଳ ଦାମ୍ ୧୧୨ ଡଲାର ପ୍ରତି ବ୍ୟାରେଲରେ ପହଁଞ୍ଚିଥିଲା।
ତିନି ପ୍ରକାର ଷ୍ଟ୍ରାଟେଜି ଉପରେ କାମ କରିବ ଏହି ଟିମ୍
-ଏହି ଟିମ୍ ସର୍ଟ ଟର୍ମ, ମିଡିୟମ ଟର୍ମ ଓ ଲଙ୍ଗ ଟର୍ମ ଷ୍ଟ୍ରାଟେଜି ପାଇଁ ତିଆରି କରାଯାଇଛି। ଏହି ଗ୍ରୁପ୍ ଏନର୍ଜୀ ପ୍ରଡକ୍ଟ ପାଇଁ ବୈକଳ୍ପିକ ଆମଦାନୀ ସ୍ରୋତର ସନ୍ଧାନ କରିବ।
-ଏହି ଗ୍ରୁପ୍ ଘରୋଇ ଉପଲବ୍ଧତା ଉପରେ ମଧ୍ୟ ନଜର ରଖିବ ଓ ଏହା କୌଣସି ବାଧାରୁ ରକ୍ଷା ପାଇବା ପାଇଁ କିଛି ଉପାୟ ଉପରେ ଖୋଲାଖୋଲି ପରାମର୍ଶ ଦେବ। ଏହା ସହିତ ମଧ୍ୟ ମାର୍କେଟରେ କଳ ବଜାରୀ ଓ ଜାମଖୋରି ଉପରେ ଲଗାମ ଲଗାଇବ।
-ଏହି ଗ୍ରୁପ୍ ଘରୋଇ ଉପଲବ୍ଧତା ଉପରେ ମଧ୍ୟ ନଜର ରଖିବ ଓ ଏହା କୌଣସି ବାଧାରୁ ବଞ୍ଚିବା ପାଇଁ କିଛି ଉପାୟ ବିଷୟରେ ପରାମର୍ଶ ଦେବ। ଏହା ସହିତ ମଧ୍ୟ ମାର୍କେଟରେ କଳା ବଜାରୀ ଓ ଜମାଖୋରି ଉପରେ ଲଗାମ ଲଗାଯିବ।
ଯୁଦ୍ଧ ସଙ୍କଟରେ କ’ଣ ହୋଇପାରେ ?
-‘ବିଜନେସ୍ ଭିୟୁ ପଏଣ୍ଟ’ ରେ ଛପା ଯାଇଥିବା ରିପୋର୍ଟ ଅନୁଯାୟୀ, ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଯୁଦ୍ଧ ସଙ୍କଟ ତେଲ ଏବଂ ଗ୍ୟାସର ମୂଲ୍ୟକୁ ଆହୁରି ବୃଦ୍ଧି କରିପାରେ। ମୁଦ୍ରାସ୍ଫୀତି ବୃଦ୍ଧି ପାଇପାରେ। ଖାଦ୍ୟ ସାମଗ୍ରୀ ମହଙ୍ଗା ହୋଇପାରେ। ଯୋଗାଣ ହ୍ରାସ ପାଇପାରେ ଏବଂ ଅର୍ଥନୈତିକ ସ୍ଥିରତା ପ୍ରଭାବିତ ହୋଇପାରେ।
- ଶକ୍ତି ବିଶ୍ଳେଷକ ଆରକେ ଶର୍ମାଙ୍କ ରିପୋର୍ଟରେ କୁହାଯାଇଛି ଯେ ଏହା କେବଳ ଏକ ଶକ୍ତି ସମସ୍ୟା ନୁହେଁ, ବରଂ ଏକ ବ୍ୟାପକ ଅର୍ଥନୈତିକ ଚ୍ୟାଲେଞ୍ଜ। ଯଦି ଯୋଗାଣ ନିରନ୍ତର ବାଧାପ୍ରାପ୍ତ ହୁଏ, ତେବେ ମୁଦ୍ରାସ୍ଫୀତି ପ୍ରତ୍ୟେକ କ୍ଷେତ୍ରକୁ ପ୍ରଭାବିତ କରିପାରେ।
ଏହା କରୋନା ଭଳି ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ନୁହେଁ, ସପ୍ଲାଇ ଉପରେ ଫୋକସ୍ ହେଉ
-ଯଦିଓ ପ୍ରଧାନମନ୍ତ୍ରୀ ମୋଦି କୋଭିଡ୍-୧୯ ମହାମାରୀ ସମୟ ଭଳି ପ୍ରସ୍ତୁତିକୁ ଆହ୍ୱାନ ଦେଇଛନ୍ତି, ତଥାପି କୋଭିଡ୍-୧୯ ମହାମାରୀ ସମୟରେ ପରି କୌଣସି ଲକଡାଉନ୍ ହେବ ନାହିଁ। କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନର ସଙ୍କଟ ଅର୍ଥନୈତିକ ଏବଂ ଭୂରାଜନୈତିକ। ଏହା ଏକ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ନୁହେଁ।
-ଅର୍ଥନୀତିଜ୍ଞ ମୀରା ଆୟରଙ୍କ ଅନୁଯାୟୀ, ବର୍ତ୍ତମାନର ପରିସ୍ଥିତି ପାଇଁ ସତର୍କତା ଆବଶ୍ୟକ, ଚେତାବନୀ ନୁହେଁ। ଏହା ଏକ ଯୋଗାଣ ଆଘାତ। ଏହା ଗମ୍ଭୀର ହୋଇପାରେ, କିନ୍ତୁ ଏଥିପାଇଁ ଲକଡାଉନ୍ ଆବଶ୍ୟକ ହେବ ନାହିଁ। ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ ଏବଂ ସପ୍ଲାଇ ଜାରି ରଖିବା ଉପରେ ଫୋକସନ୍ ହେବା ଦରକାର।
ସପ୍ଲାଇ-ଚେନ୍ ବଜାୟ ରଖିବା ଉପରେ ଫୋକସ୍
-ରିପୋର୍ଟରେ ଅଧିକାରୀମାନେ କହିଛନ୍ତି, ସରକାର ବର୍ତ୍ତମାନ ସପ୍ଲାଇ ଚେନ୍କୁ ବଜାୟ ରଖିବା ଉପରେ ଫୋକସ୍ କରୁଛନ୍ତି। ଟିମ୍ ଇନ୍ଧନର ଉପଲବ୍ଧତାକୁ ସ୍ଥିର ରଖିବା ଓ ମାର୍କେଟରେ କୌଣସି ପ୍ରକାର ପାନିକ୍ ରୋକିବା ଉପରେ କାମ କରୁଛି।
-ନିଜେ ପ୍ରଧାନମନ୍ତ୍ରୀ ମୋଦି ଲୋକସଭାରେ କହିଛନ୍ତି, ଦେଶରେ ୨୭ ବଦଳରେ ୪୧ ଦେଶରୁ ତୈଳ-ଗ୍ୟାସ୍ ଆମଦାନୀ କରୁଛି। ଏହା ସହିତ ୫୩ ମେଟ୍ରିକ୍ ଟନ୍ ତୈଳ ସଂରକ୍ଷଣକୁ ବଢାଇ ୬୫ ମେଟ୍ରିକ୍ ଟନ୍ କରାଯାଉଛି।
ଆହୁରି ପଢନ୍ତୁ :ବନ୍ଦେ ଭାରତ ଏକ୍ସପ୍ରେସରେ ଖରାପ ଖାଦ୍ୟ ପରଷିବା ପଡ଼ିଲା ମହଙ୍ଗା ,IRCTCକୁ ୧୦ ଲକ୍ଷ ଫାଇନ୍