ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଗଣଶିକ୍ଷା ବିଭାଗକୁ ଡ୍ରପ୍‌ଆଉଟ୍‌ ଚିନ୍ତା, ଘରକୁ ଘର ବୁଲିବେ ଶିକ୍ଷକ

Published By : Rasmita Pradhan | April 30, 2025 11:28 AM

ଭୁବନେଶ୍ୱର, ୩୦/୦୪ : ମୁଖ୍ୟସ୍ରୋତରେ ପୁଣି ସାମିଲ ହେବେ ଡ୍ରପ୍‌ ଆଉଟ ଶିକ୍ଷାର୍ଥୀ । ଏଥିପାଇଁ ଚାଲିବ ସର୍ଭେ । କେଉଁ କାରଣରୁ ଅଧାରୁ ପାଠ ପଢ଼ା ଛାଡ଼ିଲେ? ତାର କାରଣ ଖୋଜିବେ ଶିକ୍ଷକ । ଏଥିପାଇଁ ଆସନ୍ତାକାଲିଠୁ ମେ ୫ ତାରିଖ ଯାଏ ଘରକୁ ଘର ଯିବେ ସ୍କୁଲ ଶିକ୍ଷକ । ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ହାଇସ୍କୁଲ ଶିକ୍ଷକ ଏହି ସର୍ଭେ କରିବେ । ଦିନକୁ ୨ରୁ ୩ ଘଣ୍ଟା ବୁଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେମାନଙ୍କୁ ବିଭାଗ ପକ୍ଷରୁ ଦିଆଯାଇଥିବା ସ୍ୱତନ୍ତ୍ର ଆପ୍ଲିକେଶନ ମାଧ୍ୟମରେ ତଥ୍ୟ ମଧ୍ୟ ଅପଲୋଡ୍‌ କରିବେ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି । 

ବିଭାଗ ପକ୍ଷରୁ ହୋଇଥିବା ଚିଠିରେ ଉଲ୍ଲେଖ ହୋଇଛି, ରାଜ୍ୟରେ ପାଖାପାଖି ୪୮ ହଜାର ୪୪ ଜଣ ପିଲା ଡ୍ରପ୍‌ଆଉଟ୍‌ ଅଛନ୍ତି । ଯାହା ୟୁଡାଇଏସ୍‌ ତଥ୍ୟ କହୁଛି । ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍କୁଲର ଡ୍ରପ୍‌ଆଉଟ୍‌ ଶିକ୍ଷାର୍ଥୀ ଅଛନ୍ତି । ତେବେ ୬ ବର୍ଷରୁ ୧୮ ବର୍ଷ ମଧ୍ୟରେ ଥିବା ପିଲାମାନେ କଣ ପାଇଁ ସ୍କୁଲକୁ ଆସୁନାହାନ୍ତି? ପାଠପଢ଼ାରୁ ଦୂରେଇ ରହୁଛନ୍ତି? ତାର କାରଣ ଖୋଜାଯିବ । ଏହାର ପ୍ରାଥମିକ ପର୍ଯ୍ୟାୟ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗରରେ ଏହାର ଏକ ପାଇଲଟ୍‌ ସର୍ଭେ ସରିଛି । ଏହା ମଧ୍ୟ ସଫଳ ହୋଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ସର୍ଭେ ସମୟରେ ଶିଶୁ ଶ୍ରମିକ ଚିହ୍ନଟ କରିବେ । ଏଥିସହ ଯଦି ପିଲା ଓ ଅଭିଭାବକ ଶ୍ରମିକ ତାକୁ ମଧ୍ୟ ସର୍ଭେ ସମୟରେ ରେକର୍ଡ କରାଯିବ । ସେହିପରି ଯୌଥ ପରିବାର ଥିଲେ ପିଲାର ବାପା ମାଙ୍କ ନାମକୁ ନେଇ ସର୍ଭେ ହେବ । ଶିକ୍ଷକମାନେ ଘରକୁ ଘର ଯାଇ ଡ୍ରପ୍‌ଆଉଟ୍‌ ପିଲାଙ୍କୁ ଚିହ୍ନଟ କରିବେ । ବ୍ଲକ୍‌ ଶିକ୍ଷାଅଧିକାରୀ, ସିଆର୍‌ସିସି ଏହାକୁ ତ୍ୱରାନ୍ୱିତ କରିବେ । 

ସର୍ଭେ କରିବାକୁ ଯାଉଥିବା ଶିକ୍ଷକମାନେ ସେମାନଙ୍କ ମୋବାଇଲ୍‌ରେ ବିଭାଗ ପକ୍ଷରୁ ଦିଆଯାଇଥିବା ଆପ୍ଲିକେଶନକୁ ଇନ୍‌ଷ୍ଟଲ୍‌ କରିବା ବାଧ୍ୟତାମୂଳକ । ଏହାକୁ ଅନ୍ୟ କୌଣସି ବ୍ୟକ୍ତି ସହ ବାଣ୍ଟିବେ ନାହିଁ । ବିଭାଗ ପକ୍ଷରୁ ଯେଉଁ ପର୍ଯ୍ୟନ୍ତ ନିର୍ଦ୍ଦେଶ ନ ଦିଆଯାଇଛି ସେ ଯାଏ ଜମା ବି ଏହି ଆପ୍ଲିକେଶନକୁ ଡିଲିଟ୍‌ କିମ୍ବା ଅନ୍‌ଇନ୍‌ଷ୍ଟଲ୍‌ କରିପାରିବେ ନାହିଁ । ବ୍ଲକ ଶିକ୍ଷା ଅଧିକାରୀ ନିଶ୍ଚିତ ଭାବେ ସର୍ବନିମ୍ନ ୩ରୁ ୪ଟି କ୍ଲଷ୍ଟରକୁ ଅନୁଧ୍ୟାନ କରିବାକୁ ଯିବେ । ସେହିପରି ଜିଲ୍ଲା ଶିକ୍ଷା ଅଧିକାରୀ ମଧ୍ୟ ଅତିକମ୍‌ରେ ୨ଟି ବ୍ଲକ ପରିଦର୍ଶନ କରିବେ ଓ ଯାଞ୍ଚ କରିବେ । ସେହିପରି ସିଆର୍‌ସିସି ମାନେ ୪ ସ୍କୁଲକୁ ପରିଦର୍ଶନ କରିବେ । ସର୍ଭେ ସରିବା ପରେ ପ୍ରଧାନଶିକ୍ଷକ ପ୍ରତିଦିନ ସିଆର୍‌ସିସିଙ୍କୁ ତଥ୍ୟ ପ୍ରଦାନ କରିବେ । ଏହାକୁ କ୍ଲଷ୍ଟର ସ୍ତରୀୟ ତଥ୍ୟ କରି ସିଆର୍‌ସିସି ବ୍ଲକ ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିବେ ।

ଏହି ଖବରଟିକୁ ପଢନ୍ତୁ-ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.