ପ୍ରମୂଖ ଖବର
  • Myntra ବିରୋଧରେ ମାମଲା ରୁଜୁ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଫେମା ଆଇନ୍ ଉଲ୍ଲଂଘନ ଅଭିଯୋଗ
  • ||
  • ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ପାଇଁ ୨ ବାଟାଲିଅନ ଗଠନକୁ ମଞ୍ଜୁରି, ୨୦୮୦ ନୂତନ ପଦବୀ ସୃଷ୍ଟି
  • ||
  • କଟକର ୨୧୦ କଲେଜ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ICC ରିପୋର୍ଟ ନଦେଲେ ହେବ କାର୍ଯ୍ୟାନୁଷ୍ଠାନ
  • ||
  • ରକ୍ଷାବନ୍ଧନରେ ମିଳିବ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ବାଦ୍‌ ପଡ଼ିଥିବା ଲକ୍ଷେ ୮୮ ହଜାର ମହିଳାଙ୍କୁ ପୁଣି ସୁଯୋଗ
  • ||
  • ବଲାଙ୍ଗୀର : ମଦଭାଟିରେ ପହଲବାନଙ୍କୁ ହତ୍ୟା ଅଭିଯୋଗ, ତଦନ୍ତ କରୁଛି ପୁଲିସ
  • ||
  • ଗୁରୁବାର ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଗ୍ୱାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା; ୪ ମୃତ, ୬ ଆହତ
  • ||
  • ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି, ଆକାଶପଥକୁ କଡ଼ାକଡ଼ି କଲେ ଦୁଇଦେଶ
  • ||
  • ଗୁରୁବାର ସୃଷ୍ଟି ହେବ ଲଘୁଚାପ : ୨୮ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଆଜିଠୁ ଚତୁର୍ଥ ଟେଷ୍ଟ : ଓଲ୍ଡ ଟ୍ରାଫୋର୍ଡରେ ଭାରତ ପାଇଁ 'କର ବା ମର', ସିରିଜ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ
  • ||
  • ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||

​ଭାରତର ପ୍ରଥମ ସୁପରସୋନିକ୍ ଜେଟ୍... ଶବ୍ଦର ଗତିଠୁ ଅଧିକ ତୀବ୍ର : ୬୨ ବର୍ଷ ସେବା ଦେବା ପରେ ସେବାନିବୃତ୍ତ ହେବ ମିଗ୍‌-୨୧ ଲଢୁଆ ବିମାନ

Published By : Rasmita Pradhan | July 23, 2025 3:03 PM

ନୂଆଦିଲ୍ଲୀ, ୨୩/୦୭ : ଭାରତୀୟ ବାୟୁସେନାରେ ଦୀର୍ଘ ୬୨ ବର୍ଷ ଧରି ସେବା ଦେବା ପରେ ମିଗ୍‌-୨୧ ଲଢ଼ୁଆ ବିମାନ ଆସନ୍ତା ସେପ୍ଟେମ୍ବର ୧୯ରେ ସେବାନିବୃତ୍ତ ହେବାକୁ ଯାଉଛି। ଚଣ୍ଡିଗଡ଼ ବାୟୁସେନା ଘାଟିରେ ଏହାକୁ ଅନ୍ତିମ ବିଦାୟ ଜଣାଇବା ଲାଗି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହାପରେ ବିମାନର ସେବା ଆନୁଷ୍ଠାନିକ ଭାବେ ଶେଷ ହେବ ।  

ମିଗ୍‌-୨୧ ଜେଟ୍‌କୁ ୧୯୬୩ରେ ପ୍ରଥମ ଥର ପାଇଁ ଭାରତୀୟ ବାୟୁସେନାରେ ସାମିଲ କରାଯାଇଥିଲା । ଏହା ଭାରତର ପ୍ରଥମ ସୁପରସୋନିକ୍‌ ଜେଟ୍‌ ଥିଲା । ଅର୍ଥାତ୍‌ ଶଦ୍ଦର ଗତିଠାରୁ ଶୀଘ୍ର ଉଡ଼ିପାରୁଥିଲା । ୧୯୬୫ର ଭାରତ-ପାକ୍‌ ଯୁଦ୍ଧ, ୧୯୭୧ର ବାଂଲାଦେଶ ମୁକ୍ତି ସଂଗ୍ରାମ, ୧୯୯୯ର କାର୍‌ଗିଲ ଯୁଦ୍ଧ, ୨୦୧୯ ବାଲାକୋଟ୍‌ ଷ୍ଟ୍ରାଇକ୍‌, ‘ଅପରେସନ୍‌ ସିନ୍ଦୂର’ରେ ମିଗ୍‌-୨୧ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା । ଏହାର ଶେଷ ୨ଟି ସ୍କ୍ୱାଡ୍ରନ୍‌(୩୬ ମିଗ୍‌-୨୧) ରାଜସ୍ଥାନର ବିକାନେରରେ ନାଲ ବାୟୁସେନା ଘାଟିରେ ମୁତୟନ ରହିଛି । ମିଗ୍‌୨୧ ସେବାନିବୃତ୍ତ ହେବା ପରେ ତେଜସ୍‌ ଏମ୍‌କେ୧ଏ ଯୁଦ୍ଧ ବିମାନ ତାର ସ୍ଥାନ ନେବ । 

ପ୍ରତିରକ୍ଷା ମନ୍ତ୍ରଣାଳୟର ପରିସଂଖ୍ୟାନ ମୁତାବକ, ବାୟୁସେନାରେ ସାମିଲ ହେବା ପରଠାରୁ ଅଦ୍ୟାବଧି ୪୦୦ରୁ ଅଧିକ ମିଗ୍‌୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ସେଥିରେ ୨୦୦ରୁ ଅଧିକ ପାଇଲଟ ପ୍ରାଣ ହରାଇଛନ୍ତି । ସେଥିଲାଗି ଏହାକୁ ‘ଉଡ଼ନ୍ତା କଫିନ’ ନାମରେ ମଧ୍ୟ ସମ୍ବୋଧନ କରାଯାଏ ।  ରୁଷ୍‌ ଓ ଚୀନ ପରେ ଭାରତ ମିଗ୍‌-୨୧ର ତୃତୀୟ ସବୁଠୁ ବଡ଼ ଅପରେଟର ରହିଆସିଛି । ପ୍ରାଥମିକ ଭାବେ ଏହି ଜେଟ୍‌ ରୁଷ୍‌ରେ ତିଆରି ହେଉଥିଲା । ପରେ ଭାରତ ଏହାକୁ ଆସେମ୍ବଲ କରିବାର ଅଧିକାର ଓ ପ୍ରଯୁକ୍ତି ହାସଲ କରିଥିଲା । ରୁଷ୍‌ ୧୯୮୫ରେ ଏହି ବିମାନ ନିର୍ମାଣକୁ ବନ୍ଦ କରିଦେଇଥିଲା । କିନ୍ତୁ ଭାରତ ଏହାର ଅପ୍‌ଗ୍ରେଡେଡ୍‌ ଭାରିଆଣ୍ଟର ବ୍ୟବହାର କରିଆସୁଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.