ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ସମ୍ ହସ୍ପିଟାଲରେ ମଲିକ୍ୟୁଲାର ପରୀକ୍ଷଣ ଏବଂ ଜେନୋମିକ୍ସକୁ ନେଇ ସିଏମ୍‌ଇ ଆୟୋଜିତ

Published By : Gurupada Nath | October 26, 2024 7:34 PM

ଭୁବନେଶ୍ୱର,୨୬/୧୦ : କର୍କଟ ରୋଗର ନିର୍ଣ୍ଣୟ, ପୂର୍ବାନୁମାନ ଓ ଚିକିତ୍ସା କ୍ଷେତ୍ରରେ ବିଶେଷ ଗୁରୁତ୍ୱ ବହନ କରୁଥିବା ମଲିକ୍ୟୁଲାର ହେମାଟୋଲଜି କ୍ଷେତ୍ରରେ ବର୍ତ୍ତମାନ ଘଟୁଥିବା ଉନ୍ନତି ସଂପର୍କରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲଠାରେ ଏକ ବିଶେଷ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ‘ମଲିକ୍ୟୁଲାର ହେମାଟୋଲଜି- ଦି ଫ୍ୟୁଚର ୱି ଆର୍ ଲିଭିଂ ଇନ୍‌’ ଶୀର୍ଷକ ଏହି କଂଟିନ୍ୟୁଇଂ ମେଡିକାଲ୍ ଏଜୁକେସନ୍ (ସିଏମ୍‌ଇ) କାର୍ଯ୍ୟକ୍ରମ ଗତ ବୁଧବାର ହାଇବ୍ରିଡ୍ ମୋଡ୍‌ରେ ଆୟୋଜିତ ହୋଇଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଡାକ୍ତର ଓ ବିଶେଷଜ୍ଞ ଏଥିରେ ଯୋଗ ଦେଇଥିଲେ । 

ସିଏମ୍‌ଇରେ ଯୋଗ ଦେଇଥିବା ବିଶେଷଜ୍ଞମାନେ ମୁଖ୍ୟତଃ ଆଡ୍‌ଭାନ୍ସଡ ମଲିକ୍ୟୁଲାର ଟେଷ୍ଟ ସମେତ ପଲିମେରାସ ଚେନ୍ ରିଆକ୍ସନ୍ (ପିସିଆର୍‌), ଫ୍ଲୁରୋସେନ୍ସ ଇନ୍ ସିଟୁ ହାଇବ୍ରିଡାଇଜେସନ୍ (ଫିସ୍‌) ସାଇଟୋଜେନେଟିକ୍ସ, ସାଙ୍ଗେର ସିକ୍ୱେନ୍ସିଂ ଏବଂ ନେକ୍ସଟ ଜେନେରେସନ୍ ସିକ୍ୱେନ୍ସିଂ (ଏନ୍‌ଜିଏସ୍‌) ଭଳି ପ୍ରକ୍ରିୟା ଯାହାକି ହେମାଟୋଲୋଜି, ଅଙ୍କୋଲୋଜି ଏବଂ ଅନ୍ୟାନ୍ୟ ରୋଗ କ୍ଷେତ୍ରରେ ରୋଗୀ ସେବାର ମେରୁଦଣ୍ଡ ପାଲଟିଛି ସେ ସମ୍ପର୍କରେ ଆଲୋଚନା କରିଥିଲେ । କର୍କଟ ରୋଗର ପରୀକ୍ଷଣ, ପୂର୍ବାନୁମାନ ଏବଂ ଚିକିତ୍ସା ବିଷୟରେ ନିଷ୍ପତ୍ତି ନେବା ଦିଗରେ ମଲିକ୍ୟୁଲାର ହେମାଟୋଲଜି ଅନେକ ସହାୟକ ହେଉଛି ବୋଲି ହେମାଟୋଲୋଜି ରିସର୍ଚ୍ଚ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ପ୍ରଫେସର (ଡାକ୍ତର) ହରପ୍ରସାଦ ପତି ଏହି ସିଏମ୍‌ଇରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କହିଥିଲେ । 

ଓଡ଼ିଶାର ପ୍ରାୟ ସମସ୍ତ ହସ୍ପିଟାଲ୍ ଏବଂ ଲ୍ୟାବ ଏହି ପରୀକ୍ଷା ନିମନ୍ତେ ଓଡ଼ିଶା ବାହାରର ଲ୍ୟାବରେ ସହାୟତା ନିଆଯାଉଥିବା ବେଳେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ହେଉଛି ରାଜ୍ୟର ପ୍ରଥମ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ଯେଉଁଠାରେ କି ଏନ୍‌ଜିଏସ୍ ପରୀକ୍ଷଣ ସୁବିଧା ବର୍ତ୍ତମାନ ଉପଲବ୍ଧ ଅଟେ ।  ମଲିକ୍ୟୁଲାର ଏବଂ ଜେନୋମିକ୍ସ ପରୀକ୍ଷଣ ଖୁବ୍ ଜଟିଳ  ଏବଂ ଏଥିପାଇଁ କେବଳ ଅତ୍ୟାଧୁନିକ ଲାବୋରେଟୋରୀ ବ୍ୟବସ୍ଥା ନୁହେଁ ବରଂ ସ୍ୱତନ୍ତ୍ର ବୈଷୟିକ ଜ୍ଞାନକୌଶଳ ସମ୍ପନ୍ନ ବ୍ୟକ୍ତିବିଶେଷଙ୍କର ଆବଶ୍ୟକତା ରହିଛି । ଏହି ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଯନ୍ତ୍ର ଦ୍ୱାରା  ସ୍ୱାସ୍ଥ୍ୟସେବା ଏବଂ ଗବେଷଣା କ୍ଷେତ୍ରରେ ଚିକିତ୍ସା ନିମନ୍ତେ ଲାଭଜନକ ହେବ ବୋଲି ବକ୍ତାମାନେ କହିଛନ୍ତି । 

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ସୋଆର ଏକ ପ୍ରମୁଖ ଅଂଗ ହୋଇଥିବାବେଳେ ଏହାର ମେଡିକାଲ୍ କଲେଜର ଏକାଡେମିକ ବ୍ୟବସ୍ଥା ଖୁବ୍ ଉନ୍ନତ ଯାହାର ସୁବିଧା ଜନସାଧାରଣ ଅନେକ ମାତ୍ରାରେ ପାଇପାରୁଛନ୍ତି । ଆୟୋଜିତ ସିଏମ୍‌ଇ ହେଉଛି ଏହି ଶିକ୍ଷାନୁଷ୍ଠାନର ଶୈକ୍ଷିକ ଉତ୍କର୍ଷତାର ପ୍ରମାଣ ବୋଲି ପ୍ରଫେସର ପତି କହିଛନ୍ତି । ଏହି ଅବସରରେ ହସ୍ପିଟାଲ୍‌ର ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର କହିଥିଲେ ଯେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମାଇଲ ଖୁଂଟ ପାଲଟିଥିବା ଏହି ହସ୍ପିଟାଲ୍ ହେଉଛି ପ୍ରଥମ ଅନୁଷ୍ଠାନ ଯେଉଁଠାରେ କି ଚିମେରିକ ଆଂଟିଜେନ୍ ରିସେପ୍ଟର-ଟି ସେଲ (କାର-ଟି ସେଲ) ଥେରାପି ବ୍ୟବହାର କରି ଜଣେ ଯୁବ ରକ୍ତକର୍କଟ ରୋଗୀଙ୍କର ସଫଳ ଚିକିତ୍ସା ହୋଇପାରିଛି । ହସ୍ପିଟାଲରେ ଏପର୍ଯ୍ୟନ୍ତ ୭୦ ରୁ ଊର୍ଦ୍ଧ୍ୱ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଂଟେସନ୍ (ବିଏମ୍‌ଟି) ସଫଳତାର ସହ ହୋଇପାରିଛି ବୋଲି ସେ କହିଥିଲେ । 

ହସ୍ପିଟାଲ୍‌ର କ୍ଲିନିକାଲ୍ ହେମାଟୋଲୋଜିର ମୁଖ୍ୟ ଡାକ୍ତର ପ୍ରିୟଙ୍କା ସାମଲ କହିଥିଲେ ଯେ ସଂପୃକ୍ତ ରୋଗୀଙ୍କୁ କାର-ଟି ସେଲ୍ ଚିକିତ୍ସା ଉପଲବ୍ଧ କରିବା କ୍ଷେତ୍ରରେ ହସ୍ପିଟାଲ୍‌ର ସମସ୍ତ ବିଭାଗର ସହଯୋଗ ମିଳିଥିଲା । ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ପ୍ରତ୍ୟେକ ଦିନ ଆମକୁ କିଛି କିଛି ନୂତନ ଶିକ୍ଷା ମିଳୁଛି ବୋଲି ସେ କହିଥିଲେ ।  ହସ୍ପିଟାଲ୍‌ର ମଲିକ୍ୟୁଲାର ଜେନୋମିକ୍ସର ଲ୍ୟାବ୍‌ର ମୁଖ୍ୟ ଡାକ୍ତର ଶିଭାଙ୍ଗୀ ହାରନ୍‌ଖେଡକର ଏହି କାର୍ଯ୍ୟକ୍ରମର ସଂପାଦକ ଥିଲେ ।  ସିଏମ୍‌ଇରେ ହସ୍ପିଟାଲର ଲାବୋରେଟୋରୀର ନିର୍ଦ୍ଦେଶକ ପ୍ରଫେସର (ଡାକ୍ତର) ରାଜଶ୍ରୀ ପାଣିଗ୍ରାହୀ, ମେଡିକାଲ୍ ଅଙ୍କୋଲୋଜିର ମୁଖ୍ୟ ପ୍ରଫେସର (ଡାକ୍ତର) ସୌମ୍ୟ ସୁରଥ ପଣ୍ଡା, ପାଥୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଦେବାହୁତି ମହାପାତ୍ର, ଲ୍ୟାବ ହେମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଭୋଳ ଏବଂ ବିଭିନ୍ନ ବିଭାଗର ଫ୍ୟାକଲ୍ଟିମାନେ ଯୋଗ ଦେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.