ପ୍ରମୁଖ ଖବର
  • ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଜଗତସିଂହପୁର-ବାଲିକୁଦା ନିକଟରେ ଓଲଟିଲା ବରଯାତ୍ରୀ ବସ୍, ୧୦ ଜଣ ଆହତ
  • ||

ଦ୍ୱନ୍ଦ୍ୱରେ କି’ ବୈଜୟନ୍ତ ? ଏଯାଏ କେନ୍ଦ୍ରାପଡ଼ା ଆସିନାହାନ୍ତି, ଭିଡିଓ ବାର୍ତ୍ତାକୁ ନେଇ ରାଜନୀତି ସମୀକ୍ଷକଙ୍କ ମଧ୍ୟରେ ଚର୍ଚ୍ଚା

କେନ୍ଦ୍ରାପଡ଼ା,୨୯/୦୩: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାମ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରରୁ ପ୍ରାର୍ଥୀ ଭାବେ ଘୋଷିତ ହେବା ପରେ ବି  ଅଦ୍ୟାବଧି ସେ ନିର୍ବାଚନମଣ୍ଡଳୀକୁ ଆସିନାହାନ୍ତି । ହୋଲିରେ ସାମିଲ ବି ହୋଇନାହାନ୍ତି । କେବଳ ସୋସିଆଲ୍‌ ମିଡିଆରେ ତାଙ୍କ ନିର୍ବାଚନ ସଂକ୍ରାନ୍ତରେ ଗୋଟିଏ, ଦୁଇଟି ଭିଡିଓ ବାର୍ତ୍ତା ପୋଷ୍ଟ ହୋଇଛି । ଯାହାକୁ  ରାଜନୀତି ସମୀକ୍ଷକମାନେ  ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି । ସମୀକ୍ଷକମାନଙ୍କ ଆକଳନ ଅନୁଯାୟୀ ବୈଜୟନ୍ତ ବୋଧହୁଏ ନିଜ ପ୍ରାର୍ଥିତ୍ୱ ଓ ପ୍ରତିଦ୍ୱନ୍ଦ୍ୱିତାକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି । ଉତ୍ତରପ୍ରଦେଶର ପ୍ରଭାରୀ ପଦ ଛାଡ଼ିବାକୁ ହୁଏତ ସେ ଚାହୁନାହାନ୍ତି । ତେଣୁ କେନ୍ଦ୍ରାପଡ଼ାରେ ଟିକଟ ପାଇବା ପରେ ହାର୍‌ଜିତ୍‌ର ଅଙ୍କ କଷୁଛନ୍ତି ।

ଯଦିଓ ସେ ପୂର୍ବରୁ ଦୁଇ ଥର ବିଜେଡି ପ୍ରାର୍ଥୀ ଭାବେ କେନ୍ଦ୍ରାପଡ଼ାରୁ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି, ୨୦୧୯ରେ ବିଜେପିରୁ ପ୍ରତିଦ୍ୱନ୍ଦ୍ୱିତା କରି ସେ କିନ୍ତୁ ବିଜେଡିର ଅନୁଭବ ମହାନ୍ତିଙ୍କଠାରୁ ହାରି ଯାଇଥିଲେ । ଅନୁଭବ ୧ଲକ୍ଷ ୫୨ ହଜାର ୫୮୪ ଭୋଟ୍‌ ବ୍ୟବଧାନରେ  ଜିତିଥିଲେ । ଅନୁଭବଙ୍କୁ ୬ ଲକ୍ଷ ୨୮ହଜାର  ୯୩୯ ଭୋଟ୍‌ ମିଳିଥିବା ବେଳେ ବୈଜୟନ୍ତଙ୍କୁ  ୪ଲକ୍ଷ ୭୬ ହଜାର ୩୫୫ ଖଣ୍ଡ ଭୋଟ୍‌ ମିଳିଥିଲା ।  କେନ୍ଦ୍ରାପଡ଼ାରେ ଏଥର ବି ତାଙ୍କ ପାଇଁ ସ୍ଥିତି ସେଭଳି  କିଛି ଉତ୍ସାହଜନକ ନାହିଁ । ଯଦି ଏଥର ନିର୍ବାଚନରେ  ସେ ପରାଜିତ ହୁଅନ୍ତି, ତାହେଲେ ଏହା ତାଙ୍କ ରାଜନୈତିକ କ୍ୟାରିୟରକୁ ପ୍ରଭାବିତ କରିପାରେ ।  ଏଭଳି ଦ୍ୱନ୍ଦ୍ୱ ଭିତରେ ରହି ଶ୍ରୀ ପଣ୍ଡା ଏଯାଏ କେନ୍ଦ୍ରାପଡ଼ା ଆସିନଥିବା ଚର୍ଚ୍ଚା ହେଉଛି । ତେବେ  ଏ ସଂପର୍କରେ ବୈଜୟନ୍ତଙ୍କର ବା ତାଙ୍କ  ଶିବିରର କାହାରି ପ୍ରତିକ୍ରିୟା ମିଳି ପାରିନାହିଁ

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.