ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଣୀପଥର ଘାଟିରେ ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, ଜଣେ ଗୁରୁତର

ଖଜୁରୀପଡ଼ା, ୨୮/୪ : କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ରାଣୀପଥର ଘାଟିରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି  l ମୃତ ବ୍ୟକ୍ତି ଜଣକ ହେଲେ ଖଜୁରୀପଡ଼ା ଥାନା ଅନ୍ତର୍ଗତ ଝଗଡପଟା ଗାଁର ପ୍ରକାଶ କୁମାର ବେହେରା ଏବଂ ଆହତ ଜଣକ ହେଲେ ବ୍ରାହ୍ମଣୀ ଗାଁ ଅଞ୍ଚଳର ରାହୁଲ କାର୍ଜୀ ।  

ସୂଚନା ଅନୁଯାୟୀ, ବାଇକ ଚାଳକ ଦୁଇ ଜଣ ବୌଦ୍ଧ ଜିଲ୍ଲା ଚାରିଛକରୁ ଫୁଲବାଣୀ ଅଭିମୁଖେ ଯାଉଥିଲେ। ରାଣୀପଥର ଘାଟିର କଚିପୋଲ ନିକଟରେ ଫୁଲବାଣୀ ପଟୁ ବୌଦ୍ଧ ଅଭିମୁଖେ ଯାଉଥିବା ଏକ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଖବରପାଇ ଘଟଣାସ୍ଥଳରେ ଚାରିଛକ ଅଗ୍ନିଶମ ବିଭାଗ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ପୁରୁଣା କଟକ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଛନ୍ତି । ସଦର ଥାନାରେ କେଶ ନଂ ୮୧/୨୪ରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତା ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.