ପ୍ରମୁଖ ଖବର
  • ୨୫ ବେଳକୁ ଲଘୁଚାପ ସମ୍ଭାବନା:୧୯ରେ ପଶ୍ଚିମ ଓଡ଼ିଶା ଜଳିବ, ଉପକୂଳ ୪୦ ଡିଗ୍ରୀ ଛୁଇଁବ ପାରଦ
  • ||

କେନ୍ଦୁଝର ପୋଲିସର ବଡ଼ ସଫଳତା, ଏକାଧିକ ଡକାୟତି ଘଟଣାରେ ମାଷ୍ଟରମାଇଣ୍ଡ୍ ଗିରଫ

କେନ୍ଦୁଝର ସଦର, ୨୭/୪ : ୨୦୨୩ ଅକ୍ଟୋବର ୧୯ରେ ନୟାକୋଟ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଫୁଲଝର ଠାରେ ଥିବା ସପ୍ନେଶ୍ଵର ଫିଲିଂ ଷ୍ଟେସନରେ ମଧ୍ୟ ରାତ୍ରୀରେ ୫ ରୁ ୬ ଜଣ ଦୁର୍ବୃତ୍ତ ସଟର ଭାଙ୍ଗି ନଗଦ ୪ ଲକ୍ଷ ଟଙ୍କା ଗୋଟେ ଲାପଟପ୍, ହାର୍ଡ ଡିସ୍କ ଓ ସିସି କ୍ୟାମେରା ନଷ୍ଟ କରିଦେଇଥିଲେ। ନୟାକୋଟ ଥାନା ତରଫରୁ କେସ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ତଦନ୍ତ ସମୟରେ ସମସ୍ତ ସାକ୍ଷ୍ୟ ପ୍ରମାଣ ସହ ବିଜୟ ପାତ୍ର, ଅନିଲ ଗୋପ, ବିଷ୍ଣୁ ନାଗକୁ ଯୋଡ଼ା ପାତ୍ର ବସ୍ତିରୁ ଗିରଫ କରାଯାଇଥିଲା। ଏହାପରେ କୁସୁମୁଳା ଥାନା ନିହାର ରଞ୍ଜନକୁ ଗିରଫ କରାଯାଇଥିଲା। ତେବେ ମୁଖ୍ୟ ଅଭିଯୁକ୍ତ ସମସ୍ତଙ୍କୁ ଚକ୍‌ମା ଦେଇ ଫେରାର୍ ହୋଇଯାଇଥିା। 

ଏହାପରେ ଏସପିଙ୍କ ପ୍ରତ୍ୟକ୍ଷ ସହଯୋଗ ନିର୍ଦ୍ଦେଶରେ ଏକ ଟିମ୍ ଗଠନ କରାଯାଇଥିଲା । ଏହି ସ୍ଵତନ୍ତ୍ର ଟିମ୍ ଦ୍ଵାରା ବିଭିନ୍ନ ସ୍ଥାନରେ ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ଜାଲ ବିଛା ଯାଇଥିଲା । ଶନିବାର ଦିନ ଏହି ସ୍ଵତନ୍ତ୍ର ଟିମ୍ କୌଣସି ମତେ ଖବର ପାଇ ମାଷ୍ଟରମାଇଣ୍ଡ ଦାଶରଥି ଧୀବରକୁ ନୟାକୋଟ ଥାନା ଅଞ୍ଚଳରୁ ଗିରଫ କରିଛି । ଗିରଫ ସମୟରେ ତାଙ୍କ ପାଖରୁ କଟ୍ରିମେଡ ପିସ୍ତଲ, ଧାରୁଆ ଛୁରୀ, କି ପ୍ୟାଡ ମୋବାଇଲ ,ଏୟାରଟେଲ ସିମ, ହିରୋହୋଣ୍ଡା ଗ୍ଲାମର ମୋଟର ସାଇକଲ ଗାଡ଼ି, ଏକ ବୋଲେରୋ, ରୂପା ୫୦୦ ଗ୍ରାମ ଓ ସୁନା ଅଳଙ୍କାର ଆଦି ଉଦ୍ଧାର କରି ଜବତ କରାଯାଇଛି । 

ଅଭିଯୁକ୍ତ ନାମରେ କେନ୍ଦୁଝର ଜିଲ୍ଲାର ବାମେବାରୀ, ଯୋଡ଼ା, ଚମ୍ପୁଆ, ହରିଚନ୍ଦନପୁର, କେନ୍ଦୁଝର ସଦର, କେନ୍ଦୁଝର ଟାଉନ, ନୟାକୋଟ, ଝୁମ୍ପୁରା, ଘଶିପୁରା ଥାନାରେ ସର୍ବମୋଟ ୨୦ ଗୋଟି କେସ ରହିଥିବାବେଳେ ରାଉରକେଲାରେ ୬, ଢେଙ୍କାନାଳ ଓ ସମ୍ବଲପୁରରେ ଗୋଟିଏ ଲେଖାଏଁ କେସ ରହିଛି । ପୋଲିସ କହିବା ମୁତାବକ ଏମାନେ ବିଭିନ୍ନ ଛକ ଜାଗା, ନିଛାଟିଆ ସ୍ଥାନରେ ମାରଣାସ୍ତ୍ର ଶସ୍ତ୍ର ଧରି ଚୋରୀ, ଡକାୟତି, ରାହାଜାନୀ କରିଥାନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.