ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଚାଲାଣ ପାଇଁ ବସକୁ ଅପେକ୍ଷା କରିଥିବାବେଳେ ମାଡ଼ି ବସିଲା ଅବକାରୀ ବିଭାଗ : ୭୧କିଲୋ ଗଞ୍ଜେଇ ଜବତ, ଗାଁ ସାଥି ଗିରଫ

ଫିରିଙ୍ଗିଆ,୨୮/୪ : ନିର୍ବାଚନକୁ ଆଖି ଆଗରେ ରଖି ଜିଲ୍ଲାପାଳ କନ୍ଧମାଳ ଓ ଆରକ୍ଷୀ ଅଧିକ୍ଷକ କନ୍ଧମାଳଙ୍କ ନିର୍ଦେଶ କ୍ରମେ ବର୍ତ୍ତମାନ କିଛିଦିନ ହେଲା ପୋଲିସ ଓ ଅବକାରୀ ବିଭାଗ ବିଭିନ୍ନ ଜାଗାରେ ଚଢଉ ଜାରି ରଖିଛି । ଏହି ଗଞ୍ଜେଇ ଓ ମଦ କାରବାରରେ ସମ୍ପୃକ୍ତ ଥିବାବ୍ୟକ୍ତି ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଛନ୍ତି I ତେବେ ଏହି ପରିପେକ୍ଷୀରେ ରବିବାର ସକାଳୁ କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଅବକାରୀ ବିଭାଗ ପକ୍ଷରୁ ଫିରିଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ପଞ୍ଚାୟତ ନିକଟସ୍ଥ ରାସ୍ତାରେ ଚଢ଼ଉ କରାଯାଇଛି । ଏହି ଚଢଉରେ ଦୁଇଟି ବସ୍ତାରେ ରଖାଯାଇଥିବା ୭୧କିଲୋ ଗଞ୍ଜେଇକୁ ଜବତ କରିବା ସହ ଏହି ଘଟଣାରେ ଜଣେ କାର୍ଯ୍ୟରତ ଗାଁ ସାଥି ବା ମେଟକୁ ଗିରଫ କରିବାରେ ସଫଳ ହୋଇଛନ୍ତି I ତେବେ ଅବକାରୀ ବିଭାଗର ସୂଚନା ଅନୁସାରେ କୌଣସି ସୂତ୍ରରୁ ଖବରପାଇ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦେଶ କ୍ରମେ ସଦର ସାଗର ଭୋଇଙ୍କ ନେତୃତ୍ୱରେ ଏକ ଟିମ ଫିରିଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ପଞ୍ଚାୟତର ଫିରିଙ୍ଗିଆଠାରୁ ପାଲେଣ୍ଡି ଗାଁକୁ ଯାଇଥିବା ଛକରେ ଜଣେ ବ୍ୟକ୍ତି ୪ଟି ବସ୍ତା ଧରି ଛିଡା ହୋଇ ବସକୁ ଅପେକ୍ଷା କରିଥିବା ବେଳେ ଅବକାରୀ ବିଭାଗ କର୍ମଚାରୀ ମାନେ ମାଡି ବସି ଥିଲେ I 

ପରେ ବସ୍ତାକୁ ଯାଞ୍ଚ କରିବା ସମୟରେ ସେଥିରୁ ୭୧କିଲୋ ଗଞ୍ଜେଇ ବାହାରିଥିବାବେଳେ ଏହି ଗଞ୍ଜେଇ ଚାଲାଣ ଅଭି ଯୋଗରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିଲେ I ଅନ୍ୟପଟେ ଗିରଫ ବ୍ୟକ୍ତି ଜଣକ ସେହି ପାଲେଣ୍ଡି ଗାଁର କାମରାଜ କହଁର ବୋଲି ଜଣାପଡିଥିବାବେଳେ ଅଭିଯୁକ୍ତ ଜଣକ ସେହି ଗାଁର ଗାଁ ସାଥି ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି I ଅନ୍ୟପଟେ ସମ୍ପୃକ୍ତ ଅଭିଯୁକ୍ତ ଜଣକ ଜଣେ ପେସାଦାର ଗଞ୍ଜେଇ ମାଫିଆ ବୋଲି ଅବକାରୀ ବିଭାଗର ପ୍ରାଥମିକ ତଦନ୍ତରୁ ଜଣାପଡିଛି I ଅନ୍ୟପଟେ ଅଭିଯୁକ୍ତ ଜଣକ ଦୀର୍ଘଦିନ ଧରି ଏହି ଗଞ୍ଜେଇ ଚାଲାଣ କରି ଆସୁଥିବାବେଳେ ସେ ଜଣେ ଗାଁ ସାଥି ହୋଇଥିବାରୁ ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ପୋଲିସ ଅଧିକାରୀମାନଙ୍କ ପର୍ଯ୍ୟନ୍ତ ଭଲ ସମ୍ପର୍କ ରହିଥିଲା ତେଣୁ ତାଙ୍କୁ କେହି ସନ୍ଦେହ କରୁନଥିଲେ I ତେବେ ଏହି ଘଟଣାରେ ଫୁଲବାଣୀ ସଦର ଅବକାରୀ ବିଭାଗ ତରଫରୁ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ସଦର ଅବକାରୀ ସାଗର ଭୋଇ I

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.