ପ୍ରମୁଖ ଖବର
  • ୭ ନେତାଙ୍କୁ ବିଦା କଲା ବିଜେପି, ଦଳ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗ
  • ||
  • ୟୁଜିସି-ନେଟ୍‌ ଆବେଦନ ଅବଧି ବୃଦ୍ଧି: ମେ ୧୭ ଯାଏଁ କରିପାରିବେ ଆବେଦନ, ଜୁନ୍‌ ୧୮ରେ ପରୀକ୍ଷା
  • ||
  • IPL 2024: ଇଡେନ ଗାର୍ଡେନ୍ସରେ କୋଲକାତାକୁ ଭେଟିବ ମୁମ୍ବାଇ, ନାଇଟ୍‌ ରାଇଡର୍ସର ଶ୍ରେଷ୍ଠ ୨ ଲକ୍ଷ୍ୟ
  • ||
  • ରାଜ୍ୟରେ ସକ୍ରିୟ କାଳବୈଶାଖୀ: ଉତ୍ତର ଉପକୂଳରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା, ୧୬ ଜିଲ୍ଲାକୁ ଆଲର୍ଟ
  • ||

ଆସନ୍ତା ୩୦ରେ ପ୍ରାର୍ଥୀପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତାରାତାରିଣୀ ଦର୍ଶନ ପରେ ଛତ୍ରପୁର ଯିବେ

ବ୍ରହ୍ମପୁର,୨୮/୦୪: ଆସନ୍ତା ୩୦ ତାରିଖରେ ହିଞ୍ଜଳି ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଛତ୍ରପୁର ଉପଜିଲ୍ଲାପାଳଙ୍କ ଅଫିସ୍‌ରେ ନାମାଙ୍କନ ଦାଖଲ କରିବେ । ଗଞ୍ଜାମ ଗସ୍ତ ପରେ ମୁଖ୍ୟମନ୍ତ୍ରୀ ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ  ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବେ । ସେଠାରୁ ଛତ୍ରପୁର ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିବେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଏହି ସୂଚନା ଦିଆଯାଇଛି ।

ଗଞ୍ଜାମରୁ ବିଜେଡିର ସେ ପ୍ରଚାର ଆରମ୍ଭ କରିବା ପରେ ୩୦ରେ ନବୀନ ପଟ୍ଟନାୟକଙ୍କ ଏହା ହେବ ଦ୍ୱିତୀୟ ଗସ୍ତ । ଗୋଟିଏ ମାସରେ ଦୁଇ ଥର ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ ବିଜେଡି ନେତା ଓ କର୍ମୀଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି । ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବିଜେଡି ନେତା ଓ କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନ ଦାଖଲ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏଥିସହ ନିରାଡ଼ମ୍ବରରେ ସ୍ୱାଗତ ସମ୍ବର୍ଦ୍ଧନା କରାଯିବ ବୋଲି କହିଛନ୍ତି ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ପବିତ୍ର ମୋହନ ପାଣିଗ୍ରାହୀ ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ୩୦ ତାରିଖରେ ୧୦ଟା ୧୫ରେ ଭୁବନେଶ୍ୱର ନବୀନ ନିବାସରୁ ବାହାରିବେ ନବୀନ ପଟ୍ଟନାୟକ । ସେଠାରୁ ସେ ବିଜୁ ପଟ୍ଟନାୟକ ଇଣ୍ଟର ନ୍ୟାସନାଲ୍‌ ଏୟାରପୋର୍ଟରେ ପହଞ୍ଚି ହେଲିକପ୍ଟରରେ ଗଞ୍ଜାମ ଅଭିମୁଖେ ବାହାରିବେ । ନରସିଂହପୁର ଛକ   ହେଲିପ୍ୟାଡ୍‌ରେ ଅବତରଣ କରିବା ପରେ ସେଠାରୁ କାର୍‌ରେ ସେ ପାହାଡ଼ ଉପରକୁ ଯାଇ ମା’ତାରାତାରିଣୀଙ୍କ ଦର୍ଶନ କରିବେ । ପୂଜାର୍ଚ୍ଚନା ପରେ ମୁଖ୍ୟମନ୍ତ୍ରୀ ଛତ୍ରପୁର ବାହାରି ଅନ୍‌ସ୍ଲୋ ପଡ଼ିଆରେ ହୋଇଥିବା ହେଲିପ୍ୟାଡ୍‌ରେ ପହଞ୍ଚି ସେଠାରୁ ସର୍କିଟ୍‌ ହାଉସ୍‌ ଯିବେ । ପରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ଦାଖଲ କରିବେ । ଅପରାହ୍ନ ୧ଟା ୫ରେ ପୁଣି ସେ ଅନ୍‌ସ୍ଲୋ ପଡ଼ିଆକୁ ଆସି ଭୁବନେଶ୍ୱର ଫେରିବା କାର୍ଯ୍ୟକ୍ରମ ରହିଛି ।

ଗତ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳି ଓ ଶେରଗଡ଼ ଆସି ବିଜୁ ଜନତା ଦଳର ପ୍ରଚାର ଆରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନ ସମୟରେ ମଧ୍ୟ ଭିଡ଼ ହେବ ବୋଲି ଆଶା କରାଯାଉଛି ।

  • PrameyaOdia
  • prameya
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.