ପ୍ରମୂଖ ଖବର
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ନାସାର ଗୋଟିଏ ଭୁଲ ପାଇଁ ଶେଷ ହୋଇଗଲା ଏହି ଗ୍ରହରେ ଜୀବନ ! ୫ ଦଶକ ପରେ ହେଲା ଖୁଲାସା

Published By : Harapriya Biswal | November 19, 2024 6:51 PM

ନୂଆଦିଲ୍ଲୀ,୧୯।୧୧:  କ’ଣ ପୃଥିବୀ ବ୍ୟବୀତ ଅନ୍ୟ କୌଣସି ଗ୍ରହରେ ଜୀବନ ଅଛି? ସାରା ଦୁନିଆର ବୈଜ୍ଞାନିକ ବହୁ ଦଶକ ହେବ ଏହି ପ୍ରଶ୍ନର ଉତ୍ତର ଖୋଜୁଛନ୍ତି। ପୃଥିବୀ ଉପରେ  ଜଳବାୟୁ ପରିବର୍ତ୍ତନ କାରଣରୁ ବିପତ୍ତିରେ ଘେରି ରହିଥିବା ପୃଥିବୀକୁ ଛାଡି ଅନ୍ୟ ଗ୍ରହରେ ଜୀବନର ସନ୍ଧାନ କରାଯାଉଛି, ଏହା ଭିତରେ ଏକ ଏଷ୍ଟେ୍ରା ବାୟୋଲୋଜିଷ୍ଟ କରିଛନ୍ତି ବଡ଼ ଖୁଲାସା।

ଜର୍ମାନୀର ବର୍ଲିନ ସ୍ଥିତ ଟେକନିକ୍ ୟୁନିଭର୍ସିଟିର ଆଷ୍ଟେ୍ରା ବାୟୋଲୋଜିଷ୍ଟ ଡିର୍କ ଶୁଲଜ୍ –ମକେୁଚ ନାସାର ୫ ଦଶକ ପୂର୍ବରୁ ପଠାଯାଇଥିବା ଏକ ମିଶନକୁ ନେଇ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୭୦ ଦଶକ ହେବ ମଙ୍ଗଳ ଗ୍ରହକୁ ପଠାଯାଇଥିବା ବାଇକିଂ ମିଶନ୍ ବେଳେ ନାସା ଅଜାଣତରେ ଜୀବନର ସମ୍ଭାବନାକୁ ନଷ୍ଟ କରିଦେଇଥିଲା। 

ଆମେରିକାର ସ୍ପେସ୍ ଏଜେନ୍ସି ନାସା ୧୯୭୫ ରେ ମଙ୍ଗଳ ଗ୍ରହରେ ଜୀବନର ସନ୍ଧାନ ପାଇଁ ବାଇକିଂ ମିଶନ୍ ଲଞ୍ଚ କରିଥିଲା। ନାସା ଦୁଇଟି ସ୍ପେସ୍‌କ୍ରାଫ୍ଟ ‘ଲାଲ ଗ୍ରହ’ର ପୃଷ୍ଠକୁ ପଠାଇଥିଲା। ଯାହାଦ୍ବାରା ଜୀବନର ସମ୍ଭାବନାକୁ ଯାଞ୍ଚ କରିହେବ। ନାସାର ବାଇକିଂ-୧ ମଙ୍ଗଳ ପୃଷ୍ଠରେ ଓହ୍ଲାଇଥିବା ପ୍ରଥମ ସ୍ପେସ୍‌କ୍ରାଫ୍ଟ ଥିଲା। ୧୯ ଜୁନ୍ ୧୯୭୬ରେ ଏହି ସ୍ପେସ୍‌କ୍ରାଫ୍ଟ ମଙ୍ଗଳର କକ୍ଷରେ ପହଁଞ୍ଚିଥିଲା ଓ ପ୍ରାୟ ଏକ ମାସ ପର୍ଯ୍ୟନ୍ତ  ପରିକ୍ରମା କରିବା ପରେ ଉପଯୁକ୍ତ ପୃଷ୍ଠଭୂମିକୁ ଚିହ୍ନଟ କରି ଲାଲ ଗ୍ରହର କ୍ଲାଇସ୍‌ ଫ୍ଲାନିଟିୟା ଅଞ୍ଚଳରେ ଲ୍ୟାଣ୍ଡ କରିଥିଲା। ଏହାର କିଛି ମାସ ପରେ ନାସା ‘ବାଇକିଂ-୨’ ମିଶନ୍‌ ଲଞ୍ଚ କରିଥିଲା, ଯାହାକି ମଙ୍ଗଳ ଗ୍ରହର ପୃଷ୍ଠରେ ହାଇ-ରିଜ୍ୟୋଲୁସନ୍ ଫଟୋ ପୃଥିବୀକୁ ପଠାଇଥିଲା। ଏହି ଫଟୋ ପୁରା ଦୁନିଆକୁ ଚକିତ କରିଥିଲା। 

ବାଇକିଂ ମିଶନ୍‌ ଏହି ସମୟରେ ନାସାର ମଙ୍ଗଳ ଗ୍ରହର ମାଟିକୁ ପାଣି ଓ ପୋଷକ ତତ୍ତ୍ବ ସହ ମିଶାଇ ପରୀକ୍ଷର କରିଥିଲା। ନାସା ପୃଥିବୀରେ ଜୀବନ ପାଇଁ ଜରୁରୀ ଆବଶ୍ୟକତାର କଳ୍ପନା କରି ଏହି ତତ୍ତ୍ବକୁ ମିଶାଇ ଯାଞ୍ଚ କରିଥିଲା, ଯାହାର ପ୍ରାରମ୍ଭିକ ପରିଣାମ ମଙ୍ଗଳ ଗ୍ରହରେ ଜୀବନର ସମ୍ଭାବନାର ସଙ୍କେତ ଦେଇଥିଲା। ତେବେ ଦଶକ ପରେ ଅଧିକାଂଶ ରିସର୍ଚ୍ଚରଙ୍କ ମତରେ ଏହି ପରିଣାମ ଭୁଲ ଥିଲା। ଏବେ ଶୁଲଜ୍‌-ମାକୁଚ ଏକ ରେଡିକାଲ ଥିଓରି ପ୍ରସ୍ତାବିତ କରିଛି, ଯାହା ଅନୁସାରେ ବାଇକିଂ ଲ୍ୟାଣ୍ଡର୍ସ ମଙ୍ଗଳ ଗ୍ରହରେ ଜୀବନକୁ ଖୋଜି ନେଇଥିଲା, କିନ୍ତୁ ଅଜାଣତରେ ଏହାର ମାଟିକୁ ପାଣି ସହ ମିଶାଇ ଜୀବନର ସମ୍ଭାବନାକୁ ଶେଷ କରିଦେଇଥିଲା। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.