ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଏଯାଏଁ କାର୍ଯ୍ୟକ୍ଷମ ହୋଇନି ଶିଶୁଭବନ କୋଠା, ଶୂନ୍ୟରେ ଗଣା ହେଲାଣି ୩୦ ଲକ୍ଷ ବିଜୁଳି ବିଲ୍

Published By : Rasmita Pradhan | November 13, 2024 11:25 AM

କଟକ,୧୩/୧୧ : ଶିଶୁଭବନ ଡାକ୍ତରଖାନାର ଭିତ୍ତିଭୂମିକୁ ଦୃଢ଼ କରିବା ପାଇଁ ନିର୍ମାଣ ହୋଇଛି ୭ ମହଲା ବିଶିଷ୍ଟ ଅତ୍ୟାଧୁନିକ କୋଠା । ବିଦ୍ୟୁତ୍‌ ବ୍ୟବସ୍ଥାର ବିକଳ୍ପ ପାଇଁ କୋଠାର ଛାତ ଉପରେ ଦୁଇ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଖଞ୍ଜାଯାଇଛି ସୋଲାର୍‌ ପ୍ରକଳ୍ପ । କୋଠା ନିର୍ମାଣ ଏବଂ ଏହାର ଅନ୍ୟ ଆନୁସଙ୍ଗିକ କାର୍ଯ୍ୟ ୨ ବର୍ଷରୁ ଅଧିକ ହେବ ଶେଷ ହେଲାଣି । ମାତ୍ର ଏହି କୋଠା ଏପର୍ଯ୍ୟନ୍ତ ଶିଶୁ ରୋଗୀଙ୍କ ସେବାରେ ବ୍ୟବହାର ହୋଇପାରିନାହିଁ । ଡାକ୍ତର, ନର୍ସିଂ ଷ୍ଟାଫ୍‌ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କର ମଧ୍ୟ କୋଠା ଭିତରକୁ ପାଦ ପଡୁନାହିଁ । ହେଲେ ତାଲା ଝୁଲୁଥିବା କୋଠା ପାଇଁ ତୁଛାଟାରେ ମାସକୁ ବିଦ୍ୟୁତ୍‌ ବିଲ୍‌ ଗଣା ହେଉଛି ପାଖାପାଖି ୪ ଲକ୍ଷ ଟଙ୍କା । ମାସେ କି ଦୁଇ ମାସ ନୁହେଁ, ଦୀର୍ଘ ବର୍ଷେ ହେଲାଣି ବିଦ୍ୟୁତ୍‌ ବିଲ୍‌ ବାବଦକୁ ଶିଶୁ ଭବନ କର୍ତ୍ତୃପକ୍ଷ ଗଣି ସାରିଲେଣି ପ୍ରାୟ ୩୦ ଲକ୍ଷରୁ ଅଧିକ ଟଙ୍କା । 

ସରକାର କା ମାଲ୍‌, ଦରିଆମେ ଡାଲ୍‌ ନୀତିରେ ସରକାରୀ ଅର୍ଥର କିପରି ଅପବ୍ୟୟ ହେଉଛି ଶିଶୁ ଭବନ ତାହାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛି । ଶିଶୁ ରୋଗୀଙ୍କ ସେବାରେ ବ୍ୟବହାର ପାଇଁ ପ୍ରାଶାସନିକ ସ୍ତରରେ ବିଭିନ୍ନ ନୀତିନିୟମ କାର୍ଯ୍ୟକାରୀ ହୋଇନଥିବାରୁ ଶିଶୁ ଭବନ ଡାକ୍ତରଖାନାର ନବନିର୍ମିତ ବୃହତ ପ୍ରକଳ୍ପ ରୋଗୀଙ୍କ ପାଇଁ ଅପହଞ୍ଚ ହୋଇ ରହିଯାଇଛି । କୋଠା ତିଆରି ସରି ସମସ୍ତ ମେସିନ୍‌ ଓ ଚିକିତ୍ସା ଉପକରଣ ମହଜୁଦ୍‌ କରାଇ ରୋଗୀ ସେବା ପାଇଁ ପ୍ରସ୍ତୁତ ହେଲା ବେଳକୁ ଗୋଟିଏ ପରେ ଗୋଟିଏ କେଁ ସୃଷ୍ଟି ହେଉଛି । ଅଗ୍ନିଶମ ସେବା ସଂସ୍ଥାର ଅନୁମତିପତ୍ର ନଦେବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ପ୍ରଥମେ ଚିନ୍ତାରେ ପଡ଼ିଥିଲେ । ଡାକ୍ତରଖାନା ନାଁରେ ଜମି ପଟ୍ଟା ରେକର୍ଡ ନଥିବା ସାଙ୍ଗକୁ କୋଠା ନିର୍ମାଣ ବାବଦ ସିଡିଏର ପ୍ଲାନ୍‌ ଅନୁମୋଦନ ନଥିବାରୁ ଶିଶୁ ଭବନ କର୍ତ୍ତୃପକ୍ଷଙ୍କୁ ଫାୟାର ସେଫ୍‌ଟି ସାର୍ଟିଫିକେଟ୍‌ ମିଳି ନଥିଲା । 

ଇତିମଧ୍ୟରେ ପୂର୍ତ୍ତ ବିଭାଗ ଅଧୀନରୁ ଡାକ୍ତରଖାନା ନାଁକୁ ଜମି ପଟ୍ଟା ଆସିଥିବା ବେଳେ ସିଡିଏର ଅନୁମୋଦନ କିମ୍ବା ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଅଗ୍ନିଶମ ସେବା ସଂସ୍ଥାରୁ ମିଳିପାରିନାହିଁ । ଅନ୍ୟପକ୍ଷରେ ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ହେବ ଉକ୍ତ ନୂଆ କୋଠାକୁ ନୂତନ ବିଜୁଳି ସଂଯୋଗ ନେଇ ଡାକ୍ତରଖାନା କର୍ତ୍ତୃପକ୍ଷ ମାସକୁ ପାଖାପାଖି ୪ ଲକ୍ଷ ଟଙ୍କା ଲେଖାଏଁ ଗଣି ଚାଲିଛନ୍ତି । ୱାର୍ଡରେ ଜଣେ ହେଲେ ରୋଗୀ ନାହାନ୍ତି । ରୋଗୀ ସେବାରେ ଲାଗିବା ପାଇଁ ଉପଲବ୍‌ଧ ଯନ୍ତ୍ରପାତି ବ୍ୟବହାର ହେବା ତ ଦୂରର କଥା ଅନେକ ମେସିନ୍‌ରୁ ସିଲ୍‌ ମଧ୍ୟ ଖୋଲା ଯାଇନାହିଁ । ବିନା ବ୍ୟବହାରରେ ଡାକ୍ତରଖାନା କର୍ତ୍ତୃପକ୍ଷ କାହିଁକି ମାସକୁ ୪ ଲକ୍ଷ ଟଙ୍କା ବିଲ୍‌ ଗଣି ଚାଲିଛନ୍ତି ତାହାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏତେ ଟଙ୍କାର ବିଜୁଳି ବିଲ ଆସୁଛି କିପରି ତାହା ମଧ୍ୟ ରହସ୍ୟମୟ ହୋଇ ରହିଛି । 

ଅନ୍ୟପକ୍ଷରେ ଛାତ ଉପରେ ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ ସୋଲାର ସିଷ୍ଟମ ଖଞ୍ଜା ଯାଇଥିଲେ ହେଁ କେଉଁଥିପାଇଁ ତାହା କାମ କରୁନି ଏବଂ ଲକ୍ଷାଧିକ ଟଙ୍କାର ବିଜୁଳି ବିଲ୍‌ ମାସକୁ ଖର୍ଚ୍ଚ କରାଯାଉଛି ତାହାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ଏ ସମ୍ପର୍କରେ ଡାକ୍ତରଖାନା ପ୍ରାଶାସନିକ ଅଧିକାରୀ କହିଛନ୍ତି, କୋଠାରେ ରୋଗୀ ସେବା ଆରମ୍ଭ ହୋଇନଥିଲେ ମଧ୍ୟ ଏଠାରେ ସେଣ୍ଟ୍ରାଲ୍‌ ଏସି ଉପଲବ୍‌ଧ ଥିବାରୁ ତାହାକୁ ଅନେକ ସମୟରେ ଚଳାଇ ରଖାଯାଉଛି । ସେହିପରି ଆଉ କିଛି ବିଦ୍ୟୁତ୍‌ ସରଞ୍ଜାମ ମଧ୍ୟ ଚାର୍ଜ ହୋଇ ରହିବା ଦରକାର ପଡୁଛି । କାରଣ ସେସବୁ ନଚାଲିଲେ ଏବଂ ବିଦ୍ୟୁତ୍‌ ଚାର୍ଜରେ ନରହିଲେ ଭବିଷ୍ୟତରେ ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ଅଧିକ ଖର୍ଚ୍ଚ ହେବାର ଆଶଙ୍କା ଅଛି । ସେଥିପାଇଁ ଉକ୍ତ କୋଠାକୁ ବିଜୁଳି ସଂଯୋଗରେ ରଖାଯାଇ ବିଲ୍‌ ଦେବାକୁ ପଡୁଛି । ବିଲ୍‌ର ପରିମାଣ କାହିଁକି ଅଧିକ ଏବଂ ସୋଲାର ସିଷ୍ଟମ୍‌ କାହିଁକି କାମ କରୁନି ସେ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ମିଳିପାରି ନାହିଁ । ସୋଲାର୍‌ ବ୍ୟବସ୍ଥା କାମ ନକରିବା ପଛରେ ଷଡ଼ଯନ୍ତ୍ରର ଗନ୍ଧ ଥିବା ଚର୍ଚ୍ଚା ହେଉଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.