ପ୍ରମୁଖ ଖବର
  • ଇଣ୍ଡିଆନ୍‌ ଓଭରସିଜ୍‌ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସାମ୍‌ ପିଟ୍ରୋଡା
  • ||
  • ଭୁବନେଶ୍ୱର : ଅନ୍‌ଲାଇନ୍‌ ଟ୍ରେଡିଂ ନାଁରେ ୬୧ ଲକ୍ଷ ଠକେଇ, ମାଷ୍ଟରମାଇଣ୍ଡ୍‌ ୪ ରାଜ୍ୟରେ ମୋଷ୍ଟ୍‌ ୱାଣ୍ଟେଡ୍
  • ||
  • ଭୁବନେଶ୍ୱର : ମେ ଚତୁର୍ଥ ସପ୍ତାହରେ ମାଟ୍ରିକ୍‌ ଫଳ ! ହ୍ୱାଟସ୍‌ଆପ୍‌ରେ ପରୀକ୍ଷାର୍ଥୀ ପାଇବେ ରେଜଲ୍ଟ
  • ||
  • ନୂଆଦିଲ୍ଲୀ : ସମୂହ ଛୁଟିରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଶତାଧିକ କ୍ରିଉ ମେମ୍ଵର, ୭୦ରୁ ଅଧିକ ଉଡ଼ାଣ ବାତିଲ୍
  • ||
  • ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ସନ୍ଧ୍ୟା ୬ଟାରୁ ରାତି ୧୨ଟା ଦର୍ଶନ ମନା
  • ||
  • ଭୁବନେଶ୍ୱର : ଜନପଥରେ ମୋଦିଙ୍କ ରୋଡ୍‌ ସୋ', ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଏସ୍‌ପିଜି, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଭୁବନେଶ୍ଵର : ଆଜି ୭ ଜିଲ୍ଲାରେ ନିର୍ଧୁମ ବର୍ଷିବ, ୧୦ ଯାଏ ବିସ୍ତୀର୍ଣ୍ଣ ଅଞ୍ଚଳରେ ବର୍ଷା
  • ||
  • ଭୁବନେଶ୍ଵର : ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍, ରାସ୍ତା ପାରି ହେଉଥିବା ବେଳେ ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରକ୍
  • ||

ଏଣିକି ଗାଡ଼ିରୁ ହଟିବ ଗୋଟିକିଆ ନୀଳ, ନାଲିବତୀ; ଲାଗିବ ତିନି ରଙ୍ଗର ପ୍ୟାନେଲ୍‌ ଲାଇଟ୍‌

କଟକ,୨୭/୦୪: ଉଚ୍ଚପଦସ୍ଥ ପ୍ରଶାସନିକ ଅଧିକାରୀ ବ୍ୟବହାର କରୁଥିବା ଗାଡ଼ି କିମ୍ବା ଜରୁରିକାଳୀନ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଗାଡ଼ିରେ ଏଣିକି ନୀଳ, ଅମ୍ବର(ହଳଦିଆ-କମଳା ରଙ୍ଗ ମିଶା) କିମ୍ବା ନାଲି ବତୀ ବା ଲାଇଟ୍‌ ଗୋଟିକିଆ ଲାଗିପାରିବ ନାହିଁ । ଏହା ବଦଳରେ ନାଲି, ନୀଳ, ହଳଦିଆ ଏବଂ ଧଳା ମିଶା ରଙ୍ଗର ପ୍ୟାନେଲ୍‌ ଲାଇଟ୍‌ ଲାଗିବ । ଏଭଳି ଲାଇଟ୍‌ ଲଗାଇବା ପାଇଁ ମଧ୍ୟ ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ)ଙ୍କ ଅନୁମତି ଆଣିବ ବାଧ୍ୟତାମୂଳକ କରାଯାଇଛି । ଏସ୍‌ଟିଏର ପରାମର୍ଶ କ୍ରମେ ପୁଲିସ ବିଭାଗ ଗାଡ଼ିରେ ଥିବା ଏଭଳି ଲାଇଟ୍‌ ବା ବତିକୁ ତୁରନ୍ତ ହଟାଇବା ପାଇଁ ପୁଲିସ୍‌ ଡିଜି  ନିର୍ଦ୍ଦେଶନାମା ଜାରି କରିଛନ୍ତି । 

୨୦୧୭ ମସିହା ମେ’ ପହିଲାରେ କେନ୍ଦ୍ର ସଡ଼କ ମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇ କୌଣସି ଗାଡ଼ିରେ ଆଉ ନାଲି, ନୀଳ ଅବା ଅମ୍ବର ବତୀ ଲାଗିପାରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଥିଲା । ତେବେ ଜରୁରିକାଳୀନ ସେବା ପାଇଁ ବ୍ୟବହୃତ ଗାଡ଼ି, ବିପର୍ଯ୍ୟୟ ପରିଚାଳନା ପାଇଁ ବ୍ୟବହୃତ ହେଉଥିବା ଗାଡ଼ି, ସେନାରେ ବ୍ୟବହୃତ ଗାଡ଼ି, ଆଇନ-ଶୃଙ୍ଖଳା ପାଇଁ ବ୍ୟହାର ହେଉଥିବା ଗାଡ଼ିରେ ନାଲି, ନୀଳ, ଧଳା ବତି ପ୍ୟାନେଲ୍‌ ବା ଧାଡ଼ି ହୋଇ ଲଗାଯିବ । ବିଜ୍ଞପ୍ତି ଆସିବା ପୂର୍ବରୁ ଯେଉଁ ଅଧିକାରୀମାନେ ସେମାନଙ୍କ ଗାଡ଼ିରେ ନାଲି କିମ୍ବା ଅନ୍ୟ କୌଣସି ରଙ୍ଗର ଲାଇଟ୍‌ ଲଗାଇଥିବେ ତୁରନ୍ତ ତାହାକୁ ହଟାଇ ଦେବାକୁ କୁହାଯାଇଥିଲା । ଏହି ବିଜ୍ଞପ୍ତି ଆସିବା ପରେ ରାଜ୍ୟ ସରକାର ଏସ୍‌ଟିଏକୁ କେଉଁ ବିଭାଗରେ କେଉଁ ଅଧିକାରୀ ନାଲିବତି ଗାଡ଼ି ବ୍ୟବହାର କରୁଛନ୍ତି ତାହା ଉପରେ ରିପୋର୍ଟ ସଂଗ୍ରହ କରି ଆବଶ୍ୟକ ପଦକ୍ଷେପ ନେବାକୁ କହିଥିଲେ । ଏହାପରେ ଏସ୍‌ଟିଏ ପକ୍ଷରୁ ବିଭିନ୍ନ ବିଭାଗରୁ ରିପୋର୍ଟ ତଲବ କରାଯାଇଥିଲା । କିନ୍ତୁ ଏହାର ସେଭଳି କୌଣସି ସନ୍ତୋଷଜନକ ଉତ୍ତର ମିଳିପାରି ନଥିଲା । 

ଅପରପକ୍ଷରେ କେଉଁ ଅଧିକାରୀଙ୍କ ଗାଡ଼ିରେ ଏହି ମଲ୍‌ଟି କଲର୍‌ ବତୀ ଲଗାଯାଇପାରିବ ସେ ନେଇ ସମ୍ପୃକ୍ତ ବିଭାଗକୁ ରିପୋର୍ଟ ଦେବାକୁ କୁହାଯାଇଥିଲା । ଯେଉଁ ଅଧିକାରୀଙ୍କ ଗାଡ଼ିରେ ମଲ୍‌ଟି କଲର୍‌ ବତି ଲାଗିବ ତାଙ୍କୁ ଏସ୍‌ଟିଏ ପକ୍ଷରୁ ଏକ ଷ୍ଟିକର୍‌ ମଧ୍ୟ ପ୍ରଦାନ କରାଯିବ । ଜଣେ ଅଧିକାରୀଙ୍କୁ ଗୋଟିଏ ଗାଡ଼ି ପାଇଁ କେବଳ ମାତ୍ର ଗୋଟିଏ ଷ୍ଟିକର ଲଗାଇବା ପାଇଁ ଅନୁମତି ମିଳିବ । ଅର୍ଥାତ ଜଣେ ଅଧିକାରୀ ନିଜ ପାଖରେ ରଖିଥିବା ଏକାଧିକ ଗାଡ଼ିରେ ମଲ୍‌ଟି କଲର୍‌ ଲଗାଇପାରିବେ ନାହିଁ । କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ପରେ ଏସ୍‌ଟିଏ ପକ୍ଷରୁ ଇତିମଧ୍ୟରେ ତିନିଥର ୨୦୧୭, ୨୦୧୮ ଓ ୨୦୨୧ରେ ବିଭିନ୍ନ ବିଭାଗଠାରୁ ରିପୋର୍ଟ ତଲବ କରାଯାଇଥିଲା । ମାତ୍ର ରାଜ୍ୟ ଗୃହ ବିଭାଗ ବ୍ୟତୀତ ଅନ୍ୟ କୌଣସି ବିଭାଗ ପକ୍ଷରୁ କିଛି ଉତ୍ତର ଆସୁନଥିଲା । 

ଏବେ ଏସ୍‌ଟିଏ ପକ୍ଷରୁ ରାଜସ୍ୱ ବିଭାଗ ସଚିବ, ଗୃହ ବିଭାଗ ସଚିବ ଏବଂ ପୁଲିସ୍‌ ଡିଜିଙ୍କୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମା ଆଧାରରେ ବିଭାଗୀୟ ଅଧିକାରୀମାନଙ୍କୁ ସେମାନଙ୍କ ଗାଡ଼ିରୁ ନାଲି ବତି ହଟାଇବା ପାଇଁ ଚିଠି ଲେଖାଯାଇ ଅନୁରୋଧ କରାଯାଇଥିଲା । ଏହି ଚିଠି ପାଇବା ଡିଜି ତାଙ୍କ ଅଧୀନସ୍ଥ ବିଭାଗୀୟ ଅଧିକାରୀଙ୍କୁ ତୁରନ୍ତ ଏହି ବତୀ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ସରକାରୀ ନିର୍ଦ୍ଦେଶନାମା ସତ୍ତେ୍ୱ କେଉଁ ଅଧିକାରୀମାନେ ସେମାନଙ୍କ ଗାଡ଼ିରୁ ଏହି ନାଲି, ନୀଳ କିମ୍ବା ଅମ୍ବର ଲାଇଟ୍‌ ହଟାଇ ନାହାନ୍ତି ତାହାର ଏକ ରିପୋର୍ଟ ଜିଲ୍ଲାୱାରି ପ୍ରଦାନ କରିବାକୁ ପ୍ରତ୍ୟେକ ଆରଟିଓଙ୍କୁ ଏସ୍‌ଟିଏ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆରଟିଓମାନେ ଯାଞ୍ଚ୍‌ କରି ଏହି ରିପୋର୍ଟ ପ୍ରଦାନ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.