ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ନିବେଶ ଟାଣିବାରେ ଓଡ଼ିଶା ଆଗୁଆ,୨୦୨୪-୨୫ରେ ୨.୪ ଲକ୍ଷ କୋଟିର ପ୍ରସ୍ତାବକୁ ମିଳିଛି ଅନୁମୋଦନ

Published By : Prameya | February 16, 2025 1:31 PM

ଭୁବନେଶ୍ୱର ୧୬/୦୨: ନିବେଶ ଟାଣିବାରେ ଆଗୁଆ ରହିଛି  ଓଡ଼ିଶା । ୨୦୨୪-୨୫ରେ ରାଜ୍ୟରେ  ଶିଳ୍ପ କ୍ଷେତ୍ରରେ ପୁଞ୍ଜି ନିବେଶ ଦ୍ରୁତ ବେଗରେ ବୃଦ୍ଧି ପାଇଛି । ୨୦୨୪ ଜୁନ୍‌ରୁ  ୨୦୨୫ ଜାନୁଆରୀ ମଧ୍ୟରେ ରାଜ୍ୟ  ସରକାର ୨.୪ ଲକ୍ଷ କୋଟି ଟଙ୍କାରୁ  ଅଧିକ ମୂଲ୍ୟର ୧୩୩ଟି ନୂତନ  ନିବେଶକୁ ଅନୁମୋଦନ  ଦେଇଛନ୍ତି । ଏହା  ମାଧ୍ୟମରେ ରାଜ୍ୟରେ ୧.୮ ଲକ୍ଷରୁ  ଅଧିକ ନିଯୁକ୍ତି ସୃଷ୍ଟି ହେବ ।  

ସେହିଭଳି ଉତ୍କର୍ଷ ଓଡ଼ିଶା ୨୦୨୫ରେ  ୧୬.୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ  ପ୍ରତିଶ୍ରୁତି ପାଇଛନ୍ତି ରାଜ୍ୟ ସରକାର ।  ଏହାଦ୍ୱାରା ୨୦ଟି କ୍ଷେତ୍ରରେ ୧୨.୯ ଲକ୍ଷ  ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି  ହେବ । ୨୦୧୭-୧୮ରୁ ୨୦୨୩-୨୪  ମଧ୍ୟରେ ଓଡ଼ିଶାର ଖଣିଜ ଉତ୍ପାଦନ ବାର୍ଷିକ  ୨୧.୪% ବୃଦ୍ଧି ପାଇଛି, ଯାହା ପ୍ରମୁଖ  ଖଣିଜ ଉତ୍ପାଦନକାରୀ ରାଜ୍ୟଗୁଡ଼ିକ  ମଧ୍ୟରେ ସର୍ବାଧିକ । 

ଓଡ଼ିଶାରୁ ସାମଗ୍ରୀ ରପ୍ତାନି ୨୦୧୯-୨୦ରେ ୪୭.୨ ହଜାର  କୋଟି ଟଙ୍କା ଥିବାବେଳେ ୨୦୨୩-୨୪ରେ  ଏହା ୯୮.୮ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏହାବ୍ୟତୀତ ସିଙ୍ଗଲ୍‌ ୱିଣ୍ଡୋ  କ୍ଲିୟରାନ୍ସ ଏବଂ ସର୍ବୋତ୍ତମ ପୁଞ୍ଜିନିବେଶ  ସହାୟତାରେ ଭିତ୍ତିଭୂମି ଏବଂ ନୀତି ପ୍ରଣୟନ ମାଧ୍ୟମରେ ବୟନଶିଳ୍ପ,  ପୋଷାକ, ଅଟୋମୋବାଇଲ, ସବୁଜ  ଉପକରଣ ଇତ୍ୟାଦି ନିଯୁକ୍ତିଭିତ୍ତିକ କ୍ଷେତ୍ର  ଉପରେ ଧ୍ୟାନ ଦେଇ ଓଡ଼ିଶା ସକ୍ରିୟ ଭାବେ  ଶିଳ୍ପ ବିବଧତାକୁ ପ୍ରୋତ୍ସାହିତ କରୁଛି । 

>୧୨୯୦୪ କୋଟିର ସଫ୍ଟୱେର୍‌ ରପ୍ତାନି 

୨୦୨୪-୨୫ରେ ରାଜ୍ୟ ସେବା କ୍ଷେତ୍ରର ଅଭିବୃଦ୍ଧି ହାର ୧୦% ରହିବ ବୋଲି  ଆକଳନ କରାଯାଇଛି, ଯାହା ରାଜ୍ୟ ଅର୍ଥନୀତିରେ ପ୍ରାୟ ୩୭.୧% ଯୋଗଦାନ  ଦେବ । ରାଜଧାନୀ ଭୁବନେଶ୍ୱରରେ ଅନେକ ଆଇଟି/ଆଇଟିଇଏସ୍‌  କମ୍ପାନି କାର୍ଯ୍ୟ କରୁଥିବାରୁ ଏହା ପରବର୍ତ୍ତୀ ଆଇଟି/ଆଇଟିଇଏସ୍‌ ହବ୍‌  ଭାବେ ପରିଗଣିତ ହେଉଛି । ରାଜ୍ୟରୁ ସଫ୍ଟୱେର୍‌ ରପ୍ତାନି ବୃଦ୍ଧି ପାଉଛି ।  ସଫ୍ଟୱେର୍‌/ଇଲେକ୍ଟ୍ରୋନିକ୍ସ ରପ୍ତାନି ୨୦୨୩-୨୪ରେ ୧୨୯୦୪.୫ କୋଟି  ଟଙ୍କାରେ ପହଞ୍ଚିଛି, ଯାହା ୨୦୧୯-୨୦ରେ ୪୫୦୦ କୋଟି ଟଙ୍କା ଥିଲା ।  ଏ ସମୟ ମଧ୍ୟରେ ଓଡ଼ିଶାର ବାର୍ଷିକ ଅଭିବୃଦ୍ଧି ହାର ରହିଛି ୩୦% ।  

>ବ୍ୟାଙ୍କ ଶାଖା ସଂଖ୍ୟା ୬୦୧୫କୁ ବୃଦ୍ଧି

୨୦୨୦ ମାର୍ଚ୍ଚରେ ରାଜ୍ୟରେ ବ୍ୟାଙ୍କ ଶାଖା ସଂଖ୍ୟା ୫୪୫୦ ଥିବାବେଳେ ୨୦୨୪  ସେପ୍ଟେମ୍ବରରେ ୬୦୧୫କୁ ବୃଦ୍ଧି ପାଇଛି । ବ୍ୟାଙ୍କ ଶାଖା ସଂଖ୍ୟାରେ ସରକାରୀ  କ୍ଷେତ୍ରର ପ୍ରମୁଖ ଭାଗ ରହିଛି । ରାଜ୍ୟରେ ଋଣ-ଜମା ଅନୁପାତ ବଢୁଛି ।  ଏହା ୨୦୨୦ ମାର୍ଚ୍ଚରେ ୬୦.୪% ଥିବାବେଳେ ୨୦୨୪ ସେପ୍ଟେମ୍ବରରେ  ୭୬.୪%କୁ ବୃଦ୍ଧି ପାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.