ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ହଳଦୀ ପତ୍ରରୁ ତେଲ ଉତ୍ପାଦନ, ଲକ୍ଷ୍ମୀପୁର ତୟାପୁଟରେ ପରୀକ୍ଷାମୂଳକ ଆରମ୍ଭ

Published By : Prameya | December 8, 2024 2:26 PM

କୋରାପୁଟ ୦୮/୧୨: ହଳଦୀ ଚାଷୀଙ୍କ ଲାଗି ଖୁସି ଖବର । ଏଣିକି ସେମାନେ ଏହି ଚାଷ  କରି ଅଧିକ ସ୍ୱାବଲମ୍ବୀ ହୋଇପାରିବେ । ହଳଦୀ  ସାଙ୍ଗକୁ ଭଲ ଦରରେ ବିକିପାରିବେ ପତ୍ର । ଏହି  ପତ୍ରରୁ ଆରମ୍ଭ ହୋଇଛି ତେଲ ଉତ୍ପାଦନ । ଏହି  ତେଲର ବଜାର ଦର ଲିଟର ପିଛା ରହିଛି ୧୦  ହଜାର ଟଙ୍କା । କୋରାପୁଟ ଜିଲ୍ଲା ପ୍ରଶାସନ ଏବଂ  ଓର୍‌ମାସର ମିଳିତ ଉଦ୍ୟମରେ ପରୀକ୍ଷାମୂଳକ  ଭାବେ ଲକ୍ଷ୍ମୀପୁର ବ୍ଲକ୍‌ ତୟାପୁଟ ଅଞ୍ଚଳର  ଚାଷୀଙ୍କଠାରୁ ସଂଗୃହୀତ ହଳଦୀ ପତ୍ରରୁ ଆରମ୍ଭ  ହୋଇଛି ତୈଳ ଉତ୍ପାଦନ । ଏହା ସଫଳ ହେଲେ  ଜିଲ୍ଲାର ଅନ୍ୟ ବ୍ଲକରେ ମଧ୍ୟ ଏହାକୁ ଗୁରୁତ୍ୱ  ଦିଆଯିବ ବୋଲି କହିଛନ୍ତି ଓରମାସ୍‌ର ସହକାରୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରୋସନ କାର୍ତ୍ତିକ ।  

ଲେମନ୍‌ ଗ୍ରାସ୍‌ ଭଳି ହଳଦୀପତ୍ରରେ ଭରି  ରହିଛି ଅନେକ ଔଷଧୀୟ ଗୁଣ । ଜିଲ୍ଲାର ବନ୍ଧୁଗାଁ,  ନାରାୟଣପାଟଣା, ଲକ୍ଷ୍ମୀପୁର, ବୈପାରୀଗୁଡ଼ା, ଦଶମନ୍ତପୁର ଏବଂ ପଟ୍ଟାଙ୍ଗା ଅଞ୍ଚଳରୁ ଉତ୍ପାଦିତ  ହଳଦୀର ସ୍ୱତନ୍ତ୍ର ଚାହିଦା ରହିଛି । ଏଥିଲାଗି  ଏସବୁ ଅଞ୍ଚଳରେ ପ୍ରଚୁର ଚାଷ ହେଉଛି । ପତ୍ରଗୁଡ଼ିକ ଆପେଆପେ କ୍ଷେତରେ ପଡ଼ି ନଷ୍ଟ  ହେଉଥିଲା । ଏବେ ସେଥିରୁ ତେଲ ଉତ୍ପାଦନ  ଲାଗି ପ୍ରୟାସ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ ଏବଂ  ଓରମାସ୍‌ । ଲକ୍ଷ୍ମୀପୁରର ତୟାପୁଟରେ ଆଦିବାସୀ  ମହିଳାଙ୍କୁ ନେଇ ପ୍ରାଥମିକ ପର୍ଯ୍ୟାୟରେ ତେଲ  ଉତ୍ପାଦନ ଆରମ୍ଭ ହୋଇଛି । ଏଠାରେ ୩ ଶହ  କେଜି ଶୁଖିଲା ପତ୍ରରୁ ବାହାରିଛି ୧ ଲିଟର  ତେଲ । ସେହିପରି ପଟ୍ଟାଙ୍ଗିରେ ଶହେ କେଜିରୁ  ୫ ଶହ ଗ୍ରାମ୍‌ ତେଲ ବାହାର କରାଯାଇଛି ।  

ଶ୍ରୀ କାର୍ତ୍ତିକ କହିଛନ୍ତି, ଅନ୍‌ଲାଇନ୍‌ ମାର୍କେଟିଂ  ଆମାଜନ୍‌ରେ ଏହାର କେଜି ୧୦ ହଜାର  ହିସାବରେ ବିକ୍ରି କରିବାକୁ ଲକ୍ଷ୍ୟ ରଖାଯାଇଛି ।  କୃଷି ଉତ୍ପାଦକ ସଙ୍ଗଠନ ଚାଷୀଙ୍କଠାରୁ ନଷ୍ଟ  ହୋଇଯାଉଥିବା ହଳଦୀ ପତ୍ର ସଂଗ୍ରହ କରୁଛି ।ସଫଳତା ମିଳିଲେ, ଜିଲ୍ଲାର ଅନ୍ୟ ବ୍ଲକର  ଚାଷୀଙ୍କଠାରୁ ହଳଦୀପତ୍ର ସଂଗ୍ରହ କରାଯାଇ  ତେଲ ଉତ୍ପାଦନ ବଢ଼ାଯିବ । ଅନ୍‌ଲାଇନରେ  ହଳଦୀ ତେଲର ଚାହିଦା ରହିଥିବାରୁ  ଚାଷୀମାନଙ୍କୁ ବି ଭଲ ଲାଭ ମିଳିବ । ସବୁଠୁ  ବଡ଼ କଥା ହେଲା, ଏହି ତେଲ ଉତ୍ପାଦନ ଲାଗି  ଅନ୍ୟ ମେସିନ୍‌ର ଆବଶ୍ୟକତା ପଡ଼ିବନି । ଯେଉଁ  ମେସିନରେ ଲେମନ୍‌ ଗ୍ରାସ୍‌ରୁ ତେଲ ବାହାର  କରାଯାଉଛି, ସେହିଥିରେ ହିଁ ହଳଦୀ ପତ୍ରରୁ  ତେଲ ବାହାର କରାଯାଇ ପାରୁଛି । ଏହି ତେଲରେ  ଅନେକ ଚର୍ମରୋଗ ଭଲ ହୋଇପାରୁଥିବାରୁ  ବାହାର ବଜାରରେ ଚାହିଦା ଢେର୍‌ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.