ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଅଂଶୁଘାତରୁ ରକ୍ଷା କରିବ ପିଆଜ, ଏମିତି କରନ୍ତୁ ବ୍ୟବହାର…

Published By : Swapna Ray | March 23, 2025 3:38 PM

ଭୁବନେଶ୍ୱର, ୨୩।୩: ପିଆଜ ଶରୀର ପାଇଁ ଯେ ବହୁ ଉପକାରୀ । ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଗ୍ରୀଷ୍ମରେ କଞ୍ଚା ପିଆଜ ଅଧିକ ପରିମାଣରେ ଖାଇବା ଉଚିତ୍ । ଗ୍ରୀଷ୍ମ ଋତୁରେ ଅଂଶୁଘାତ ହେବା ସାଧାରଣ କଥା । ହେଲେ ଆପଣ ଜାଣିଛନ୍ତି କି ? ଏଥିରୁ ବର୍ତ୍ତିବା ପାଇଁ କଞ୍ଚା ପିଆଜର ବ୍ୟବହାର ଅତ୍ୟନ୍ତ ଲାଭଦାୟକ । କଞ୍ଚା ପିଆଜ ହେବା ଦ୍ୱାରା ଅଂଶୁଘାତ ହୋଇନଥାଏ ଓ ଅଂଶୁଘାତ ହୋଇଥିଲେ, ପିଆଜ ରସ ପିଇଲେ ଭଲ ହୋଇଥାଏ । ଗ୍ରୀଷ୍ମରେ ଅଧିକାଂଶ ମଧୁମେହ ରୋଗୀଙ୍କ ରକ୍ତ ଶର୍କରା ବୃଦ୍ଧି ପାଇଥାଏ । ଏହି ବର୍ଗର ଲୋକେ ଦ୍ୱିପହର ଭୋଜନ ସମୟରେ କଞ୍ଚା ପିଆଜ ଫାଳେ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ । କଞ୍ଚା ପିଆଜ ଖାଇବା ଦ୍ୱାରା ପେଟ ସମସ୍ୟା ଦୂର ହୋଇଥାଏ । 

ପିଆଜ କର୍କଟ ରୋଗରୁ ମଧ୍ୟ ରକ୍ଷା କରିଥାଏ । କଞ୍ଚା ପିଆଜରେ ଥିବା ବିଭିନ୍ନ ପୋଷକତ୍ତ୍ୱ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ । ସେହିପରି ଦୁର୍ଗନ୍ଧ ସମସ୍ୟା ଦେଖାଦେଲେ ମଧ୍ୟ କଞ୍ଚା ପିଆଜର ବ୍ୟବହାର କରିପାରିବେ । ଏହାକୁ ଖାଇଲେ ଦୁର୍ଗନ୍ଧ ସମସ୍ୟା ଦୂର ହୋଇଥାଏ ବୋଲି ଅନୁସନ୍ଧାନରୁ ଜଣାପଡ଼ିଛି । ଅଂଶୁଘାତରେ ପୀଡ଼ିତ ବ୍ୟକ୍ତିଙ୍କ କପାଳ, ଛାତି ଏବଂ ପାଦ ତଳେ ପିଆଜ ରସ ଲଗାନ୍ତୁ । କାନ ପଛ ଭାଗରେ ମଧ୍ୟ ପିଆଜ ରସ ଲଗାଇପାରିବେ । ଏହି ସରଳ ଘରୋଇ ଉପଚାର ଅଂଶୁଘାତରେ ପୀଡ଼ିତ ବ୍ୟକ୍ତିଙ୍କ ଶରୀରର ତାପମାତ୍ରା କମ୍ କରେ । ତେବେ କହିରଖୁ କି, ପ୍ରଚଣ୍ଡ ତାତିରୁ ରକ୍ଷା ପାଇବା ପାଇଁ ଯଥେଷ୍ଟ ପାଣି ପିଇ ଶରୀରରେ ଜଳର ପରିମାଣ ବୃଦ୍ଧି କରନ୍ତୁ । ନିଜକୁ ଭଲ ଭାବରେ ହାଇଡ୍ରେଟ୍ ରଖିବା ପାଇଁ ଲସି, ଘୋଳଦହି, ଜୁସ୍ ଏବଂ ପଇଡ଼ ପାଣି ପିଅନ୍ତୁ । ଏହି ତରଳ ପଦାର୍ଥ ଶରୀରକୁ ଥଣ୍ଡା ରଖିବା ସହ ଏନର୍ଜି ବି ଦେଇଥାଏ । ଯଦି କେହି ଅତ୍ୟଧିକ ଝାଳ ଏବଂ ବାନ୍ତି ସହିତ ମୁଣ୍ଡ ବୁଲାଉଥିବା ଅନୁଭବ କରନ୍ତି, ତେବେ ତାଙ୍କୁ ତୁରନ୍ତ ଲୁଣ-ଚିନି ପାଣିରେ ଦିଅନ୍ତୁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.