ନୂଆଦିଲ୍ଲୀ,୨୦।୫: ଜଣେ ପ୍ରାର୍ଥୀଙ୍କୁ ଥରେ କି ଦୁଇ ଥର ଦୁହେଁ ୮ ଥର ଭୋଟ୍। ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ୮ ଥର ଭୋଟ ଦେବା କାରଣରୁ ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ। ଉତ୍ତରପ୍ରଦେଶର ଏଟାରେ ଜଣେ ଯୁବ ଭୋଟର ବାରମ୍ବାର ଭୋଟ୍ ଦେଇଥିବା ନେଇ ଏକ ଭିଡିଓ ଭାଇରାଲ ହେବା ପରେ ପୁଲିସ ତାକୁ ଗିରଫ କରିଛି। ସେପଟେ ନିର୍ବାଚନ କମିଶନ୍ ମତଦାନ କେନ୍ଦ୍ରର ସବୁ କର୍ମଚାରୀଙ୍କୁ ସସପେଣ୍ଡ କରିବା ସହ ପୁଣିଥରେ ଭୋଟିଂ କରିବାକୁ ନିର୍ଦେଶ ଦେଇଛନ୍ତି।
ଏହି ଭିଡିଓକୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ‘ଏକ୍ସ’ରେ ସେୟାର କରିଥିଲେ। ସେ ଲେଖିଥିଲେ, ଯଦି ନିର୍ବାଚନ କମିଶନ୍ଙ୍କୁ ଲାଗେ ଭୁଲ ହୋଇଛି ତେବେ କାର୍ଯ୍ୟାନୁଷ୍ଠାନ ନିହାତି ଗ୍ରହଣ କରନ୍ତୁ। ବିଜେପିର ବୁଥ୍ କମିଟି ହେଉଛି ପ୍ରକୃତରେ ଲୁଟ୍ କମିଟି। ଭିଡିଓରେ ଯୁବ ଭୋଟର ଜଣକ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେଇ ଆଙ୍ଗୁଳିରେ ୮ ଥର ବୋଲି ଦେଖାଉଛନ୍ତି।
अपनी हार सामने देख कर भाजपा जनादेश को झुठलाने के लिए सरकारी तंत्र पर दबाव बना कर लोकतंत्र को लूटना चाहती है।
— Rahul Gandhi (@RahulGandhi) May 19, 2024
कांग्रेस चुनावी ड्यूटी कर रहे सभी अधिकारियों से यह अपेक्षा करती है कि वो सत्ता के दबाव के सामने अपनी संवैधानिक ज़िम्मेदारी न भूलें।
वरना INDIA की सरकार बनते ही ऐसी… https://t.co/fk4wXL8QZy
ଅଖିଳେଶଙ୍କ ଏହି ଭିଡିଓକୁ ମଧ୍ୟ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସେୟାର କରିଥିଲେ। ସେ କହିଥିଲେ, ନିଜର ପରାଜୟକୁ ଦେଖି ବିଜେପି ଜନାଦେଶକୁ ମିଛ ପ୍ରମାଣିତ କରିବାକୁ ସରକାରୀ କଳ ଉପରେ ଚାପ ପକାଇ ଲୋକତନ୍ତ୍ରକୁ ଲୁଟିବାକୁ ଚାହୁଁଛି। କଂଗ୍ରେସ ନିର୍ବାଚନ ଡ୍ୟୁଟିରେ ଥିବା ସବୁ ଅଧିକାରୀଙ୍କଠାରୁ ଆଶା କରୁଛି କ୍ଷମତା ଚାପରେ ସେମାନେ ନିଜର ସମ୍ବିଧାନିକ ଦାୟିତ୍ବକୁ ନଭୁଲନ୍ତୁ।
୨ ମିନିଟ୍ର ଭିଡିଓରେ ଏହି ଯୁବକ ଭୋଟର ଜଣକ ନିଜ ଭୋଟ୍ ଦେଉଛନ୍ତି। ସେ ବିଜେପି ପ୍ରାର୍ଥୀ ମୁକେଶ ରାଜପୁତଙ୍କୁ ୮ ଥର ଭୋଟ୍ ଦେଇଛନ୍ତି। ରାଜପୁତ ଉତ୍ତରପ୍ରଦେଶର ଫାରୁଖବାଦ ଲୋକସଭା ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଅଟନ୍ତି। ସମାଜବାଦୀ ପାର୍ଟି ପକ୍ଷରୁ ଏହି ଭିଡିଓକୁ ସେୟାର କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଏକାଧିକ ଥର ଭୋଟ୍ ଦିଆଯାଇଥିବା ଅଭିଯୋଗ ଆଣିଛି। ଏହି ଘଟଣା ନିଶ୍ଚିତ ଭାବରେ ବୁଥ୍ କ୍ୟାପଚରିଂକୁ ଦର୍ଶାଉଛି।