ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୫୦ ବର୍ଷ ପୁରୁଣା ହେଲିକପ୍ଟରରେ ଯାତ୍ରା କରୁଥିଲେ ରଇସି, ଅନ୍ତର୍ଜାତୀୟ କଟକଣା କାରଣରୁ ମିଳି ପାରିନଥିଲା ପାର୍ଟ

ନୂଆଦିଲ୍ଲୀ,୨୦।୫:  ହେଲିକପ୍ଟର ଦୁର୍ଘଟଣାରେ ରବିବାର ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ହୋଇଛି ମୃତ୍ୟୁ।  ତାଙ୍କ ସହିତ ବୈଦେଶିକ ମନ୍ତ୍ରୀ ଆମିର ଅବଦୁଲ୍ଲାହିୟାନଙ୍କ ମଧ୍ୟ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ସାରା ବିଶ୍ବରେ ସମସ୍ତଙ୍କୁ ଚକିତ କରିଛି। ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି ଯେ, ଏହାର ମଧ୍ୟ ପୂର୍ବ ସହିତ ଦୁନିଆର ଭୂ-ରାଜନୈତିକ ସ୍ଥିତି ଉପରେ କ’ଣ ପ୍ରଭାବ ପଡିବ। ଏହି ଦୁର୍ଘଟଣା ପଛରେ ଇରାନ ରାଷ୍ଟ୍ରପତିଙ୍କ ପୁରୁଣା ହେଲିକପ୍ଟରକୁ ଦାୟୀ କରାଯାଉଛି। ଏହି ହେଲିକପ୍ଟର ଭିଏତନାମ ଯୁଦ୍ଧ ସମୟରେ ୧୯୭୦ରେ ତିଆରି କରାଯାଇଥିଲା। Bell 212 ହେଲିକପ୍ଟରକୁ ଏକ ଆମେରିକୀୟ କମ୍ପାନୀ ତିଆରି କରିଥିଲା, ଯାହାର ନାଁ ଥିଲା Bell Textron Inc। ଏହି ହେଲିକପ୍ଟର ପ୍ରଥମ ଉଡାଣ ୧୯୬୮ ରେ ଆରମ୍ଭ କରିଥିଲା।

ଏହି ହେଲିକପ୍ଟର ବହୁ ଦଶକ ପର୍ଯ୍ୟନ୍ତ ଏୟାରଫୋର୍ସ ମିଶନ୍‌ରୁ ନେଇ ନେତାଙ୍କ ପାଇଁ ବ୍ୟବହାର ହେଉଥିଲା। ଏହାର ଉପଯୋଗିତା କାରଣରୁ ତାକୁ ୟୁଟିଲିଟି ହେଲିକପ୍ଟର କୁହାଯାଉଥିଲା। ତେବେ ଏହା ପୁରୁଣା ହୋଇସାରିଛି। ଏଭଳି ସ୍ଥିତିରେ ଇରାନ ରାଷ୍ଟ୍ରପତି ଏହି ୫ ଦଶକ ପୁରୁଣା ହେଲିକପ୍ଟରରେ ଯାତ୍ରା କରିବା ବଡ ପ୍ରଶ୍ନ ସୃଷ୍ଟି କରୁଛି। ଇରାନ ପାଖରେ ବହୁ ପ୍ରକାର ହେଲକପ୍ଟର ରହିଛି, କିନ୍ତୁ ଅନ୍ତର୍ଜାତୀୟ କଟକଣା କାରଣରୁ ଏହାର ପାର୍ଟ ମିଳିପାରିନି। ଇରାନ ସେନା ପାଖରେ ଅଧିକାଂଶ ୧୯୭୯ର ଇସଲାମିକ୍ କ୍ରାନ୍ତି ପୂର୍ବରୁ ଏକ ବିମାନ ରହିଛି। 

ଇବ୍ରାହିମ ରଇସି ଯେଉଁ ବିମାନରେ ଥିଲେ, ସେଥିରେ କିଛି ଦିନ ପୂର୍ବରୁ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା, ଯାହାକୁ ଠିକ୍ ମଧ୍ୟ କରଯାଇଥିଲା। ଇରାନ ଉପରେ ଯଦି ଆମେରିକା ସହିତ ବହୁ ଦେଶ କଟକଣା ଲଗାଇ ନଥାନ୍ତେ ତେବେ ରାଷ୍ଟ୍ରପତି ପୁରୁଣା ବିମାନରେ ଯିବାକୁ ବାଧ୍ୟ ହୋଇନଥାନ୍ତେ। ଇବ୍ରାହିମ ରଇସି  ୨୦୨୧ ନିର୍ବାଚନରେ ଇରାନର ରାଷ୍ଟ୍ରପତି ହୋଇଥିଲେ। ସେତେବେଳେ ଇରାନ ଇତିହାସରେ ସବୁଠାରୁ କମ୍  ମତଦାନ ହୋଇଥିଲା। ଏହାକୁ ନେଇ ପ୍ରଶ୍ନ ଉଠିଥିଲା। ରଇସି ମଧ୍ୟ ଇରାନ ଉପରେ ବହୁ କଟକଣା ଲଗାଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.