ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମା’ କ୍ବିନ୍ ଏଲିଜାବେଥଙ୍କ ଠାରୁ ଧନୀ କିଙ୍ଗ ଚାର୍ଲସ ତୃତୀୟ, କେତେ ସଂପତ୍ତିର ମାଲିକ ବ୍ରିଟେନର ରାଜା ?

ଲଣ୍ଡନ: ବ୍ରିଟେନ୍‌ର ରାଜା କିଙ୍ଗ ଚାର୍ଲସ୍‌ ତୃତୀୟ ତାଙ୍କ ମା’ ରାଣୀ ଏଲିଜାବେଥଙ୍କ ଠାରୁ ଅଧିକ ଧନୀ । ଔପଚାରିକ ଭାବରେ କିଙ୍ଗ ଚାର୍ଲସ୍‌ ଏଳିଜାବେଥଙ୍କୁ ଟପିଯାଇଛନ୍ତି । ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଦେହାନ୍ତ ହୋଇସାରିଛି । ତାଙ୍କ ପରେ କିଙ୍ଗ ଚାର୍ଲସ ବ୍ରିଟେନର ରାଜା ହୋଇଛନ୍ତି । ‘ଦ ସନଡେ ଟାଇମ୍ସ ରିଚ୍‌ ଲିଷ୍ଟ ୨୦୨୪’ ଅନୁସାରେ ୭୪ ବର୍ଷୀୟ ରାଜା ଚାର୍ଲସ୍‌ଙ୍କ ବ୍ୟକ୍ତିଗତ ସଂପତ୍ତିର ମୂଲ୍ୟ ୭୭୦ ମିଲିୟନ୍‌ ଡଲାରରୁ ଅଧିକ । ଏହା ସହ ସେ ବ୍ରିଟେନ୍‌ର ୨୫୮ ତମ ଧନୀ ବ୍ୟକ୍ତି । ତାଙ୍କ ମା’ ରାଣୀ ଏଲିଜାବେଥଙ୍କ ସଂପତ୍ତି  ୪୬୮ ମିଲିୟନ୍‌ ଡଲାର ଥିଲା । ସେପ୍ଟେମ୍ବର ୨୦୨୨ରେ ଏଲିଜାବେଥ ଦ୍ବିତୀୟଙ୍କ ପରଲୋକ ହୋଇଥିଲା । ରିପୋର୍ଟ ଅନୁସାରେ, ଗତବର୍ଷ ରାଜା ଚାର୍ଲସ୍‌ଙ୍କ ସଂପତ୍ତି ୧୨ ମିଲିୟନ୍ ଡଲାର ବୃଦ୍ଧି ପାଇଛି । 

 ସାଣ୍ଡ୍ରିଙ୍ଗହାମ ଏବଂ ବାଲମୋରାଲ ରାଜପ୍ରାସାଦ ରାଜାଙ୍କର ସବୁଠୁ ଅଧିକ ଦାମୀ ସଂପତ୍ତି । ୧୧୯୬ରେ ପୂର୍ବତନ ପତ୍ନୀ ଡାଏନାଙ୍କୁ ଛାଡ଼ପତ୍ର ଖର୍ଚ୍ଚ ବାବଦରେ ୨୨.୫ ମିଲିୟନ୍‌ ଡଲାର ଦେବା ପରେ ରାଜା ଚାର୍ଲସ୍‌ ନିଜର ସଂପତ୍ତିକୁ ବଢ଼ାଇଥିଲେ ବୋଲି ତାଙ୍କର ଜଣେ ସହଯୋଗୀ ଟାଇମ୍ସକୁ କହିଛନ୍ତି । ସେ କହିଛନ୍ତି ଯେ,  ରାଜା ‘ଡଚି ଅଫ କର୍ନଓ୍ବାଲ’ରେ ହେଉଥିବା ଲାଭକୁ ବଞ୍ଚାଇ ସମ୍ପତ୍ତି ବଢ଼ାଇଥିଲେ । ୧.୪ ମିଲିୟନ୍‌ ଡଲାରର ଏହି ସଂପତ୍ତି ୧୩ ହଜାର ଏକରରେ ପରିବ୍ୟାପ୍ତ ଏବଂ ଏଥିରେ ୨୬୦ରୁ ଅଧିକ ଫାର୍ମ ରହିଛି ।

 ନ୍ୟୁୟର୍କ ପୋଷ୍ଟ ଅନୁସାରେ, କିଙ୍ଗ ଚାର୍ଲସ୍‌ ଡଚିର ବାର୍ଷିକ ଲାଭକୁ ୪୨.୬ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ୨୦୧୧ରୁ ୨୦୨୨ ମଧ୍ୟରେ ୩୧ ମିଲିୟନ୍‌ ଡଳାର ବୃଦ୍ଧି ପାଇଥିଲା । ୧୦ ବର୍ଷ ମଧ୍ୟରେ ସେ ୨୬୮ ମିଲିୟନ ଡଲାର ପାଇଥିଲେ । ‘ଡଚି ଅଫ କର୍ନଓ୍ବାଲ’କୁ ବ୍ରିଟେନ୍‌ର ରାଜା ଏଡଓ୍ବାର୍ଡ ତୃତୀୟ ୧୩୩୭ରେ ପ୍ରତିଷ୍ଠା କରିଥିଲେ । ଏଲିଜାବେଥଙ୍କ ମୃତ୍ୟୁ ପରେ ଏହାର ଦାୟିତ୍ବ କିଙ୍ଗ ଚାର୍ଲସ୍‌ଙ୍କ ବଡ଼ ପୁଅ ପ୍ରିନ୍ସ ଓ୍ବିଲିୟମଙ୍କ ପାଖକୁ ଯାଇଛି । ସେପଟେ ମାଙ୍କ ମୃତ୍ୟୁ ପରେ କିଙ୍ଗ ଚାର୍ଲସ୍‌ ୧୫୧ ମିଲିୟନ୍‌ ଡଲାରର ନିବେଶ କରିଛନ୍ତି । ଆଉ ଏଥିରୁ ବ୍ରିଟେନ ରାଜପରିବାରକୁ ବହୁତ ଭଲ ରିଟର୍ଣ୍ଣ ମିଳୁଥିବା ମଧ୍ୟ ଜଣାପଡ଼ିଛି । ଟାଇମ୍ସ ରିପୋର୍ଟ ଅନୁସାରେ, କିଙ୍ଗ ଚାର୍ଲସଙ୍କ ସଂପତ୍ତିର ସଠିକ ଆକଳନ କରିବା କଷ୍ଟସାଧ୍ୟ । କାରଣ ରାଜପରିବାରର ଅଳଙ୍କାର ସଂପର୍କରେ ବାହାରକୁ କୌଣସି ତଥ୍ୟ ଆସେନାହିଁ । ଏହା ସହ ରାଜପରିବାରରେ ପାଖରେ ଥିବା ଆର୍ଟ ଏବଂ ଉପହାର ସଂପର୍କରେ ସୂଚନା ମିଳିପାରି ନାହିଁ । 

 

  • Britain
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.