ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚୀନ୍‌ରେ ବଢୁଛି ଛୁରାମାଡ଼ ଘଟଣା: ପ୍ରାଇମେରୀ ସ୍କୁଲକୁ ଟାର୍ଗେଟ, ୨ ମୃତ ଓ ୧୦ ଆହତ

ବେଜିଂ,୨୦।୫: ସୋମବାର ଦିନ ଚୀନ୍‌ର ଜିଆଙ୍ଗସି ପ୍ରଦେଶର ଏକ ପ୍ରାଥମିକ ବିଦ୍ୟାଳୟରେ ଜଣେ ମହିଳା ଛୁରାମାଡ଼ କରିଛନ୍ତି। ଛୁରୀ ଆକ୍ରମଣରେ ଅତି କମରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଚଳିତ ମାସରେ ଦେଶରେ ଏହା ହେଉଛି ଦ୍ୱିତୀୟ ଘଟଣା। ଖବର ଅନୁଯାୟୀ, ଗୁଇସି ସହରରେ ଏହି ଘଟଣା ଘଟିଥଛି ଏବଂ ସନ୍ଦିଗ୍ଧ, ପାନ୍ ନାମକ ଜଣେ ୪୫ ବର୍ଷୀୟା ମହିଳାଙ୍କୁ ପୋଲିସ ଗିରଫ କରିଛି।

ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ, ଆହତଙ୍କ ଚିକିତ୍ସା କରାଯାଇଛି। ସେମାନଙ୍କ ମଧ୍ୟରୁ ୬ଜଣ  ଆକ୍ରମଣରୁ ରକ୍ଷା ପାଇବାକୁ ଚେଷ୍ଟା କରୁଥିବାବେଳେ ସାମାନ୍ୟ ଆହତ ହୋଇଥିଲେ। ଘଟଣାର ଅଧିକ ତଦନ୍ତ ଜାରି ରହିଛି। 

ଉଲ୍ଳେଖନୀୟ ଯେ, ଚଳିତ ମାସ ଆରମ୍ଭରୁ ମେ ୭ରେ, ୟୁନାନ ପ୍ରଦେଶର ଏକ ଡାକ୍ତରଖାନାରେ ବ୍ୟାପକ ଛୁରାମାଡ଼ରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ଆହତ ହୋଇଥିଲେ। ଗତ ବର୍ଷ ଅଗଷ୍ଟ ମାସରେ ୟୂନାନରେ ଜଣେ ମାନସିକ ରୋଗରେ ପୀଡିତ ଜଣେ ବ୍ୟକ୍ତି ଛୁରୀରେ ଲୋକଙ୍କୁ ଆକ୍ରମଣ କରିବା ପରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଥିଲେ। ସେହିବର୍ଷ ଜୁଲାଇରେ ଦକ୍ଷିଣ-ପୂର୍ବ ପ୍ରଦେଶର ଗୁଆଙ୍ଗଡୋଙ୍ଗର ଏକ ବାଳାଶ୍ରମରେ ଛୁରାମାଡ଼ ଘଟଣାରେ ତିନି ଶିଶୁଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଥିଲା।

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.