ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ନାଁରେ ଆସିପାରେ ଆରେଷ୍ଟ ଓ୍ବାରେଣ୍ଟ

ଜେରୁସାଲେମ: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଅଡ଼ୁଆ ବଢ଼ିପାରେ । ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ (ଆଇସିସି) ଯୁଦ୍ଧ ଅପରାଧ ଲାଗି ତାଙ୍କୁ ଗିରଫ କରିବାକୁ ଗିରଫ ପରଓ୍ବାନା ଜାରି କରିବାକୁ ପ୍ରସ୍ତୁତି କରୁଛି । ନେତାନ୍ୟାହୁଙ୍କ ସମେତ ହମାସର ଶୀର୍ଷ ନେତୃତ୍ବଙ୍କ ବିରୋଧରେ ଆରେଷ୍ଟ ଓ୍ବାରେଣ୍ଟ ଜାରି କରିବାକୁ ଦାବି ହୋଇଛି । ଆଇସିସିର ମୁଖ୍ୟ ପ୍ରସିକ୍ୟୁଟର କରୀମ ଖାନ ଆରେଷ୍ଟ ଓ୍ବାରେଣ୍ଟ ଲାଗି ଆବେଦନ କରିସାରିଛନ୍ତି । ଆଇସିସି ଯୁଦ୍ଧ ଅପରାଧ, ମାନବତା ବିରୋଧରେ ଅପରାଧ ଏବଂ ନରସଂହାର ଅଭିଯୋଗରେ ଗିରଫ ପରଓ୍ବାନା ଜାରି କରେ । 

ଅକ୍ଟୋବର ୭ରେ ହମାସ ପକ୍ଷରୁ ଆକ୍ରମଣ ଏବଂ ଏହା ପରେ ଇସ୍ରାଏଲର ପ୍ରତିଆକ୍ରମଣକୁ ଆଇସିସି ଯୁଦ୍ଧ ଅପରାଧ ଭାବରେ ବିବେଚନା କରୁଛି । ଏଭଳି ସମ୍ଭାବନାକୁ ନେଇ ଇସ୍ରାଏଲ ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା । ତେବେ ଆଇସିସି ନେତାନ୍ୟାହୁ ଏବଂ ହମାସର ନେତାମାନଙ୍କ ବିରୋଧରେ ଖୁବଶୀଘ୍ର ଆରେଷ୍ଟ ଓ୍ବାରେଣ୍ଟ ଜାରି କରିପାରେ ବୋଲି କୁହାଯାଉଛି । ଯଦିଓ ଆଇସିସି ନେତାନ୍ୟାହୁଙ୍କ ବିରୋଧରେ ଆରେଷ୍ଟ ଓ୍ବାରେଣ୍ଟ ବାହାର କରିବାକୁ ପ୍ରସ୍ତୁତି କରୁଛି କିନ୍ତୁ ଇସ୍ରାଏଲ ଏହାକୁ ମାନ୍ୟତା ଦେଉନାହିଁ । 

ସେପଟେ ପାଲେଷ୍ଟାଇନ୍‌କୁ ୨୦୧୫ରେ ଆଇସିସିର ଅଧୀକାର କ୍ଷେତ୍ରରେ ସାମିଲ କରାଯାଇଥିଲା । ଯୁଦ୍ଧ ଅପରାଧ ଉପରେ ଗତ ୭ ମାସ ଧରି ଆଇସିସି ଅନୁଧ୍ୟାନ କରୁଥିବା ବେଳେ ଯାଞ୍ଚ ଶେଷ ପର୍ଯ୍ୟାୟରେ ପହଞ୍ଚିଯାଇଛି । ପୂର୍ବରୁ ଯେତେବେଳେ ଆଇସିସି ଇସ୍ରାଏଲାର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିବ ବୋଲି କହିଥିଲା, ସେବେ ନେତାନ୍ୟାହୁ କହିଥିଲେ ଯେ, ଆଇସିସିର କୌଣସି ନିଷ୍ପତ୍ତି ଇସ୍ରାଏଲ ଉପରେ ପ୍ରଭାବ ପକାଇ ପାରିବ ନାହିଁ । 

ଗାଜା ପଟ୍ଟିରେ କଥିତ ମାନବାଧୀକାର ଉଲ୍ଲଂଘନ ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛି ଇଣ୍ଟରନ୍ୟାସନାଲ କ୍ରିମିନାଲ୍‌ କୋର୍ଟ । ମିଡିଆ ରିପୋର୍ଟ ଅନୁସାରେ, କେବଳ ନେତାନ୍ୟାହୁ ନୁହନ୍ତି ଇସ୍ରାଏଲର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଆରେଷ୍ଟ ଓ୍ବାରେଣ୍ଟ ଜାରି କରିପାରେ ଆଇସିସି। 

 

 

  • Israel Hamas war
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.