ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଲୋକସଭା ନିର୍ବାଚନ : ୫ମ ପର୍ଯ୍ୟାୟରେ ସନ୍ଧ୍ୟା ୫ଟା ସୁଦ୍ଧା ୫୬.୬୮% ଭୋଟିଂ , ସବୁଠୁ ଆଗରେ ପଶ୍ଚିମବଙ୍ଗ

ନୂଆଦିଲ୍ଲୀ – ଲୋକସଭା ନିର୍ବାଚନର ୫ମ ପର୍ଯ୍ୟାୟରେ ୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟର ୪୯ଟି ସିଟ୍‌ରେ ମତଦାନ ହୋଇଛି। ସନ୍ଧ୍ୟା ୫ଟା ସୁଦ୍ଧା ହାରାହାରି ୫୬.୬୮ ପ୍ରତିଶତ ଭୋଟିଂ ହୋଇଛି। ସବୁ ସିଟ୍‌ ପାଇଁ ମତଦାନ ସକାଳ ୭ଟାରେ ଆରମ୍ଭ ହୋଇଛି ଏବଂ ସନ୍ଧ୍ୟା ୬ଟା ସୁଦ୍ଧା ଚାଲି ଥିଲା। ନିର୍ବାଚନ ଆୟୋଗ କହିଛନ୍ତି ଓଡ଼ିଶା ବିଧାନସଭାର ୨ୟ ପର୍ଯ୍ୟାର ମତଦାନରେ ଅନ୍ୟ ୩୫ଟି ସିଟ୍‌ରେ ସନ୍ଧ୍ୟା ୫ଟା ସୁଦ୍ଧା ୬୦.୫୪ ପ୍ରତିଶତ ଭୋଟ ଦିଆଯାଇ ଥିଲା। ଏହି ପର୍ଯ୍ୟାୟରେ ସବୁଠୁ ଅଧିକ ମତଦାନ ପଶ୍ଚିମବଙ୍ଗରେ ହୋଇଛି, ଯେଉଁଠି ସନ୍ଧ୍ୟା ୫ଟା ଯାଏ ସର୍ବାଧିକ ୭୩.୦୦ ପ୍ରତିଶତ ମତଦାତା ମାନେ ଭୋଟ୍‌ ଦେଇ ଥିଲେ। ମହାରାଷ୍ଟ୍ରରେ ସବୁଠୁ କମ୍‌ ୪୮.୬୬ ପ୍ରତିଶତ ଭୋଟ୍‌ ଦିଆ ଯାଇଛି। ଆୟୋଗର ସୂତ୍ରାନୁସାରେ ମତଦାନ ସଂପୂର୍ଣ୍ଣ ଭାବେ ଶାନ୍ତି ପୂର୍ଣ୍ଣ ଭାବେ ଚାଲିଛି।

ବିହାରରେ ୫ମ ପର୍ଯ୍ୟାୟର ଲୋକସଭା ନିର୍ବାଚନରେ ସୀତାମଡି, ମଧୁବନି , ମୁଜଫରପୁର , ସାରଣ ଓ ହାଜିପୁର ସଂସଦୀୟ କ୍ଷେତ୍ରରେ ସନ୍ଧ୍ୟା ୬ଟା ସୁଦ୍ଧା ମତଦାନ ସଂପନ୍ନ ହୋଇଛି। ଏହି ସମୟରେ ପାଖାପାଖି ୫୬ ପ୍ରତିଶତ ମତଦାତାମାନେ ନିଜର ମତାଧିକାର ଦେଇ ଥିଲେ।

ସାଧାରଣ ନିର୍ବାଚନର ୫ମ ପର୍ଯ୍ୟାୟ ପଶ୍ଚିମବଙ୍ଗର ୭ ଲୋକସଭା ଆସନରେ ସୋମବାର ୫ଟା ସୁଦ୍ଧା ୭୩ ପ୍ରତିଶତ ମତଦାନ ହୋଇଛି। ନିର୍ବାଚନ ଆୟୋଗର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। 

ଜମ୍ମୁ-କାଶ୍ମୀରରେ ବାରାମୂଳା ଲୋକସଭା ସିଟ୍‌ରେ ଦ୍ୱିପ୍ରହର ୩ଟା ସୁଦ୍ଧା ୪୫ ପ୍ରତିଶତରୁ ଅଧିକ ଭୋଟିଂ ହୋଇଛି। ଏହା ଗତ ୪୦ ବର୍ଷରେ ବର୍ତ୍ତମାନ ସୁଦ୍ଧା ସବୁଠୁ ଅଧିକ ମତଦାନ। ସିଟରେ ମୋଟ ଭୋଟିଂ ୪୫.୨୨ ପ୍ରତିଶତ ହୋଇଛି। ଏହା ପୂର୍ବରୁ ୧୯୮୪ରେ ୫୮.୮୪ ପ୍ରତିଶତ ମତଦାନ ହୋଇଥିଲା। ବାରାମୂଳାରେ ୨୦୧୯ର ଲୋକସଭା ନିର୍ବାଚନରେ ୩୪.୮୯ ପ୍ରତିଶତ ଭୋଟିଂ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.