ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଚିନ୍ତା ବଢାଇଲା ପାକିସ୍ତାନ; ଚୀନଠୁ କିଣିବ ଏହି ଅସ୍ତ୍ର, ଏବେ ଭାରତ ପାଇଁ…

Published By : Bijay Swain | December 6, 2024 3:56 PM

Image courtesy: Air Data News

ନୂଆଦିଲ୍ଲୀ: ନିକଟରେ ନିଜର ବାୟୁସେନାକୁ ଶକ୍ତିଶାଳୀ କରିବା ପାଇଁ ପାକିସ୍ତାନ ଚାଇନାଠୁ ଜେ-୩୫ ଫାଇଟର ଜେଟ କିଣିବ ବୋଲି ଘୋଷଣା କରିଛି। ଚାଇନାର ଏହି ଜେ-୩୫ ଜେଟ ପଞ୍ଚମ ପିଢିର ଜେଟ ହୋଇଥିବା ବେଳେ ଏହାକୁ ସାଧାରଣତଃ ଏଫସି-୩୧ ଜିରଫାଲକନ ବୋଲି କୁହାଯାଇଥାଏ। ଏହା ପଞ୍ଚମ ପିଢିର ଜେଟ ହୋଇଥିବାରୁ ଅନ୍ୟ ଜେଟ ଗୁଡିକ ଅପେକ୍ଷା ଏଥିରେ ଅନେକ ବୈଶିଷ୍ଟ୍ୟ ରହିଛି। ନିକଟରେ ହୋଇଥିବା ଜୁହାଇ ଏୟାର ଶୋ ରେ ପ୍ରଥମ ଥର ପାଇଁ ଏହାର ଝଲକ ଦେଖିବାକୁ ମିଳିଥିଲା। ଆମେରିକାର ଏଫ-୩୫ ସହ ଜେ-୩୫ ସମାନ ବୋଲି ଚାଇନା ଦାବି କରୁଥିବା ବେଳେ ଏନେଇ କୈଣସି ବିଶେଷ ପ୍ରମାଣ ମିଳିପାରି ନାହିଁ। 

ଋଷିଆର ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟରେ ପାକିସ୍ତାନ ଚାଇନାଠୁ ଜେ-୩୫ ଜାହାଜ କିଣିବ ବୋଲି ପ୍ରକାଶ ପାଇଛି। ସମସ୍ତ ଫାଇଟର ଜେଟ ଗୁଡିକୁ ୨୪ ମାସ ଭିତରେ ଚାଇନା ପାକିସ୍ଥାନକୁ ଯୋଗେଇବ ବୋଲି ଏହି ରିପୋର୍ଟରେ ଉଲ୍ଲେଖ ରହିଛି। ତେବେ ପାକିସ୍ତାନ ତରଫରୁ ଏନେଇ କୌଣସି ଆଧିକାରିକ ସ୍ତରରେ ବୟାନ ଦିଆଯାଇ ନାହିଁ। ତେବେ ପାକିସ୍ତାନ ବାୟୁସେନା ଚାଇନା ସହ ଜେ-୩୫ କ୍ରୟ ନେଇ ଆଲୋଚନା କରୁଥିବା କଥା ସ୍ପଷ୍ଟ କରିସାରିଛି। 

ମିଳିଥିବା ଖବର ଅନୁସାରେ ପାକିସ୍ତାନି ବାୟୁସେନାର ପାଇଲଟ ମାନେ ଚାଇନା ଯାଇ ସେଠାରେ ଯୁଦ୍ଧବିମାନର ବୈଷୟିକ ଜ୍ଞାନକୈଶଳ ଓ ବୈଶିଷ୍ଟ୍ୟ ଉପରେ ତାଲିମ ନେଉଛନ୍ତି। ଭାରତ ନିଜ ସୀମାରେ ବଢାଉଥିବା ବୈଷୟିକ ଜ୍ଞାନ କୈଶଳ ବିରୁଦ୍ଧରେ ପାକିସ୍ଥାନ ଏଭଳି ପଦକ୍ଷେପ ଗ୍ରହଣ କରିଛି। 

ପାକିସ୍ତାନ ବାୟୁସେନାରେ ଜେ-୩୫ ସାମିଲ ହେବା ଦ୍ୱାରା ପାକିସ୍ତାନର ସାମରିକ ବଳରେ ବୃଦ୍ଧି ଘଟିବ। ଏହା ଏକ ପଞ୍ଚମ ପିଢିର ଲଢ଼ୁଆ ଯୁଦ୍ଧ ବିମାନ ହୋଇଥିବାରୁ ଏଥିରେ ଷ୍ଟେଲ୍ଥ ଟେକ୍ନୋଲୋଜି ରହିଛି। ଯାହା ଫଳରେ ଏହା ସହଜରେ ଶତ୍ରୁପକ୍ଷର ରାଡାରରେ ଦେଖାଯାଇ ନଥାଏ। ଅନ୍ୟପଟେ ପାକିସ୍ତାନର ଆର୍ଥନୈତିକ ସ୍ଥିତି ଏବେ ଖରାପ ଥିବାରୁ ପାକିସ୍ତାନ କିପରି ପଞ୍ଚମ ପିଢିର ଯୁଦ୍ଧ ବିମାନର ରକ୍ଷଣାବେକ୍ଷଣ କରିବ ସେନେଇ ପ୍ରଶ୍ନ ଉଠୁଛି। 

ଜେ-୩୫ର ଷ୍ଟିଲ୍ଥ ଟେକ୍ନୋଲୋଜି ଭାରତ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏହା ସହଜରେ ରାଡାରରେ ଧରାପଡୁ ନଥିବାରୁ  ପାକିସ୍ଥାନ ଭାରତ ସୀମା ମଧ୍ୟକୁ ପଶିଆସିବାର ସମ୍ଭାବନା ରହିଛି। ଅନ୍ୟପଟେ ଭାରତୀୟ ସେନା ବାହିନିରେ ଏଯାଏ କୌଣସି ପଞ୍ଚମ ପିଢିର ଫାଇଟର ଜେଟ ନାହିଁ। ଭାରତ ନିଜ ସେନା ବାହିନି ପାଇଁ ଏକ ପଞ୍ଚମ ପିଢିର ଫାଇଟର ଜେଟ ନିର୍ମାଣ କରୁଛି। ଯାହାର ନାମ ଆଡଭାନ୍ସ ମିଡିୟମ କମ୍ବାଟ ଏୟାରକ୍ରାଫ୍ଟ(ଏଏମସିଏ) ରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.