ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଅଧିକ ଦର ଯୋଗୁଁ କିରାସିନିରୁ ମୁହଁ ଫେରାଉଛନ୍ତି, ଲିଟର ପିଛା ହେଲାଣି ୮୫ ଟଙ୍କା

Published By : Harapriya Sethi | March 31, 2025 7:21 AM

ତିହିଡି,୩୧/୩:  କିରାସିନି ତେଲ ଲିଟର ୮୫ ଟଙ୍କା ଧରିଲାଣି । ମୁଲ୍ୟ ପାଇଁ ମୁହଁ ଫେରାଉଛନ୍ତି ସାଧାରଣ ଲୋକ ।  ତେଣୁ ୬ ମାସ ହେଲା ଡିଲର ଆଉ କୋଟା ଉଠାଉ ନାହାନ୍ତି । କିରାସିନିର ମୂଲ୍ୟ ଡିଜେଲ ସହ ୬ ମାସ ହେଲା ତେଲ ଡିଲର ଉଠାଉ ନାହାନ୍ତି ସମାନ ହୋଇଯିବାରୁ ଲୋକେ ଡିଜେଲ ଉପରେ ଭରସା କଲେଣି । ବାଧ୍ୟ ହୋଇ ଗାଁ ଗଣ୍ଡାର ଡିଲରମାନେ କେବଳ ଚାଉଳ ବାଣ୍ଟିବା ଛଡ଼ା ଆଉ ଚିନି କି କିରାସିନି ଉଠାଉ ନାହାନ୍ତି । ୨୦୨୪ ଏପ୍ରିଲ ପରଠାରୁ ଧିରେ ଧିରେ ଜିଲ୍ଲାରେ କିରାସିନି କୋଟା କମିବାରେ ଲାଗିଛି । ୨୦୨୫ ମାର୍ଚ୍ଚ ବେଳକୁ ୭ଟି ବ୍ଲକରେ ମାତ୍ର ୩୩ ହଜାର ଲିଟରରେ କୋଟା ପହଞ୍ଚିଛି ।  

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚାହିଦା ଥିବା ବେଳେ କେବଳ ତିହିଡ଼ି ବ୍ଲକରେ ମାସକୁ ୧ ଲକ୍ଷ ଲିଟର କିରାସିନି ଉଠାଯାଉଥିଲା । ଯାହାକି ଏବେ କମିବାରେ ଲାଗିଛି । ୨୦୨୪ ଅକ୍ଟୋବର ସୁଦ୍ଧା ଏହି ତିନିମାସିଆ କୋଟାର ଆଲଲଟମେଣ୍ଟ ପରିମାଣ ୪ ଲକ୍ଷ ୪୪ ହଜାର ଲିଟର ହୋଇଥିବାବେଳେ ଠାରୁ କୋଟା ଉଠାଇବାକୁ ନାରାଜ ।  ଫଳରେ ପ୍ରତି ବ୍ଳକକୁ ମିଳୁଥିବା ମାସିକିଆ କୋଟା ଏବେ ଲାପ୍ସ ହେବାକୁ ବସିଛି  । ଏହି ମର୍ମରେ ଭଦ୍ରକ ଜିଲ୍ଲାରେ ଗତ ୪ବର୍ଷ ମଧ୍ୟରେ ୧୫ ଲକ୍ଷ ଲିଟର କିରାସିନ ଲାପ୍ସ ହୋଇଯାଇଛି । ଅନ୍ୟପକ୍ଷରେ ଡିଲର ଓ ହୋଲସେଲରମାନେ ବାଧ୍ୟ ହୋଇ ବିକଳ୍ପ ଯୋଜନା ନାମରେ ଚିଙ୍ଗୁଡି ଘେରି ଓ କେତେକ ହାଇୱା ମାଲିକଙ୍କୁ ଏହା ବିକ୍ରି କରୁଥିଲେ । ଏବେ ଡିଜେଲ ସେମାନଙ୍କ ଭରସା ।  ତଥାପି ଯୋଗାଣ ବିଭାଗ ପ୍ରତି କାଡ଼ର୍ ପିଛା ୧ ଲିଟର କିରାସିନ ନେବାକୁ ବାଧ୍ୟ ବୋଲି ଆଇନ ତିଆରି କରିଛି । ଗତ ୨୦୨୨ ମାର୍ଚ୍ଚ ରୁ ୨୦୨୪ ଅକ୍ଟୋବର ମଧ୍ୟରେ କିରୋସିନି ଦର ହୋଲସେଲର କେତେ ଉଠାଉଛନ୍ତି ତାହା ମାସ ଶେଷ ବେଳକୁ ଜଣାପଡ଼ିବ । 

ତଥ୍ୟ ଅନୁଯାୟୀ ତିହିଡ଼ି ବ୍ଲକ ପାଇଁ ୩ ମାସରେ ୬୧ ହଜାର ୩୧୯ ଲିଟର, ଧାମନଗର ବ୍ଲକ ପାଇଁ ୫୭ ହଜାର ୧୯୯ ଲିଟର, ଚାନ୍ଦବାଲି ବ୍ଲକ ପାଇଁ ୭୪ ହଜାର ୫୭୬ ଲିଟର, ବନ୍ତ ବ୍ଲକ ପାଇଁ ୪୫ ହଜାର ୦୫୧ ଲିଟର, ଭଣ୍ଡାରିପୋଖରୀ ବ୍ଲକ ପାଇଁ ୩୭ ହଜାର ୦୯୪ ଲିଟର, ଭଦ୍ରକ ବ୍ଲକ ପାଇଁ ୬୩ ହଜାର ୧୪୦ ଲିଟର, ଭଦ୍ରକ ପୌରାଞ୍ଚଳ ପାଇଁ ୨୪ ହଜାର  ୨୬୫ ଲିଟର, ବାସୁଦେବପୁର ବ୍ଲକ ପାଇଁ ୭୧ ହଜାର ୦୨୬ଲିଟର, ବାସୁଦେବପୁର ପୌରାଞ୍ଚଳ ପାଇଁ ୧ ହଜାର ୦୩୦ ଲିଟର ଆଲଟ ହୋଇଛି । ହେଲେ ମୂଲ୍ୟ ପାଇଁ ଏହା କିଣିବାକୁ ଲୋକେ ନାରାଜ । ଘରେ ଘରେ ବିଜୁଳି ବତୀ ଓ ସୋଲାର ଲାଇଟ୍‌ ଚମକୁଥିବା ବେଳେ କିରାସିନ ତେଲର ଡିବିରି ବତୀ ଆଉ ଜଳୁନ । ଉଠାଣକୁ ନେଇ ହୋଲସେଲର ଓ ଡିଲରଙ୍କ ମଧ୍ୟରେ ବିବାଦ ଘନାଉଛି । ଖାଉଟି ତେଲ ନ ନେବାରୁ ଡିଲରମାନେ ବି ହୋଲସେଲରଙ୍କ ଠାରୁ କୋଟା ଉଠାଇବାକୁ ନାରାଜ ।  ଫଳରେ ପ୍ରତି ବ୍ଳକକୁ ମିଳୁଥିବା ମାସିକିଆ କୋଟା ଏବେ ଲାପ୍ସ ହେବାକୁ ବସିଛି  । ଏହି ମର୍ମରେ ଭଦ୍ରକ ଜିଲ୍ଲାରେ ଗତ ୪ବର୍ଷ  ମଧ୍ୟରେ ୧୫ ଲକ୍ଷ ଲିଟର କିରାସିନ ଲାପ୍ସ ହୋଇଯାଇଛି । ଅନ୍ୟପକ୍ଷରେ ଡିଲର ଓ ହୋଲସେଲରମାନେ ବାଧ୍ୟ ହୋଇ ବିକଳ୍ପ ଯୋଜନା ନାମରେ ଚିଙ୍ଗୁଡି ଘେରି ଓ କେତେକ ହାଇୱା ମାଲିକଙ୍କୁ ଏହା ବିକ୍ରି କରୁଥିଲେ । ଏବେ ଡିଜେଲ ସେମାନଙ୍କ ଭରସା । ତଥାପି ଯୋଗାଣ ବିଭାଗ ପ୍ରତି କାଡ଼ ର୍ ପିଛା ୧ ଲିଟର କିରାସିନ ନେବାକୁ ବାଧ୍ୟ ବୋଲି ଆଇନ ତିଆରି କରିଛି । 

ଗତ ୨୦୨୨ ମାର୍ଚ୍ଚ ରୁ ୨୦୨୪ ଅକ୍ଟୋବର ମଧ୍ୟରେ କିରୋସିନି ଦର ବଢିବାରେ ଲାଗିଛି । ୨୦୨୨ ମାର୍ଚ୍ଚ କୋଟାରେ କିରୋସିନ ଲିଟର ୬୨ ଟଙ୍କା ଥିବା ବେଳେ ଅପ୍ରେଲ ମାସରେ ଏହା ୭୯ରୁ ୮୧ ଟଙ୍କାକୁ ବୃଦ୍ଧି ପାଇଥିଲା । ୨୦୨୩ ମାର୍ଚ୍ଚ ବେଳକୁ ବିଭିନ୍ନ ଡିଲରମାନେ ୮୫ ରେ  ବିକୁଥିଲେ ଓ ୨୦୨୪ ମାର୍ଚ୍ଚ ବେଳକୁ ଏହା ୭୬ ଟଙ୍କାରେ ବିକ୍ରି ହେଉଥିଲା । ୨୦୨୪ ଅକ୍ଟୋବର ବେଳକୁ ଏହା ୧୦୦ ଟଙ୍କା ଧରିବା ପରେ ଟୋଟାଲ କୋଟା ବନ୍ଦ ହୋଇଯାଇଛି । ମୋଟ ଉପରେ କିରାସିନି ତେଲ ପାଇଁ ଗାଁ ଡିଲର, ବ୍ଲକ ହୋଲସେଲର, ବ୍ଲକ ଯୋଗାଣ ନିରୀକ୍ଷକ ଏବଂ ଜିଲ୍ଲା ଯୋଗାଣ ଅଧିକାରୀ ଚିନ୍ତାରେ ପଡ଼ିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.