ନୂଆଦିଲ୍ଲୀ : ଭାରତ-ଏ , ଶ୍ରୀଲଙ୍କା-ଏ ଓ ଅଫଗାନିସ୍ତାନ-ଏ ଟିମ୍ ମଧ୍ୟରେ ଶ୍ରୀଲଙ୍କାର ଦାମ୍ୱୁଲାରେ ତ୍ରିରାଷ୍ଟ୍ରୀୟ ସିରିଜ ଖେଳା ଯାଉଛି। ଏହାର ଫାଇନାଲ ମ୍ୟାଚ୍ ସ୍ଥିର ହୋଇ ସାରିଛି। ଏହା ଭାରତ-ଏ ଓ ଶ୍ରୀଲଙ୍କା-ଏ ମଧ୍ୟରେ ଖେଳା ଯିବ। ଏହି ମ୍ୟାଚ୍ ୨୧ଜୁନ୍ ରବିବାର ଦାମ୍ୱୁଲାରେ ଅନୁଷ୍ଠିତ ହେବ। ଏଥିରେ ୧୫ ବର୍ଷିୟ ୱଣ୍ଡର ବୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ଭଲ ପ୍ରଦର୍ଶନ କରିବାକୁ ହେବ। କାରଣ ଏଥିପାଇଁ ଯେ, ତାଙ୍କର ଷ୍ଟାରଡମ୍ ଓ ପ୍ରତିଭା ଉପରେ ବିସିସିଆଇକୁ ପୁନର୍ବାର ଭାବିବାକୁ ଯେମିତି ନପଡ଼େ। ବୈଭବ ଏହି ପୂରା ଟୁର୍ଣ୍ଣାମେଣ୍ଟରେ ଚାରୋଟି ମ୍ୟାଚ୍ ଖେଳିଛନ୍ତି ଏବଂ ଏହି ଚାରୋଟି ଯାକ ମ୍ୟାଚରେ ତାଙ୍କର ପ୍ରଦର୍ଶନ ଆଶାନୁରୂପ ହୋଇ ନାହିଁ। ସୂର୍ଯ୍ୟବଂଶୀଙ୍କ ବ୍ୟାଟରୁ ଏହି ସବୁ ମ୍ୟାଚରେ ୪ଟି ଇନିଂସରେ ମୋଟ ୧୦୯ ରନ ବାହାରିଛି। ଏଥିରେ ସେ ଯେଉଁ ଅଧିକ ରନ କରିଛନ୍ତି , ତାହା ଅଫଗାନିସ୍ତାନ –ଏ ଟିମ୍ ବିରୋଧରେ କରିଛନ୍ତି, ଯିଏକି ଶ୍ରୀଲଙ୍କା ତୁଳନାରେ ଦୁର୍ବଳ ଟିମ୍ ଭାବେ ଜଣାଯାଏ। ଏହି ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍କୋରଲାଇନ ଏହିପରି – ୧୪,୪୪ ,୨୧ , ୩୮ । ଏଥିରେ ସେ ଯେଉଁ ୪୪ ଓ ୩୮ ରନର ଇନିଂସ ଖେଳିଛନ୍ତି, ତାହା ଅଫଗାନିସ୍ତାନ-ଏ ଟିମ୍ ବିରୋଧରେ ଖେଳିଛନ୍ତି। ଶ୍ରୀଲଙ୍କାର ବୋଲିଂ ୟୁନିଟ୍ ଖୁବ୍ ମଜବୁତ, ଏହା ବିରୋଧରେ କେବଳ ୧୪ ଓ ୨୧ ରନ ହିଁ କରି ପାରିଛନ୍ତି। ଏଥିରେ ଯଦି ବୈଭବଙ୍କ ବ୍ୟାଟ୍ ଫାଇନାଲରେ ମଧ୍ୟ ନଚାଲେ ତ ତାଙ୍କ ଉପରେ ପ୍ରଶ୍ନ ଉଠି ପାରେ ଯେ, ସେ କେବଳ ଆଇପିଏଲର ଫ୍ଲାଟ୍ ପିଚ୍ ଓ ଦୁର୍ବଳ ବୋଲିଂ ୟୁନିଟର ସାମ୍ନାରେ ହିଁ ରନ କରି ପାରନ୍ତି।

ବରିଷ୍ଠ ଖେଳ ସାମ୍ୱାଦିକ ପ୍ରତୀକ ଶ୍ରୀବାସ୍ତବଙ୍କ ଅନୁସାରେ , ଯଦି ଫାଇନାଲ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ବିଫଳ ହୁଅନ୍ତି କିମ୍ୱା କମ୍ ରନ୍ କରନ୍ତି ତ ବିସିସିଆଇ ତାଙ୍କୁ ନେଇ ପୁନର୍ବିଚାର କରିବାକୁ ବାଧ୍ୟ ହୋଇ ପାରେ। ଶ୍ରୀବାସ୍ତବ କହିଛନ୍ତି , ସମ୍ଭବତଃ ରବିବାର ଭାରତ-ଏ ଓ ଶ୍ରୀଲଙ୍କା-ଏ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ଏବଂ ବିହାରର ଏହି ବ୍ୟାଟ୍ସମ୍ୟାନଙ୍କ ପାଖରେ ଉକ୍ତ ସିରିଜରେ ନିଜର ପ୍ରଶଂସକଙ୍କୁ ଆଶ୍ୱସ୍ତି କରିବାର ଏହା ଶେଷ ସୁଯୋଗ ଯେ, ତାଙ୍କର ଗତ ସବୁ ବିଫଳତା ଖେଳର ଅଂଶ ବିଶେଷ ଥିଲା। ଏହି ସାବ୍ୟସ୍ତ କରିବାର ଅଛି ଯେ, ତାଙ୍କର ଟେକନିକ୍ କିମ୍ୱା ସ୍ୱଭାବରେ କୌଣସି ତ୍ରୁଟି ନାହିଁ ଏବଂ ସେ ଅତି କମରେ ଦୁଇ ଦଶକ ଯାଏ ଭାରତର ସେବା କରିବାକୁ ପ୍ରସ୍ତୁତ।

କିନ୍ତୁ , ଯଦି ସେ ପୁଣି ଥରେ ବିଫଳ ହୁଅନ୍ତି ତ ଏହାର ଅର୍ଥ କିଛି ଖରାପ ନୁହେଁ। ହେଲେ ତାଙ୍କୁ ପୁଣି ଘରୋଇ କ୍ରିକେଟକୁ ଫେରିବାକୁ ପଡ଼ିବ। ବୋଧହୁଏ ତାଙ୍କର ଟିମ୍ ବଦଳାଇବାକୁ ହେବ ଏବଂ ଏଲିଟ୍ ଗ୍ରୁପ୍ ଟିମର ସଦସ୍ୟ ହୋଇ ପାରନ୍ତି, ଯେଉଁଠି ସ୍ଥାନ ନେବାକୁ କଡ଼ା ପ୍ରତିସ୍ପର୍ଦ୍ଧା ହେବ ଏବଂ ଭଲ ବିରୋଧୀ ଟିମର ସମ୍ମୁଖୀନ ହେବାକୁ ପଡ଼ିବ। ତାଙ୍କୁ ନାଲି ଓ ଧଳା ବଲରେ ଖୁବ୍ କ୍ରିକେଟ ଖେଳିବାକୁ ହେବ ଏବଂ କେବଳ ଭଲ ରେଜଲ୍ଟ ହେବା ଉଚତ୍।କଥା କେବଳ ଏତିକି ହିଁ ସରଳ। ବିସିସିଆଇକୁ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଓ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ସାହାଯ୍ୟରେ ତାଙ୍କ ପାଇଁ ପୂରା ଯୋଜନା ପ୍ରସ୍ତୁତ କରିବାକୁ ହେବ।

ଉଲ୍ଲେଖନୀୟ ଯେ, ବୈଭବ ସୂର୍ଯ୍ୟବଂଶୀ ଆଇପିଏସ ୨୦୨୬ରେ ଆକର୍ଷଣୀୟ ପ୍ରଦର୍ଶନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ। ସେ ଏହି ଲିଗରେ ୧୬ଟି ମ୍ୟାଚରେ ୭୭୬ ରନ କରିଛନ୍ତି ଏବଂ ରେକର୍ଡ ସଂଖ୍ୟକ ୭୨ଟି ଛକା ମାରିଛନ୍ତି। ବୈଭବ ହାରାହାରି ପ୍ରତି ପାଳିରେ ସାଢେ ଚାରି ଛକା ମାରିଛନ୍ତି। ସେ ୨୦୦ରୁ ଅଧିକ ଷ୍ଟ୍ରାଇକ୍ ରେଟରେ ଏହି ରନ୍ କରି ଥିଲେ। ତାଙ୍କର ଆଇପିଏଲର ପ୍ରଦର୍ଶନକୁ ଧ୍ୟାନରେ ରଖି ଚୟନକର୍ତ୍ତା ମାନେ ( ଅଜିତ ଅଗରକର କହିଥିଲେ ବୈଭବ ନିଜର ପ୍ରଦର୍ଶନରେ ଚୟନକର୍ତ୍ତାଙ୍କ ପାଇଁ ବାଧ୍ୟ କରି ଥିଲେ ) ତାଙ୍କୁ ଟ୍ରାଇ ନେସନ ଏ ସିରିଜ ପାଇଁ ଭାରତ -ଏ ର ସଦସ୍ୟ କରିଥିଲେ , ଏହା ସହ ଆୟରଲ୍ୟାଣ୍ଡ ଓ ଇଂଲଣ୍ଡରେ ହେବାକୁ ଥିବା ଟି-୨୦ ଶୃଙ୍ଖଳା ସିରିଜରେ ଭାରତୀୟ ସିନିୟର ଟିମ୍ ପାଇଁ ମଧ୍ୟ ଚୟନ କରାଯାଇଛି। ବୈଭବଙ୍କ ପାଖରେ ଆଗାମୀ ଦୁଇଟି ସିରିଜରେ ଭଲ ପ୍ରଦର୍ଶନ କରିବାର ସୁଯୋଗ ଅଛି।

ଆହୁରି ମଧ୍ୟ ପଢନ୍ତୁ :  BCCI : ଶ୍ରୀଲଙ୍କାରେ ଲଢେଇ ପରେ BCCI ନେବ ବୈଭବଙ୍କ ଉପରେ ଆକ୍ସନ ? ଦେବଜୀତ କଲେ ସ୍ପଷ୍ଟ