ପୁରୀ,୧୭/୦୭: ରଥଯାତ୍ରରେ ସୁରକ୍ଷା ବ୍ୟବସ୍ଥାରେ ବଡ଼ ତ୍ରୁଟି କଲେ ସୁରକ୍ଷା ଦାୟିତ୍ବରେ ଥିବା ପୁଲିସ ଅଧିକାରୀ ଓ କର୍ମଚାରୀ। ରଥର ଇନ୍ କର୍ଡନ ଭିତରକୁ ବିନା କଡର୍ନ ପାସ୍ଧାରୀଙ୍କୁ ପୂରାଇଲା ପୁଲିସ । ଶ୍ରୀଗୁଣ୍ଡିଚା ଯାତ୍ରା ବେଳେ ସିଂହଦ୍ୱାର ସମ୍ମୁଖ ବ୍ୟାରିକେଡ୍ ଦେଇ ରଥ ନିକଟକୁ ବହୁ ସଂଖ୍ୟକ ବିନା କର୍ଡନଧାରୀ ବ୍ୟକ୍ତିଙ୍କୁ ପୁଲିସ ଛାଡ଼ିଥିଲା । କଡର୍ନ ଧରିଥିବା ବ୍ୟକ୍ତିଙ୍କୁ ଏହି ଗେଟ୍ରେ ପୁଲିସ ଅଧିକାରୀମାନେ ଅଟକାଇଥିଲେ । ଛାଡ଼ିବେନି ବୋଲି କହିଥିଲେ । ହେଲେ ନିଜ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ସହ ଆସିଥିବା ବିନା କର୍ଡନଧାରୀଙ୍କୁ ଏଠାରେ ମୁତୟନ ଅଧିକାରୀମାନେ ଛାଡ଼ିଥିଲେ । ଇନର କର୍ଡନ ଭିତରେ ବିନା
ଅଧିକ ପଢ଼ନ୍ତୁ :- Ratha yatra 2026 : ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ପୁଣି ତ୍ରୁଟି, ମୋବାଇଲ୍ କ୍ୟାମେରା ଧରି ପଶିଲେ, ଜଗା ଭିଡିଓ ଭାଇରାଲ୍ କଲେ
ପାସ୍ଧାରୀ ନପୂରାଇବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ସତ୍ତେ୍ୱ ଏହାକୁ ଖାତିର କରିନାହାନ୍ତି କେତେକ ପୁଲିସ ଅଧିକାରୀ । ଫଳରେ ରଥ ନିକଟରେ ବହୁ ବିନା କର୍ଡନ ପାସ୍ଧାରୀ ପହଞ୍ଚି ପାରିଥିଲେ । ଯାହା ଇନର କର୍ଡନରେ ପ୍ରବଳ ଭିଡ଼ ସୃଷ୍ଟି ହୋଇଥିଲା । ସେହିପରି ରଥ ପଛପାଶ୍ୱର୍ ପ୍ଲାଷ୍ଟିକ୍ ବ୍ୟାରିକେଡ୍ ପେଲି ବହୁ ସଂଖ୍ୟକ ଶ୍ରଦ୍ଧାଳୁ ରଥ ଇନର କର୍ଡନ ଭିତକୁ ପଶି ଆସିଥିଲେ । ଶ୍ରୀଗୁଣ୍ଡିଚା ଯାତ୍ରାର ମଧ୍ୟାହ୍ନ ସମୟରେ ଏହି ଅଘଟଣ ଘଟିଥିଲା । ଭାଗ୍ୟକୁ ବଡ଼ ଦଳାଚକଟା ହୋଇନଥିଲା । ଭିଡ଼କୁ ରୋକିବାରେ ପ୍ରଶାସନ ପଦକ୍ଷେପରେ ବ୍ୟାପକ ଘଳିଆ ରଥଯାତ୍ରା ଭିଡ଼ ନିୟନ୍ତ୍ରଣରେ ବିଶୃଙ୍ଖଳା ସୃଷ୍ଟି କରିଥିଲା