ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ରଥ ଖଳା ହାଲଚାଲ୍ : ଅଖ ଅନୁକୂଳ, ଓରା କାମ ଆରମ୍ଭ

Published By : Rasmita Pradhan | May 16, 2025 8:42 AM

ପୁରୀ,୧୬/୦୫ : ଗୁରୁବାର ରଥ ଅଖ କାମ ଅନୁକୂଳ ହୋଇଛି । ମହାପ୍ରଭୁଙ୍କ ମାଳ ମାହାର୍ଦ୍ଦ ସମର୍ପଣ କରି ତିନି ରଥର ମୁଖ୍ୟ ବିଶ୍ୱକର୍ମା ନାହାକା ଅଖ ତିଆରି ଆରମ୍ଭ କରିଛନ୍ତି । ଅଖର ଦୁଇ ପାଶ୍ୱର୍ରେ ବାରିସି ଚଳାଇ ଗୋଲେଇ କରୁଛନ୍ତି । ପ୍ରତି ରଥର ନାହାକା ଅଖ କାମ ଆରମ୍ଭ ହୋଇଛି । ଧଉରା କାଠରେ ତିଆରି ହେଉଛି ଅଖ । ରଥ ଖଳାରେ ଚକ ନିର୍ମାଣ ଚାଲିଛି । ଆଜି ସୁଦ୍ଧା ୩୭ଟି ଚକର ଘେର(ବଳକା ଅଂଶ) କାଟିଛନ୍ତି କରତି ସେବକ । ନାହାକା ଚକରେ ପଇତା ପିନ୍ଧାଉଛନ୍ତି ବିଶ୍ୱକର୍ମା । ରଥର ଓରା କାମ ଆରମ୍ଭ ହୋଇଛି । ଓରା ହେଉଛି ରଥର ଉପରି ଭାଗ ଭୂଇଁର ଏକ ଅଂଶ । ପହିର ମଝି ଅଂଶରେ ଅଢ଼େଇ ଇଞ୍ଚର ଏକ ବିଟ ଭଳି ବଳୟକୁ ରଥ ଖଳାରେ କୁହନ୍ତି ‘ପଇତା’ । ଚକର ସୌନ୍ଦର୍ଯ୍ୟ ବୃଦ୍ଧି କରେ ପଇତା । 

ଗୁରୁବାର ସୁଦ୍ଧା ତିନି ରଥର ୧୨ଟି ଚକ ତିଆରି ପ୍ରାୟ ଶେଷ । ବଳକା ଚକର ପହିରେ ବିନ୍ଧ କରୁଛନ୍ତି ବିଶ୍ୱକର୍ମା । ପରେ ବିଲେଇ ବାଡ଼ିଆ ପଦ୍ଧତିରେ ପହି ପିନ୍ଧା ଯାଇ ଶେଷକୁ କିଳା ବାଡ଼ିଆ ହେଉଛି । ତିନି ରଥର ରୂପକାର ସେବକମାନେ ଗୁଜରେ ନୃସିଂହ ରୂପ ଖୋଦେଇ କରୁଛନ୍ତି । ରଥର ସାଲଗୁଜ, ତୀଖଗୁଜ, ଜଳଯନ୍ତ୍ର ଚଉପଟ ଚାଲିଛି । ବିଶ୍ୱକର୍ମାମାନେ ଧଉରା କାଠ ଚଉପଟ କରି ରୂପକାରଙ୍କୁ ଯୋଗାଉଛନ୍ତି । ରୂପକାର ସେଥିରେ ସିଂହବିରାଳ ମୂର୍ତ୍ତି ତିଆରିରେ ବ୍ୟସ୍ତ । ତୁମ୍ବରେ ଅର ଭୁଞ୍ଜି ସିଙ୍ଗଡ଼ା ପ୍ରସ୍ତୁତ ପରେ ମେସିନ୍‌ ସାହାଯ୍ୟରେ ଅଖ ପାଇଁ ବିନ୍ଧ ତିଆରି ହେଉଛି । ୧୮ଟି ତୁମ୍ବରେ ଅଖ ବିନ୍ଧ ସରିଛି । ରଥଖଳାରେ ବିଲେଇ ବାଡ଼ିଆ ପଦ୍ଧତିରେ ଚକ ପ୍ରସ୍ତୁତ ହେଉଛି । କମାର ଶାଳରେ ଓଝା ସେବକମାନେ ରଥର ଉଛୁଳା ଚକ ପାଇଁ ପନ୍ଦାରି ଏବଂ ବଳା ନିର୍ମାଣ କରୁଛନ୍ତି । ତିନି ରଥ ପାଇଁ ବିଶ୍ୱକର୍ମା ୭୮ଜଣ, ଭୋଇ ସେବକ ୬୫ଜଣ, କରତି ସେବକ ୪ଜଣ, କମାର ସେବକ ୧୫ ଜଣ, ରୂପକାର ସେବକ ୨୧ଜଣ, ତୁମ୍ବ ବିନ୍ଧ କାରିଗର ୨ ଓ ଜଣେ ରଥଖଳା ସହାୟକ ସମେତ ମୋଟ ୧୮୮ ଜଣ ରଥ କାମରେ ନିୟୋଜିତ ଅଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.