ପ୍ରମୂଖ ଖବର
  • ଦିଲ୍ଲୀ ଏମ୍ସରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା
  • ||
  • ଅବସର ପରେ କରିପାରିବେ ଶିକ୍ଷକତା, ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ
  • ||
  • ରାଜ୍ୟସ୍ତରୀୟ ପିଏମ କିଷାନ ସମ୍ମାନ ନିଧି, ଓଡ଼ିଶାର ପ୍ରାୟ ୩୫ ଲକ୍ଷ କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା
  • ||
  • ମୟୂରଭଞ୍ଜ : ସାପ କାମୁଡାରେ ଚାଲିଗଲା ୨ ମହିଳାଙ୍କ ଜୀବନ
  • ||
  • ଅନ୍ନଦାତାଙ୍କୁ ପିଏମ୍ କିଷାନ ଟଙ୍କା, ୯ କୋଟି ୭୧ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ଗଲା ୨୦ତମ କିସ୍ତି
  • ||
  • ଅପରେସନ୍ ଅଖଲ; କୁଲଗାମରେ ଏନକାଉଣ୍ଟର, ଆତଙ୍କୀ ନିପାତ
  • ||
  • କରଞ୍ଜିଆ: ବିଲ ମଝିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ; ମହିଳା ମୃତ, ପୁରୁଷ ଗୁରୁତର
  • ||
  • ଅପରେସନ୍ ଅଖଲ, ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ଜଣେ ଆତଙ୍କୀ ନିପାତ
  • ||
  • ଢେଙ୍କାନାଳ : ଚାଷୀଙ୍କୁ ଦଳିଦେଲା ଦନ୍ତା, ମୁଣ୍ଡରୁ ଅଲଗା ହେଲା ଗଣ୍ଡି
  • ||
  • ବିଜେଡି ନେତା ରାଜା ଚକ୍ରଙ୍କୁ ୧୫ ଦିନ ଜାମିନ୍‌, ଶଶୁରଙ୍କ ଦଶାହ କର୍ମରେ ଯୋଗ ଦେବାକୁ ମିଳିଛି ଅନ୍ତରୀଣ ବେଲ୍
  • ||
  • ବ୍ରହ୍ମପୁର: ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହତ, ବାମ ଗୋଡ଼ରେ ବାଜିଛି ଗୁଳି
  • ||
  • ରାଜନୀତି ଛାଡ଼ିବାକୁ ଘୋଷଣା କଲେ କମଲା ହାରିସ୍‌, କହିଲେ 'ଆମ ବ୍ୟବସ୍ଥା ଭାଙ୍ଗି ସାରିଛି...'
  • ||
  • ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

ଶାରୀରିକ ଯନ୍ତ୍ରଣାରୁ ଦୂର କରେ ବ୍ୟାୟାମ, ମେଦ ହ୍ରାସ ସହ ରକ୍ତ ସଞ୍ଚାଳନ ସ୍ୱାଭାବିକ ହୋଇଥାଏ

Published By : Manoj | August 2, 2025 3:02 PM

ଭୁବନେଶ୍ୱର୦୨/୦୮: ଶରୀରରେ ବିଭିନ୍ନ କାରଣରୁ ଯନ୍ତ୍ରଣା ହୋଇଥାଏ  । ଯେପରିକି ରୋଗ, ଆଘାତ ଜନିତ, କ୍ଷୟ ଜନିତ ଯନ୍ତ୍ରଣା ଏବଂ କୌଣସି କାରଣ ନଥାଇ ଯନ୍ତ୍ରଣା (ସାଇକୋଜେନିକ) ।  ବିଶେଷ କରି ମାଂସପେଶୀ ଓ ଖଞ୍ଜାରେ ଯନ୍ତ୍ରଣା ହୋଇଥାଏ ।  ଶରୀରର ଅଙ୍ଗପ୍ରତ୍ୟଙ୍ଗକୁ ଘେରି ରହିଥିବା ସୂତା ଭଳି ଟିସୁ  (ଫାସିଆ) ଆମ ଶରୀରର ବୃହତ ଇନ୍ଦ୍ରିୟ ଅଙ୍ଗ ଯାହାକି ଆମ  ଶରୀରର ୨୫୦ ମିଲିୟନ ସ୍ନାୟୁ ବା ପେନ୍‌ ରିସେପ୍‌ଟର ଦ୍ୱାରା  ଗଠିତ । ଏହାଛଡ଼ା ଶରୀରର ଚର୍ମ ମଧ୍ୟ ପାଖାପାଖି ୨୦୦  ମିଲିୟନ ପେନ୍‌ ରିସେପ୍‌ଟର ଦ୍ୱାରା ଗଠିତ। ଯେ କୌଣସି  ରୋଗ, ଆଘାତ, କ୍ଷୟ କାରଣରୁ ଶରୀରରେ ଥିବା ପେନ୍‌  ରିସେପ୍‌ଟର ପାଇଁ ଆମେ ଯନ୍ତ୍ରଣା ଭୋଗିଥାଉ । କେତେକ କ୍ଷେତ୍ରରେ କୌଣସି ଶାରୀରିକ କାରଣ ନଥାଇ ମଧ୍ୟ କିଛି  ବ୍ୟକ୍ତି ଯନ୍ତ୍ରଣା ଅନୁଭବ କରିଥାନ୍ତି । ଅନେକ ଦିନ ପର୍ଯ୍ୟନ୍ତ  ଯନ୍ତ୍ରଣାର ଚିକିତ୍ସା ମଧ୍ୟ ଚାଲେ । ଏହାକୁ ସାଇକୋଜେନିକ୍‌  ପେନ୍‌ ବା ମନରେ ସୃଷ୍ଟି ହୋଇଥିବା ଶାରୀରିକ  ଯନ୍ତ୍ରଣା କୁହାଯାଇଥାଏ । ଏହା ଏକ ମାନସିକ ରୋଗ ।    

ରୋଗ, ଆଘାତ, କ୍ଷୟ ଜନିତ ଯନ୍ତ୍ରଣା ଚିକିତ୍ସା  ପରେ ଦୂର ହୋଇଯିବ । ମାନସିକ କାରଣରୁ ହେଉଥିବା  ଶାରୀରିକ ଯନ୍ତ୍ରଣାର ଉପଶମ ଶାରୀରିକ ଚଳନ ଶକ୍ତି ବୃଦ୍ଧି  ହେଉଥିବା ବ୍ୟାୟାମ, ଖଞ୍ଜା ଗୁଡ଼ିକର ନମନୀୟତା ବୃଦ୍ଧି  ହେଉଥିବା ବ୍ୟାୟାମ ଦ୍ୱାରା କେବଳ ଦୂର କରାଯାଇପାରିବ ।  ମାଂସପେଶୀର ଶକ୍ତି ବୃଦ୍ଧି କରାଯାଇ ପାରିଲେ ଶରୀରରେ  ଅନେକ ରୋଗ ଓ ଯନ୍ତ୍ରଣା ମଧ୍ୟ ଲାଘବ ହୋଇପାରିବ ।  ମାଂସପେଶୀର ଶକ୍ତି ଓ ନମନୀୟତା ବୃଦ୍ଧି ହେଲେ ଶରୀରର  ଖଞ୍ଜା ଗୁଡିକର ଚାପ ଓ ଘର୍ଷଣ କମ ହୋଇଥାଏ ।  ଦୁର୍ଘଟଣାରେ କମ କ୍ଷତି ହୁଏ । ଶରୀର ଚଳନଶୀଳ ରହୁଥିବା  ଯୋଗୁଁ କାର୍ଯ୍ୟକ୍ଷମତା ଓ ଦହନ ପ୍ରକ୍ରିୟା ବୃଦ୍ଧି ହୋଇ ମେଦ  ହ୍ରାସ ହୁଏ ଏବଂ ଘାତ ସମ୍ଭାବନା କମିପାରେ ।

ଶକ୍ତିବୃଦ୍ଧି  କାରକ ବ୍ୟାୟାମ ଶରୀରରେ ରକ୍ତ ସଞ୍ଚାଳନକୁ ସ୍ୱାଭାବିକ  କରେ ଏବଂ ଅନ୍ତଃସ୍ରାବୀ ଗ୍ରନ୍ଥିଗୁଡ଼ିକ ସନ୍ତୁଳିତ ରହି କାର୍ଯ୍ୟ  କରିଥାନ୍ତି(ହର୍‌ମୋନାଲ ବାଲାନ୍ସ) । କଠିନ ପରିଶ୍ରମ ମଲେ  ମାନସିକ ଅବସାଦ କମ୍‌ ହୋଇଥାଏ, ନିଦ ଠିକ୍‌ ହୁଏ  ଏବଂ ଶରୀରର ଅନେକ ସମସ୍ୟା ଦୂର ହୋଇ ଶାରୀରିକ  ଯନ୍ତ୍ରଣା ଅନେକ ପରିମାଣରେ ଦୂର ହୋଇଥାଏ । ତେଣୁ  ଶରୀରର ଶକ୍ତି ବୃଦ୍ଧି କରିବା ବ୍ୟାୟାମ ଅମୃତ ସହ ସମାନ ।  ଲିଙ୍ଗ, ବୟସ, ଶାରୀରିକ ସ୍ଥିତି ଓ କର୍ମ ଯାହା ହୋଇଥିଲେ  ମଧ୍ୟ ପ୍ରତ୍ୟେକ ବ୍ୟକ୍ତି ଶକ୍ତିଭିତ୍ତିକ ବ୍ୟାୟାମ ନିଶ୍ଚିତ କରିବା  ଉଚିତ  । ବାରବେଲ (ଲୁହା ରଡ୍‌ର ଦୁଇପଟେ ଚକା  ଭଳି ଭାର ଲାଗିଥିବା ବ୍ୟାୟାମ ଉପକରଣ) ଶକ୍ତିବୃଦ୍ଧି  ବ୍ୟାୟାମ ନିମନ୍ତେ ସବୁଠାରୁ ଉପଯୁକ୍ତ ଉପକରଣ ।    

ଉପଯୁକ୍ତ ପ୍ରଶିକ୍ଷକଙ୍କ ନିକଟକୁ ଯାଇ ଅଥବା  ଜିମ୍‌ ଯାଇ ନିମ୍ନଲିଖିତ ବ୍ୟାୟାମ ଗୁଡିକୁ ଶିକ୍ଷା ଲାଭ କରି  ସାଧ୍ୟମତେ ଆରମ୍ଭ କରନ୍ତୁ-  (୧)ବାରବେଲ୍‌ ବ୍ୟାକ୍‌ ସ୍କ୍ୱାଟ୍‌ (୨) ବେଞ୍ଚ୍‌ ପ୍ରେସ୍‌(୩)  ଡେଡ୍‌ ଲିଫ୍ଟ (୪) ବେଣ୍ଟ୍‌ ଓଭର ରୋ(୫) ଓଭରହେଡ୍‌  ପ୍ରେସ୍‌(୬) ଫାର୍ମର୍ସ କ୍ୟାରି ବ୍ୟାୟମ ଗୁଡ଼ିକୁ ଅତି ଅଳ୍ପ  ଓଜନ ସହ ଆରମ୍ଭ କରି ସପ୍ତାହରେ ଦିନେ ଛାଡ଼ି ଦିନେ  ଅଭ୍ୟାସ କରନ୍ତୁ । ଏକ ଘଣ୍ଟା ମଧ୍ୟରେ ଏହି ବ୍ୟାୟାମ ଗୁଡ଼ିକ  କରିହେବ । ପ୍ରଶିକ୍ଷକଙ୍କ ସହାୟତାରେ ସଠିକ ଖସଡ଼ା  (କେତେ ଓଜନ, କେତେଥର ଓ କେତେ ପାଳି) ପ୍ରସ୍ତୁତ  କରି ନିଜ କ୍ଷମତା ଅନୁଯାୟୀ କରନ୍ତୁ । ଧୀରେ ଧୀରେ  ବ୍ୟାୟାମରେ ଅଳ୍ପ ଅଳ୍ପ ଭାର ବୃଦ୍ଧି କରନ୍ତୁ । ମାସକୁ ଦୁଇରୁ  ଚାରି କିଲୋ ଓଜନ ପ୍ରତ୍ୟେକ ବ୍ୟାୟାମରେ ବଢ଼ାନ୍ତୁ  ।     

ଶାରୀରିକ ଅବସ୍ଥା ଅତି ଖରାପ ଥିଲେ ପ୍ରଥମ ଦୁଇ ତିନି ମାସ ପ୍ରତିଦିନ (୧) ଫ୍ରି- ସ୍କ୍ୱାଟ୍‌(୨) ଟେବୁଲ ଉପରେ  ହାତ ରଖି ଦଣ୍ଡବୈଠକ (୩) ଆବ୍‌ଡୋମେନ୍‌ ପ୍ଲାଙ୍କ୍‌(୪)  ଫାର୍ମର୍ସ କ୍ୟାରି ଓ ଅଳ୍ପ ଅଳ୍ପ ଝୁଲି ରହିବା ଅଭ୍ୟାସ କରି  ବଳ ଓ ସାମର୍ଥ୍ୟ ବୃଦ୍ଧି କରିବେ । ତାପରେ ବାରବେଲରେ ବ୍ୟାୟାମ ଆରମ୍ଭ କରିବେ ।    

ଅଭ୍ୟାସ କରି ଦେଖନ୍ତୁ ଶରୀରରୁ ଅଧିକାଂଶ ପୀଡ଼ା  ଦୂର ହୋଇ ଆପଣ ବଳୁଆ ଓ ସ୍ୱାସ୍ଥ୍ୟବାନ ହୋଇପାରିବେ । ବୟସ ଓ ଲିଙ୍ଗ ନିର୍ବିଶେଷରେ ଶକ୍ତିବର୍ଦ୍ଧକ ବ୍ୟାୟାମ ହିଁ ଏକମାତ୍ର ଉତ୍ତର ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.