ଧନୁପାଲି,୧୧/୦୬: ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଶଙ୍କର ମଠ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଟୋକୁ ପିଟିଲା ସଫାରୀ ଗାଡି। ଏହାପରେ ସଫାରୀ ଓଲଟି ପଡ଼ି ବନ୍ଧ ଭିତରେ ଖସି ପଡିଥିଲା। ଫଳରେ ଦୁର୍ଘଟଣାରେ ବାପ-ଝିଅ ମୃତ । ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି ।
ଆହୁରି ପଢନ୍ତୁ-Soumya Death Case: ସୌମ୍ୟ ମୃତ୍ୟୁ ମାମଲାରେ ଆସିଲା ପୋଷ୍ଟମର୍ଟମ; ମୁଣ୍ଡ ଗଭୀର ଆଘାତ, ଶରୀରର ୨୧ ସ୍ଥାନରେ ରହିଛି କ୍ଷତ
ମୃତକମାନେ ହେଲେ ସମ୍ବଲପୁର ଧନୁପାଲିର ୩୫ ବର୍ଷୀୟ ସୁରେନ୍ଦ୍ର ବେହେରା ଓ ତାଙ୍କ ୫ ବର୍ଷୀୟ ଝିଅ ଶୁଭଶ୍ରୀ ବେହେରା । ସୁରେନ୍ଦ୍ର ନିଜ ଅଟୋରେ ଝିଅକୁ ନେଇ ଘରକୁ ଫେରଥିଲେ । ଏହି ସମୟରେ ଶଙ୍କର ମଠ ପାଖରେ ଥିବା ରାସ୍ତା କଡ଼ ଏକ ଦୋକାନ ସାମ୍ନାରେ ଅଟୋ ଛିଡା କରିଥିଲେ । ତେବେ ପଛ ପଟୁ ଏକ ସଫାରୀ ଗାଡି ଦ୍ରୁତ ଗତିରେ ଆସି ଧକ୍କା ଦେବାରୁ ଅଟୋଟି ଚୁରମାର ହେବା ସହ ବାପ ଝିଅଙ୍କ ମୃତ୍ୟୁ ହୋଇଛି । ଅଟୋକୁ ଧକ୍କା ଦେବା ପରେ ସଫାରୀ ଗାଡି ପୋଖରୀ ଭିତରକୁ ପଶି ଯାଇଛି । ଏହା ସହ ସଫାରୀ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ଥିବା ସୂଚନା ମିଳିଛି।