ପ୍ରମୁଖ ଖବର
  • ଦିଲ୍ଲୀ ଏନସିଆରର ୫୦ରୁ ଉର୍ଦ୍ଧ୍ଵ ସ୍କୁଲରେ ଖଞ୍ଜା ହୋଇଛି ବମ୍ ! ଧମକପୂର୍ଣ୍ଣ ଇମେଲ୍ ଆସିବା ପରେ ଚାରିଆଡ଼େ ଚାଞ୍ଚଲ୍ୟ
  • ||
  • ଶ୍ରମିକ ଦିବସ; ଦୁର୍ଦ୍ଦିନରେ ଘରୋଇ ସହାୟିକା, ସରକାରୀ ସହାୟତାରୁ ହେଉଛନ୍ତି ବଞ୍ଚିତ
  • ||
  • ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତଙ୍କ ନାଁରେ ୮ କୋଟିର ଅସ୍ଥାବର ସମ୍ପତ୍ତି; ସ୍ତ୍ରୀଙ୍କ ନାଁରେ ୧୬ କୋଟିର ସମ୍ପତ୍ତି, ୧୫୦ ଗ୍ରାମ ସୁନା
  • ||
  • ବିଳମ୍ୱ ହେବ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶନ, ଧିମେଇଛି ଡିଜିଟାଲ ସାର୍ଟିଫିକେଟ୍ ପ୍ରସ୍ତୁତି କାମ
  • ||
  • ବଡ଼ବିଲ : କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ସାଲେପୁର : ଟ୍ରାକ୍ଟର ତଳେ ଚାପିହୋଇ ଶ୍ରମିକଙ୍କ ମୃତ୍ୟୁ, ଡ୍ରାଇଭର ସମେତ ୪ ଆହତ
  • ||
  • ଅଗ୍ନିକୁଣ୍ଡ ପାଲଟିଲା ସାରା ରାଜ୍ୟ, ୬ରୁ ଆଶ୍ୱସ୍ତି... ୭ରେ ବର୍ଷା
  • ||
  • ୧୧୪ ଡିଗ୍ରୀ ଫାରେନହାଇଟ୍‌ରେ କଲବଲ, ଅଂଶୁଘାତର ଶିକାର ହୋଇ ୩୦ଜଣ ହସ୍ପିଟାଲ ଗଲେ
  • ||

ୟୁକ୍ରେନ ଉପରେ ରୁଷ୍‌ର କ୍ଷେପଣାସ୍ତ୍ର ମାଡ, ୧୭ ମୃତ, ୬୧ ଆହତ...

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଦୁଇ ବର୍ଷରୁ ଅଧିକ ସମୟ ହେଲାଣି । ରୁଷ କ୍ରମାଗତ ଭାବରେ ୟୁକ୍ରେନ ଉପରେ ଆକ୍ରମଣ କରୁଛି । ଏହି ସମୟରେ ରୁଷର ସଦ୍ୟତମ ଆକ୍ରମଣରେ ୟୁକ୍ରେନର ୧୭ ଜଣଙ୍କର ମୃତ୍ୟୁ ଘଟିଛି ।ରୁଷ ଚଳାଇଥିବା ଏକ କ୍ଷେପଣାସ୍ତ୍ର ଉତ୍ତର ୟୁକ୍ରେନର ଚେର୍ନିହାଇଭରେ ଥିବା ଏକ ଆଠ ମହଲା କୋଠା ଉପରେ ପଡିଛି, ଏହି କାରଣରୁ ଲୋକଙ୍କ ମୃତ୍ୟୁ ଘଟିଛି । ଏହି ଆକ୍ରମଣରେ ତିନି ଶିଶୁଙ୍କ ସମେତ ଅତି କମରେ ୬୧ ଜଣ ଆହତ ହୋଇଥିବା ୟୁକ୍ରେନର ଜରୁରୀକାଳୀନ ସେବା ସୂଚନା ଦେଇଛି । ଚେର୍ନିହାଇଭ୍ ୟୁକ୍ରେନର ରାଜଧାନୀ କ୍ବିଭ୍ ଠାରୁ ପ୍ରାୟ ୧୫୦ କିଲୋମିଟର ଉତ୍ତରରେ ଏବଂ ଏହା ରୁଷ ଏବଂ ବେଲାରୁଷର ସୀମା ନିକଟରେ ଅବସ୍ଥିତ । ଏହାର ଜନସଂଖ୍ୟା ପ୍ରାୟ ଅଢେଇ ଲକ୍ଷ ରହିଛି । 

ଯୁଦ୍ଧ ତୃତୀୟ ବର୍ଷରେ ପ୍ରବେଶ କରୁଥିବାରୁ ରୁଷ ୟୁକ୍ରେନରେ କ୍ରମାଗତ ଏହାର ଅଗ୍ରଗତି ଜାରି ରଖିଛି । ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନକୁ ଅତିରିକ୍ତ ସାମରିକ ଉପକରଣ ଯୋଗାଉ ନ ଥିବାରୁ ରୁଷ ବିରୋଧରେ ଯୁଦ୍ଧରେ ଏହାର ସ୍ଥିତି ଦୁର୍ବଳ ହେଉଛି । ତେବେ ଶୀତ ମାସରେ ରୁଷ ଯୁଦ୍ଧରେ କୌଣସି ଅଗ୍ରଗତି କରିପାରି ନଥିଲା । ଏହି ସମୟରେ ଚେକ୍ ରିପବ୍ଲିକ ପ୍ରଧାନମନ୍ତ୍ରୀ ପେଟ୍ର ଫିଆଲା କହିଛନ୍ତି ଯେ,ତାଙ୍କ ସରକାର ୟୁରୋପୀୟ ସଂଘରୁ ବାହାରେ ଥିବା ଦେଶରୁ ୟୁକ୍ରେନ ପାଇଁ ୫ ଲକ୍ଷ ଗୁଳିର ବ୍ୟବସ୍ଥା କରିଛନ୍ତି । ଏହି ଅସ୍ତ୍ରଶସ୍ତ୍ର ଗୁଡିକ ଜୁନ୍ ମାସରେ ଯୋଗାଇ ଦିଆଯିବ 

ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ପାଶ୍ଚାତ୍ୟ ଦେଶମାନଙ୍କୁ ତାଙ୍କ ଦେଶକୁ ଅଧିକ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଯୋଗାଇବାକୁ ଅନୁରୋଧ କରିଛନ୍ତି । ସେ ଚେର୍ନିହାଇଭ୍ ଆକ୍ରମଣ ବିଷୟରେ କହିଛନ୍ତି ଯେ, ଯଦି ୟୁକ୍ରେନକୁ ପର୍ଯ୍ୟାପ୍ତ ବାୟୁ ପ୍ରତିରକ୍ଷା ଉପକରଣ ମିଳିଥାନ୍ତା ଏବଂ ରୁଷର ଆତଙ୍କବାଦକୁ ମୁକାବିଲା କରିବା ପାଇଁ ବିଶ୍ୱ ସ୍ଥିର କରିଥାନ୍ତା, ତେବେ ଏହି ଘଟଣା ଘଟି ନଥାନ୍ତା । କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣରୁ ରକ୍ଷା କରିବା ପାଇଁ ୟୁକ୍ରେନ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ଶେଷ ହୋଇଯାଇଛି । ନିକଟରେ ରୁଷ ଏକ ଆକ୍ରମଣରେ ୟୁକ୍ରେନର ଅନ୍ୟତମ ବୃହତ୍ତମ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରକୁ ଧ୍ୱଂସ କରିଦେଇଥିଲା।

'ଇନଷ୍ଟିଚ୍ୟୁଟ୍ ଫର୍ ଦ ଷ୍ଟଡି ଅଫ୍ ୱାର୍ଅନୁଯାୟୀୟୁକ୍ରେନରେ ସାମରିକ ଉପକରଣର ଦ୍ରୁତ ଅଭାବ ଦେଖାଦେଇଛି। ନିକଟରେ ଏକ ଆଇଏସଡବ୍ଲୁ ରିପୋର୍ଟ ପ୍ରକାଶ ପାଇଛି ଯେଉଁଥିରେ କୁହାଯାଇଛି ଯେ ୟୁକ୍ରେନକୁ ଆମେରିକାର ସାମରିକ ସହାୟତା ପ୍ରଦାନରେ ବିଳମ୍ବ ହେତୁ ରୁଷ ଦ୍ରୁତ ଗତିରେ ଏହାର ଫାଇଦା ନେଉଛି । ରିପୋର୍ଟରେ କୁହାଯାଇଛି ଯେ ଆମେରିକାର ସହାୟତା ବିନା ୟୁକ୍ରେନ ଯୁଦ୍ଧକ୍ଷେତ୍ରରେ ଅଧିକ ସମୟ ରହିପାରିବ ନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.