ପ୍ରମୁଖ ଖବର
  • ସୁନ୍ଦରଗଡ଼କୁ ନୂଆ ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ, ଆପଣଙ୍କ ଟିକେ ଭୁଲ୍ ରାଉରକେଲାକୁ ପଛକୁ ନେଇଯିବ : ୫-ଟି ଅଧ୍ୟକ୍ଷ
  • ||
  • ରାଉରକେଲାରେ ନବୀନଙ୍କ ଉଦବୋଧନ, ମାଗଣାରେ ବିଜୁଳି ଦେବେ ବିଜେଡି ସରକାର
  • ||
  • ଭୋଟରମାନଙ୍କ ପାଇଁ ଆରମ୍ଭ ହେଲା ‘ମୋ ବୁଥ୍‌ ଆପ୍‌’, ବୁଥ୍‌ର ନାମ ଏବଂ ଏହାର ଅବସ୍ଥିତି ସଂପର୍କରେ ସଠିକ୍‌ ତଥ୍ୟ ପାଇବେ ମତଦାତା
  • ||
  • ମହାକାଳପଡ଼ା : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଅମିନ, ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ରାୟଗଡ଼ା : ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲାକାଙ୍କ ପରଲୋକ, ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ
  • ||
  • ଭୁବନେଶ୍ଵର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ତତଲା ପାଗ, ୧୭ ଯାଏ ବର୍ଷା ସମ୍ଭାବନା
  • ||

ଦୁବାଇରେ ହେବ ବିଶ୍ବର ସବୁଠାରୁ ବଡ଼ ବିମାନବନ୍ଦର; ୪୦୦ ଗେଟ୍‌ ସାଙ୍ଗକୁ ୫ ସମାନ୍ତର ରନ୍‌ଓ୍ବେ

ନୂଆଦିଲ୍ଲୀ,୨୮/୦୪: ଦୁବାଇର ଶାସକ ଶେଖ ମହମ୍ମଦ ବିନ୍ ରସିଦ ଅଲ ମକ୍‌ତୁମ୍ ରବିବାର ଦିନ କହିଛନ୍ତି ଯେ ଦୁବାଇରେ ହେବାକୁ ଯାଉଛି ବିଶ୍ବର ସର୍ବୋତ୍ତମ ବିମାନ ବନ୍ଦର, ବୈଶ୍ୱିକ ସହରାଞ୍ଚଳ ହବ୍‌ ଏବଂ ନୂତନ ବିଶ୍ବିକ କେନ୍ଦ୍ର"। ପାଖାପାଖି ୩୫ ବିଲିୟନ ଆମେରିକୀୟ ଡଲାର ଅର୍ଥାତ୍ ୨.୯ ଲକ୍ଷ କୋଟି ଟଙ୍କା ମୂଲ୍ୟର ଏକ ନୂତନ ବିମାନବନ୍ଦର ପ୍ରକଳ୍ପ ଘୋଷଣା କରାଯାଇଛି। ଏହି ନୂତନ ବିମାନବନ୍ଦରର ନାମ ଅଲ୍‌ ମକ୍‌ତୁମ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ରଖାଯାଇଥିବା ବେଳେ ଏ‌ଥିରେ ୫ଟି ସମାନ୍ତରାଳ ରନ୍‌ଓ୍ବେ, ୪୦୦ ଏୟାରକ୍ରାଫ୍ଟ ଗେଟ୍‌ ଏବଂ ୨୬୦ ମିଲିୟନ ଯାତ୍ରୀଙ୍କୁ ପାଇଁ ବ୍ୟବସ୍ତା କରାଯିବାର କ୍ଷମତା ରଖିବ।

ଦୁବାଇର ଶାସକ ଏକ୍ସ ରେ ଏକ ପୋଷ୍ଟରେ ଏହି ଘୋଷଣା କରି କହିଛନ୍ତି ଯେ, 'ଏହି ନୂତନ ପ୍ରକଳ୍ପ “ଆମ ପିଲା ଏବଂ ସେମାନଙ୍କ ପିଲାମାନଙ୍କ ପାଇଁ ନିରନ୍ତର ଏବଂ ସ୍ଥିର ବିକାଶ” ନିଶ୍ଚିତ କରିବାରେ ସହାୟକ ହେବ।' ଅଲ୍‌ ମକ୍‌ତୁମ ବିମାନବନ୍ଦରରେ ବାର୍ଷିକ ୨୬ କୋଟି ଲୋକଙ୍କର ଯାତାୟତ କ୍ଷମତା ରଖିବ ବୋଲି ୟୁଏଇ ଶାସକ କହିଛନ୍ତି। ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଥିବା ସମସ୍ତ କାର୍ଯ୍ୟ ଆସନ୍ତା ବର୍ଷରେ ନୂତନ ମଲ୍ଟି ବିଲିୟନ ଡଲାର ପ୍ରକଳ୍ପକୁ ସ୍ଥାନାନ୍ତରିତ ହେବ ଏବଂ ଏହା ବର୍ତ୍ତମାନର ବିମାନବନ୍ଦରର ପାଞ୍ଚ ଗୁଣ ବଡ଼ ହେବ।

ବିମାନବନ୍ଦରରେ ୪୦୦ଟି ଏୟାରକ୍ରାଫ୍ଟ ଗେଟ୍‌ ସାଙ୍ଗକୁ ୫ଟି ସମାନ୍ତରାଳ ରନ୍‌ଓ୍ବେ ରହିବ। ଦୁବାଇ ବିମାନ ପ୍ରାଧିକରଣ ପ୍ରଥମ ଥର ପାଇଁ ଏକ ନୂତନ ବିମାନ ଟେକ୍ନୋଲୋଜୀକୁ ଦେଖିବାକୁ ଯାଉଛି। ଦୁବାଇ ଦକ୍ଷିଣରେ ବିମାନବନ୍ଦର ପରିସରରେ ଏକ ସମ୍ପୂର୍ଣ୍ଣ ସହର ନିର୍ମାଣ ହେବ କାରଣ ଏହି ଉଚ୍ଚାଭିଳାଷୀ ପ୍ରକଳ୍ପ କେବଳ ବିଶ୍ବ ଲୋଚନକୁ ଆସିବ ତାହା ନୁହେଁ ବରଂ ଏକ ଲକ୍ଷ ଲୋକଙ୍କ ବାସଗୃହର ଚାହିଦା ସୃଷ୍ଟି କରିବ। ଏହି ବିମାନ ବନ୍ଦରରେ ଲଜିଷ୍ଟିକ୍ସ ଏବଂ ଏୟାର ଟ୍ରାନ୍ସପୋର୍ଟ ସେକ୍ଟରରେ ବିଶ୍ବର ଅଗ୍ରଣୀ କମ୍ପାନୀଗୁଡିକ ଆୟୋଜିତ ହେବ। ଏହି ନୂତନ ଟର୍ମିନାଲରେ ୧୨୮ ବିଲିୟନ ଏଇଡି ଅର୍ଥାତ୍ ୨.୯ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ।

You can also read: ଆଦି କୈଳାସ- ଓମ୍‌ ପର୍ବତକୁ ହେଲିକପ୍ଟରରେ ଦର୍ଶନ ; ମୋଦିଙ୍କ ଯାତ୍ରା ପରେ ବଢିଛି ଉତ୍ସାହ



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.