ପ୍ରମୁଖ ଖବର
  • ରାଜଧାନୀରେ ମୋଦି ସୋ, ଦିନ ୨ଟାରୁ ଜନପଥ ସିଲ୍
  • ||
  • ଜେଲରୁ ବାହାରିବେ ଅରବିନ୍ଦ କେଜ୍ରିୱାଲ, ୨୩ ଦିନର ନିର୍ବାଚନୀ ମହଲତ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ
  • ||
  • ପିକଅପ୍ ଭ୍ୟାନ୍ ଧକ୍କାରେ ବୃଦ୍ଧ ମୃତ, ଗାଡ଼ି ଛାଡ଼ି ଡ୍ରାଇଭର ଫେରାର
  • ||
  • ମେ'୨୦ ପରେ ସିବିଏସ୍‌ଇ ପରୀକ୍ଷା ଫଳ, ୱେବ୍‌ସାଇଟ୍‌ରେ ସୂଚନା ଦେଲା ବୋର୍ଡ
  • ||
  • ପବିତ୍ର ଅକ୍ଷୟ ତୃତୀୟା: ଆଜିଠୁ ଶ୍ରୀଜିଉଙ୍କ ୪୨ ଦିନିଆ ଚନ୍ଦନ ଯାତ୍ରା, ନରେନ୍ଦ୍ର ଜଳରେ ଜଳକ୍ରୀଡ଼ା କରିବେ ଦଶ ଦିଅଁ
  • ||
  • IPL 2024: ଅହମ୍ମଦାବାଦରେ ଟାଇଟନ୍ସକୁ ଭେଟିବ ସୁପରକିଙ୍ଗ୍‌ସ, ଗୁଜରାଟ ପାଇଁ ଶେଷ ସୁଯୋଗ
  • ||
  • ଶୁକ୍ରବାର ରାଜଧାନୀରେ ମୋଦିଙ୍କ ସୋ’, ସନ୍ଧ୍ୟାରେ ରାମମନ୍ଦିରରୁ ବାଣୀବିହାର ମେଗା ରୋଡ୍‌ ସୋ
  • ||
  • ଗରମ ନୁହେଁ ନରମ ରହିବ ପାଗ: ଖରା କମ୍‌, କାଳବୈଶାଖୀ ଦେବ ଆଶ୍ୱସ୍ତି, ଆଜି ୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ଇରାକୀ ଟିକ୍‌ଟକ୍ ଷ୍ଟାର ଓମ୍ ଫହାଦଙ୍କୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ: ଇରାକୀ ଟିକ୍‌ଟକ୍ ଷ୍ଟାର ଓମ୍ ଫହାଦଙ୍କୁ ଗୁଳିକରି ହତ୍ୟା କରାଯାଇଛି । ପୂର୍ବ ବାଗଦାଗର ଜୋଜୌନ ଜିଲ୍ଲାରେ ଥିବା ତାଙ୍କ ଘର ବାହାରେ ତାଙ୍କୁ ଗୁଳିକରି ହତ୍ୟା କରାଯାଇଛି । ସର୍ଟ ଭିଡିଓ ତିଆରି ପ୍ଲାଟଫର୍ମ ଟିକଟକରେ ଭାଇରାଲ ଭିଡିଓ ତିଆରି ପାଇଁ ଜଣାଶୁଣା ଏହି ଷ୍ଟାରଙ୍କୁ କେହି ଜଣେ ଅଜ୍ଞାତ ଅପରାଧୀ ଗୁଳିକରି ହତ୍ୟା କରିଛି । ତେବେ ଘର ବାହାରେ ଅପରାଧୀ ଜଣକ କଳା ପୋଷାକ ଏବଂ ହେଲମେଟ ପିନ୍ଧି ମୋଟର ସାଇକେଲରେ ଜଗି ରହିଥିଲା । ଆଉ ଯେତେବେଳେ ଓମ୍ ଫହାଦ କଳା ରଙ୍ଗର ଏକ ଏସୟୁଭିରୁ ଓହ୍ଲାଇ ଘରକୁ ପ୍ରବେଶ କରୁଥିଲେ, ଠିକ୍ ଏହି ସମୟରେ ତାଙ୍କ ପାଖକୁ ଆସି ଅତି ନିକଟରୁ ତାଙ୍କୁ ଗୁଳି କରିଥିଲା । ଘଟଣାସ୍ଥଳରୁ ମିଳିଥିବା ସିସିଟିଭି କ୍ୟାମେରା ଫୁଟେଜରେ ହତ୍ୟାକାଣ୍ଡର ଏହି ଦୃଶ୍ୟ କଏଦ ହୋଇଛି । ଅଲ ଜଜିରା ରିପୋର୍ଟ ମୁତାବକ, ହତ୍ୟାକାଣ୍ଡର ପରିସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ଏହା ଏକ ଟିମ୍ ଗଠନ କରିଛି ବୋଲି ଅନ୍ତରୀଣ ମନ୍ତ୍ରଣାଳୟ କହିଛି । 

ଓମ୍ ଫହାଦଙ୍କ ପ୍ରକୃତ ନାମ ଘୁଫ୍ରାନ ସଓ୍ବାଦି । ସେ ଟିକଟକ୍ ଷ୍ଟାର ଭାବେ ଇରାକରେ ବେଶ୍ ପରିଚିତ ଥିଲେ । ଟିକଟକରେ ତାଙ୍କର ମିଲିୟନ ମିଲିୟନ ଫଲୋୟର୍ସ ଅଛନ୍ତି । ପୋପ୍ ମ୍ୟୁଜିକ୍ ରେ ନାଚୁଥିବା ଭିଡିଓ ସେୟାର କରି ଲୋକପ୍ରିୟ ହୋଇଥିଲେ । ଜାନୁଆରୀ ୨୦୨୩ରେ, ଇରାକ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଇରାକ ସମାଜରେ" ନୈତିକତା ଏବଂ ପାରିବାରିକ ପରମ୍ପରା"ର ସୁରକ୍ଷା ପାଇଁ ଏକ ପ୍ରୟାସରେ ଓମ ଫହାଦଙ୍କ ପରି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ୱାରା ଅନଲାଇନରେ ପୋଷ୍ଟ କରାଯାଇଥିବା "ଅଶ୍ଳୀଳ ତଥା ଆପତ୍ତିଜନକ ସାମଗ୍ରୀ" ଖୋଜିବା ପାଇଁ ଏକ କମିଟି ଆରମ୍ଭ କରିଥିଲା। 

ଫେବୃଆରୀ ୨୦୨୩ ରେ, ତାଙ୍କୁ ଏକ କୋର୍ଟ ଦ୍ବାରା ୬ ମାସ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । କୋର୍ଟ କହିଥିଲେ ଯେ, ତାଙ୍କ ଭିଡିଓରେ "ଅଶ୍ଳୀଳ ଭାଷଣ ରହିଛି ଯାହା ଶାସନ ଏବଂ ସାଧାରଣ ନୈତିକତାକୁ କ୍ଷୁର୍ଣ୍ଣ କରିଥାଏ"। ତାଙ୍କର କିଛି ଭିଡିଓ ଏକ ମିଲିୟନରୁ ଅଧିକ ଭ୍ୟୁ ପାଇଛି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.