ପ୍ରମୁଖ ଖବର
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

ପାଲେଷ୍ଟାଇନ୍‌ ସମର୍ଥକଙ୍କ କବ୍‌ଜାରେ କଲମ୍ବିଆ ବିଶ୍ବବିଦ୍ୟାଳୟର ଐତିହାସିକ ହାମିଲଟନ୍‌ ହଲ୍‌

Image Courtesy: thedailybeast

ଓ୍ବାଶିଂଟନ ଡିସି: ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ମଧ୍ୟପ୍ରାଚ୍ୟ ଅଶାନ୍ତ ହୋଇଉଠିଛି  । ଯୁଦ୍ଧ ଯୋଗୁଁ ହଜାର ହାଜର ଲୋକଙ୍କ ଜୀବନ ଯାଉଛି । ଏଥିରେ ପାଲେଷ୍ଟାଇନ୍‌ ନାଗରିକ ବେଶୀ ପ୍ରଭାବିତ ହେଉଥିବା କୁହାଯାଉଛି । ଯୁଦ୍ଧଗ୍ରସ୍ତ ଗାଜାରେ ହାହାକାର ପଡ଼ିଥିବା ବେଳେ ବିଶ୍ବର ବିଭିନ୍ନ ସ୍ଥାନରେ ପାଲେଷ୍ଟାଇନ୍‌ ସମର୍ଥିତ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଛି । ଆମେରିକାର ବିଭିନ୍ନ ସ୍ଥାନରେ ପାଲେଷ୍ଟାଇନ୍‌ ସମର୍ଥନରେ ବିକ୍ଷୋଭ ପ୍ରଦର୍ଶନ ହେଉଛି । ନ୍ୟୁୟର୍କ ସହରରେ ଥିବା କଲମ୍ବିଆ ବିଶ୍ବବିଦ୍ୟାଳୟରେ ପାଲେଷ୍ଟାଇନ୍‌ ସମର୍ଥକଙ୍କ  ଆନ୍ଦୋଳନ ଜୋର ଧରିଛି । ବିଦ୍ରୋହୀ ଗୋଷ୍ଠୀ  ବିଶ୍ବବିଦ୍ୟାଳୟ ପରିସରରେ ଥିବା ଐତିହାସିକ ହାମିଲଟନ୍‌ ହଲ୍‌କୁ କବଜା କରିନେଇଛନ୍ତି । ଏହା ସହ ପାଲେଷ୍ଟାଇନ୍‌ ସମର୍ଥନରେ ବ୍ୟାନର ଧରି ବିକ୍ଷୋଭ  ଜାରି ରଖିଛନ୍ତି ।

ହାମିଲଟନ ହଲ୍‌ ବହୁ ଛାତ୍ର ଆନ୍ଦୋଳନର ମୂକସାକ୍ଷୀ । କିନ୍ତୁ ଶେଷ ଥର ପାଇଁ ଭିଏତନାମ ଯୁଦ୍ଧ ସମୟରେ ୧୯୬୮ରେ ହାମିଲଟନ୍‌ ହଲକୁ କବଜା କରାଯାଇଥିଲା ।ଆଉ ଏବେ ପାଲେଷ୍ଟାଇନ୍‌ର ସମର୍ଥକ ମାନେ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ର ଦକ୍ଷିଣ ଭାଗରେ ଥିବା ଏହି ଐତିହାସିକ ବିଲ୍ଡିଂକୁ ନିଜ କବଜାକୁ ନେଇଛନ୍ତି । ଚୌକି ରଖି ହମିଲଟନ୍ ହଲର ଦ୍ବାରକୁ ବନ୍ଦ କରିଯାଇଥିବା ବେଳେ ଶତାଧିକ ଆନ୍ଦୋଳନକାରୀ ହଲ ବାହାରେ ବିକ୍ଷୋଭ ଜାରି ରଖିଛନ୍ତି ।

ହାମିଲଟନ୍‌ ହଲ ବାହାରେ ଆନ୍ଦୋଳନକାରୀ ଧରିଥିବା ଧଳା ବ୍ୟାନରରେ ‘ହିନ୍ଦ୍‌ର ହଲ୍‌’ ବୋଲି ଲେଖା ଯାଇଛି । ୨୦୨୪ ଆରମ୍ଭରୁ ଗାଜା ଯୁଦ୍ଧରେ ପ୍ରାଣ ହରାଇଥିବା ଜଣେ ୬ ବର୍ଷୀୟ ନାବାଳିକା ହିନ୍ଦ ରଜାବର ସ୍ମୃତିରେ ଏହି ବ୍ୟାନ୍‌ର ଧରିଛନ୍ତି ଆନ୍ଦୋଳନକାରୀ । ଆମେରିକାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗାଜା ଯୁଦ୍ଧ ବିରୋଧରେ ବିକ୍ଷୋଭ ଜାରି ରହିଛି । ଶତାଧିକ ଗିରଫ ଏବଂ ବ୍ୟାନ୍‌ ଭୟ ଦେଖାଇବା ସତ୍ବେ ଏହି ଆନ୍ଦୋଳନ ଜାରି ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.