ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଲଣ୍ଡନରେ ୧୯ ବର୍ଷୀୟା ସ୍ତ୍ରୀକୁ ଛୁରି ଭୁସି ମାରିଥିଲା ଭାରତୀୟ ଯୁବକ, ଏବେ ଜେଲରେ କଟିବ ସାରା ଜୀବନ

ଲଣ୍ଡନ:  ପତ୍ନୀହନ୍ତା ସ୍ବାମୀକୁ ଆଜୀବନ ଜେଲ୍‌ । ୧୯ ବର୍ଷୀୟା ପତ୍ନୀଙ୍କୁ ଛୁରି ଭୁସି ହତ୍ୟା କରିଥିବା ୨୪ ବର୍ଷୀୟ ସ୍ବାମୀକୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ସୁଦୂର ଲଣ୍ଡନରେ ଭାରତୀୟ ଦମ୍ପତିଙ୍କ ମାମଲା ଏବେ ସମଗ୍ର ବିଶ୍ବରେ ଚର୍ଚ୍ଚାର ପରିସରକୁ ଆସିଛି ।୨୪ ବର୍ଷୀୟ ସାହିଲ ଶର୍ମା ନିଜ ପତ୍ନୀ ମେହକଙ୍କୁ  ଦକ୍ଷିଣ ଲଣ୍ଡନର କ୍ରୋୟଡନସ୍ଥିତ ଆଶ ଟ୍ରି ଓ୍ବେରେ ଥିବା ନିଜ ଘରେ ଛୁରୀରେ ଆକ୍ରମଣ କରି ଲହୁଲୁହାଣ କରିପକାଇଥିଲା । ଏହା ପରେ‌ ୯୯୯ରେ ଫୋନ୍‌ କରି ସ୍ତ୍ରୀକୁ ଆକ୍ରମଣ କରିଥିବା ନେଇ ନିଜେ ପୋଲିସକୁ ସୂଚନା ଦେଇଥିଲା ସାହିଲ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ସହ ଡାକ୍ତରୀ ଦଳ ମଧ୍ୟ ପହଞ୍ଚିଥିଲେ । ମେହକଙ୍କୁ ଚିକିତ୍ସା କରାଯାଇଥିଲେ ସୁଦ୍ଧା ୨୦ ମିନିଟ୍‌ ମଧ୍ୟରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ସେପଟେ ଘଟଣାସ୍ଥଳରୁ ସାହିଲକୁ ଗିରଫ କରିଥିଲା ମେଟ୍ରୋପଲିଟାନ୍‌ ପୋଲିସ ।  

ଅକ୍ଟୋବର ୨୯, ୨୦୨୩ରେ ପଞ୍ଜିକୃତ ଏହି ମାମଲାରେ ଗତ ଶୁକ୍ରବାର କିଙ୍ଗଷ୍ଟନ କ୍ରାଉନ କୋର୍ଟଙ୍କ ରାୟ ଆସିଛି । ଏହା ପୂର୍ବରୁ ୨୦୨୪ ଫେବୃଆରୀ ମାସରେ ଏହି ମାମଲାରେ ସାହିଲ ଶର୍ମା ଅଭିଯୁକ୍ତ ସାବ୍ୟସ୍ତ ହୋଇଥିଲା । ଆଜି ମାମଲାର ରାୟ ଶୁଣାଇବା ସହ ସାହିଲ ଶର୍ମାକୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ଏପରିକି ପରୋଲ୍‌ ପାଇବାକୁ   ମଧ୍ୟ ତାକୁ ୧୫ ବର୍ଷ ଜେଲରେ କାଟିବାକୁ ପଡ଼ିବ । 

ସେପ‌ଟେ ୧୯ ବର୍ଷୀୟା ମେହକଙ୍କ ହତ୍ୟାକୁ ନେଇ ମେଟ୍ରୋପଲିଟାନ୍‌ ପୋଲିସର ଡିଟେକ୍ଟିଭ୍‌ ଇନ୍ସପେକ୍ଟର ଲୌରା ସେମ୍ପଲେ କହିଛନ୍ତି ଯ, ‘ବହୁତ ଦୁଃଖଦ ଘଟଣା । ଗୋଟିଏ ପରିବାର ସଂପୂର୍ଣ୍ଣ ଛାରଖାର ହୋଇଗଲା । ନିଜ ସ୍ତ୍ରୀକୁ ମାରି, ଶର୍ମା ଗୋଟିଏ ପରିବାର ପାଖରୁ ତାର ପ୍ରିୟ ଝିଅକୁ ଛଢ଼ାଇ ନେଇଛି । ଯାହାର କାରଣ କେବଳ ସେ ହିଁ ଜାଣିଛି ।’  ସେ ଆହୁରି କହିଛନ୍ତି, ମେହକଙ୍କୁ ନିଜ ଘରେ ହତ୍ୟା କରିଦିଆଗଲା । ଯେଉଁଠି ସେ ନିଜକୁ ସୁରକ୍ଷିତ ମଣୁଥିଲେ । ଯେଉଁଠି ତାଙ୍କ ସ୍ବାମୀ ତାଙ୍କୁ ସୁରକ୍ଷା ଦେଇଥାନ୍ତେ ବୋଲି ସେ ଭାବୁଥିଲେ । ଏଭଳି ଦୁଃଖଦ ସମୟରେ ମେହକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି  ଲୌରା ।

ସେପଟେ ଝିଅର ହତ୍ୟା ଖବର ଶୁଣି ଭାଙ୍ଗିପଡ଼ିଥିଲି ବୋଲି କୋର୍ଟରେ ମାମଲାର ଶୁଣାଣି ବେଳେ ମେହକଙ୍କ ମା’ କହିଥିଲେ । ସେ ଆହୁରି କହିଥିଲେ ଯେ, ‘ଝିଅ କିଭଳି ଫେରିଆସିବ ସେନେଇ ଚିନ୍ତା କରୁଛି । କିନ୍ତୁ ଏହା ଅସମ୍ଭବ । କୌଣସି ପ୍ରାର୍ଥନା, ଟଙ୍କା ମେହକକୁ ମୋ ପାଖକୁ ଫେରାଇ ଆଣିପାରିବ ନାହିଁ । ସାହିଲ କେବଳ ମେହକକୁ ହତ୍ୟା କରିନାହିଁ  ସେ ମୋତେ ମଧ୍ୟ ହତ୍ୟା କରିଛି ।’     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.