ଭୁବନେଶ୍ଵର, ୩/୭ : ଖୋଲିଲା SCERT ଏବଂ ଓସେପା ୱେବସାଇଟ୍ । ପ୍ରଥମରୁ ଚତୁର୍ଥ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ସଂଶୋଧିତ ପାଠ୍ୟପୁସ୍ତକ ଗୁଡିକୁ ଏହି ୱେବସାଇଟରେ ଦିଆଯାଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଏବଂ ଓସେପାର ୱେବସାଇଟରେ ସଂଶୋଧିତ ପାଠ୍ୟପୁସ୍ତକ ଦିଆଯାଇଛି । ପୁସ୍ତକ ଗୁଡିକ ସମ୍ବନ୍ଧରେ ସୁଚିନ୍ତିତ ମତାମତ ଇମେଲ ଆଇଡି [email protected] କିମ୍ବା ବିଦ୍ୟା ସମୀକ୍ଷା କେନ୍ଦ୍ରର ହେଲ୍ପ ଲାଇନ ନମ୍ବର - ୧୮୦୦୩୪୫୬୭୨୨ ରେ ୭ ଦିନ ମଧ୍ୟରେ ପ୍ରଦାନ କରିବାକୁ  ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ନିବେଦନ କରାଯାଇଛି। 

ଅଭିଭାବକମାନେ https://osepa.odisha.gov.in/ ୱେବସାଇଟକୁ ଯାଇ ଡାହାଣ ପାର୍ଶ୍ଵରେ ଥିବା Revised New Textbook Class I to IV ଉପରେ କ୍ଲିକ୍ କରିବେ। ଏହାପରେ ସଂଶୋଧିତ ପାଠ୍ୟପୁସ୍ତକ ଉପଲବ୍ଧ ହେବ। ଯେଉଁ ଶ୍ରେଣୀର ପାଠ୍ୟପୁସ୍ତକ ଦରକାର ତାହା ଉପରେ କ୍ଲିକ୍ କରି ଡାଉନଲୋଡ କରିପାରିବେ।

ଆହୁରି ପଢନ୍ତୁ- ସଂଶୋଧିତ ପାଠ୍ୟପୁସ୍ତକ ପାଇଁ ମତ ଲୋଡିଲେ ସରକାର , ୭ ଦିନ ମଧ୍ୟରେ ମତାମତ ଦେବାକୁ ନିବେଦନ