ପ୍ରମୂଖ ଖବର
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଗ୍ରାମାଞ୍ଚଳ ସ୍କୁଲରେ ଦୂର ହେବ ଶିକ୍ଷକ ସମସ୍ୟା, ସହର ସ୍କୁଲରେ ଆବଶ୍ୟକତାଠୁ ଅଧିକ ଶିକ୍ଷକ ରହିପାରିବେନି

Published By : Prameya | April 25, 2025 8:47 AM

ଭୁବନେଶ୍ୱର, ୨୫/୦୪: ସହରାଞ୍ଚଳର ବହୁ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଅନୁପାତରେ ଅଧିକ ଶିକ୍ଷକ ଅଛନ୍ତି ।  ଆଉ ଗ୍ରାମାଞ୍ଚଳର ଅନେକ ସ୍କୁଲରେ ଶିକ୍ଷକ ଆନୁପାତିକ ହାର ଯଥେଷ୍ଟ କମ୍‌ ରହିଛି । ଏପରିକି ବହୁ ସ୍କୁଲ ଜଣେ ଶିକ୍ଷକରେ ଚାଲୁଛି । ଶିକ୍ଷକ ଦେବାକୁ  ସରକାରଙ୍କ ପାଖରେ ଗଦା ଗଦା  ଆବେଦନ ଓ ଅଭିଯୋଗ । ଯଥାଶୀଘ୍ର  ଜିଲ୍ଲାରେ ଶିକ୍ଷକଙ୍କ ନିଯୁକ୍ତି ତାଲିକା ତଦାରଖ କରାଯିବ । ଯେଉଁ ସ୍କୁଲରେ ଅଧିକ ଶିକ୍ଷକ ଅଛନ୍ତି ସେଠାରୁ ଶିକ୍ଷକ ନଥିବା ସ୍କୁଲକୁ ଅବସ୍ଥାପିତ କରାଯିବ ।  ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ଏମିତି  ଚିଠି କରିଛି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ । 

ଜରୁରୀକାଳୀନ ଚିଠି ଜାରି କରି  ନିର୍ଦ୍ଦେଶାଳୟ ସ୍ପଷ୍ଟ ଭାଷାରେ ଉଲ୍ଲେଖ  କରିଛି, ସହରାଞ୍ଚଳରେ ଅଧିକ ଶିକ୍ଷକ  ଶିକ୍ଷୟିତ୍ରୀ ଥିବା ବେଳେ ଗ୍ରାମାଞ୍ଚଳରେ  ଆବଶ୍ୟକତାଠୁ କମ୍‌ ଅଛନ୍ତି । ଏପରିକି  ଜଣେ ଶିକ୍ଷକରେ ସ୍କୁଲ ଚାଲିଛି । ଛାତ୍ର-ଶିକ୍ଷକ ଅନୁପାତ ଅନୁଯାୟୀ ସମସ୍ତ ସ୍କୁଲରେ ଶିକ୍ଷକ ନିଯୁକ୍ତି କରାଯିବ ।  ଯଥାଶୀଘ୍ର ସହରାଞ୍ଚଳ, ବ୍ଲକ ହେଡ୍‌  କ୍ୱାର୍ଟରରୁ ଗ୍ରାମାଞ୍ଚଳକୁ ଶିକ୍ଷକ ବଦଳି  କରାଯିବ । ଆସନ୍ତା ୩୦ ତାରିଖ ମଧ୍ୟରେ ଶିକ୍ଷକ ନଥିବା ସ୍କୁଲ କିମ୍ବା  ଜଣେ ଶିକ୍ଷକରେ ଚାଲିଥିବା ସ୍କୁଲକୁ  ଶିକ୍ଷକ ବଦଳିକୁ ଗୁରୁତ୍ୱର ସହ  ନେବାକୁ କୁହାଯାଇଛି । ଏତିକି ନୁହେଁ ପାଠପଢ଼ାରେ ଯେପରି କୌଣସି ଅସୁବିଧା ନହୁଏ ସେଥି ପ୍ରତି ଧ୍ୟାନ ଦେବାକୁ ମଧ୍ୟ କୁହାଯାଇଛି । ଏନେଇ  ନିର୍ଦ୍ଦେଶାଳୟ ପାଖରେ ରିପୋର୍ଟ ଦାଖଲ  କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ୟୁନିଫାଏଡ୍‌ ଡିଷ୍ଟ୍ରିକ୍ଟ  ଇନ୍‌ଫର୍ମମେସନ୍‌ ସିଷ୍ଟମ ଫର  ଏଜୁକେସନ (ୟୁଡାଇଏସ୍‌) ଓ ଶିକ୍ଷା  ଅଧିକାର ଆଇନ ଅନୁଯାୟୀ ପ୍ରତି  ପ୍ରାଥମିକ ସ୍କୁଲରେ ପ୍ରତି ୨୪ ଜଣରେ  ଜଣେ ଶିକ୍ଷକ ରହିବା ଆବଶ୍ୟକ ।  ସେହିପରି ହାଇସ୍କୁଲ ସ୍ତରରେ ପ୍ରତି  ୨୭ ଜଣରେ ଜଣେ ଶିକ୍ଷକ ଅନୁପାତ ହେବା ଆବଶ୍ୟକ । ଏପରିକି  ଗୋଟେ ସ୍କୁଲରେ ସର୍ବନିମ୍ନ ୨ଜଣ  ଶିକ୍ଷକ ରହିବା ଆବଶ୍ୟକ । ମାତ୍ର  ରାଜ୍ୟରେ ୪୮ ହଜାରରୁ ଅଧିକ ସରକାରୀ ସ୍କୁଲ ରହିଛି ।

ଏଠାରେ ପ୍ରାୟ ୧୫ ଲକ୍ଷରୁ ଅଧିକ ପିଲା ପାଠ ପଢ଼ୁଛନ୍ତି । ମାତ୍ର ପିଲାଙ୍କ ଆବଶ୍ୟକତା ଅନୁଯାୟୀ ଶିକ୍ଷକ ନାହାନ୍ତି ।ଏହା ମଧ୍ୟ ବହୁ ସମୟରେ ଅଭିଯୋଗ  ହୋଇଛି, ଅଧିକାଂଶ ଶିକ୍ଷକ ବଦଳି କରି ନିଜ ଅଞ୍ଚଳ ଓ ଜିଲ୍ଲା ଓ ବ୍ଲକ, ସହରକୁ  ଆସିବାକୁ ଚାହୁଁଛନ୍ତି । ବିଭିନ୍ନ କାରଣ ଦର୍ଶାଇ ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରୁ ସହରାଞ୍ଚଳକୁ ବଦଳି ହୋଇଯାଉଛନ୍ତି । ଯାହା ଫଳରେ ଅନେକ ସ୍କୁଲରେ  ଆବଶ୍ୟକତାଠୁ ଅଧିକ ଶିକ୍ଷକ ରହୁଥିବା ବେଳେ ଆଉ ଅନେକ ସ୍କୁଲରେ ଶିକ୍ଷକ  ମରୁଡ଼ି ଦେଖିବାକୁ ମିଳୁଛି । ଯାହା ଫଳରେ ପାଠପଢ଼ାରେ ବାଧାପ୍ରାପ୍ତ ହେଉଛି । ଏନେଇ ବିଭିନ୍ନ ସମୟରେ ଅଭିଯୋଗ ପତ୍ର ବିଭିନ୍ନ ମାଧ୍ୟମରେ ଆସୁଛି । ଏହାକୁ  ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି କଡ଼ା ନିଷ୍ପତ୍ତି ନିଆଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.