ନିର୍ବାଚନ ଖବର
  • ଶ୍ରୀମନ୍ଦିର ସୁରକ୍ଷା ଉପରେ ପୁଣି ଉଠିଲା ପ୍ରଶ୍ନ। ଶ୍ରୀମନ୍ଦିର ଭିତର ବେଢାର ଫଟୋ ଭାଇରାଲ
  • ||
  • ପୁରୀ ବାଣ ବିସ୍ଫୋରଣ ଘଟଣା, SCBରୁ ଡିସଚାର୍ଜ ହେଲେ ୨ ଗୁରୁତର, ବିଭିନ୍ନ ହସ୍ପିଟାଲରେ ୧୫ ଜଣ ଚିକିତ୍ସିତ
  • ||
  • ନବୀନଙ୍କ ୫ମ ପାଳିର ଅନ୍ତିମ କ୍ୟାବିନେଟ ବୈଠକ ଶେଷ..ଷୋଡଶ ବିଧାନସଭା ଭଙ୍ଗ ସୁପାରିସ୍ ନେଇ ବାଜିଲା ମୋହର
  • ||
  • ଭୂକମ୍ପରେ ଥରିଲା ଜାପାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୯ ରେକର୍ଡ
  • ||
  • ନୀଳଗିରି: ଦଳିଦେଲା କୂଳଡିହା ହାତୀ, ଅଳ୍ପକେ ବର୍ତିଲେ ଛାତ୍ରୀ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪ରେ ପ୍ରଥମ ସୁପର ଓଭର, ଓମାନକୁ ପରାସ୍ତ କଲା ନାମିବିୟା
  • ||
  • ସମ୍ବଲପୁରରେ ନିର୍ମାଣଧିନ ପୋଲ ଉପରୁ ଖସିପଡିଲା ବୋଲେରୋ, ୨ ମୃତ, ୮ରୁ ଅଧିକ ଆହତ
  • ||
  • ଭୋଟ ଗଣତି କାଉଣ୍ଟଡାଉନ୍‌,ମଙ୍ଗଳବାର ବାହାରିବ ଫଳ, ରାଜ୍ୟର ୧୬୮ କେନ୍ଦ୍ରରେ ହେବ ଗଣତି
  • ||
  • ଏମ୍ପି ରାଜଗଡ଼ରେ ଭୟଙ୍କର ଦୁର୍ଘଟଣା, ଟ୍ରାକ୍ଟର ଓଲଟି ୧୩ ମୃତ, ବିବାହ ଉତ୍ସବକୁ ଯାଉଥିଲେ
  • ||
  • ରଥଖଳା ହାଲ୍‌ଚାଲ୍‌...୩୨ ଚକ ଶେଷ, ଯୋକା ଆରମ୍ଭ, ଆଜି ମୁହାଁଟ ବିନ୍ଧ ଅନୁକୂଳ
  • ||
  • ଗାଡି ଚାଳକଙ୍କ ପକେଟକୁ ମହଙ୍ଗା ମାଡ଼, ସୋମବାରଠୁ ଦେଶବ୍ୟାପୀ ଟୋଲ୍‌ ଦେୟ ୩ରୁ୫% ବୃଦ୍ଧି
  • ||
  • ଆହୁରି ଦୁଇ ଦିନ ପ୍ରଚଣ୍ଡ ତାତି, ପଶ୍ଚିମ ଓଡ଼ିଶାରେ ଭୀଷଣ ଗ୍ରୀଷ୍ମପ୍ରବାହ: ଜୁନ୍‌ ୧୫ ଆଗରୁ ମୌସୁମୀ ବର୍ଷା ହେବନି
  • ||

ପିଲାଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ପ୍ରାଧାନ୍ୟ, ସ୍କୁଲରେ ରହିବ ଡିଜିଟାଲ ଥର୍ମୋମିଟର ଓ ମାଇକ୍

ଭୁବନେଶ୍ୱର, ୨୨/୦୫ : ପାଠପଢ଼ା ସହ ସ୍କୁଲ ସମୟରେ ପିଲାଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ । ଜରୁରିକାଳୀନ ସମୟରେ ବିପଦକୁ ଏଡ଼ାଇବା ପାଇଁ ନିଆଯିବ ପଦକ୍ଷେପ । ସ୍କୁଲରେ ରହିବ ସ୍ୱାସ୍ଥ୍ୟ ପଞ୍ଜୀକରଣ ଖାତା । ପିଲାଙ୍କୁ ସ୍କୁଲ ଡାଏରୀରେ ମଧ୍ୟ ଗୋଟିଏ ଫେଜ୍‌ର ସ୍ୱାସ୍ଥ୍ୟ ସଂପର୍କିତ ରେକର୍ଡକୁ ଉଲ୍ଲେଖ ରଖାଯିବ । ଫାଷ୍ଟଏଡ୍‌ ବକ୍ସ ରହିବ । ନିୟମିତ ଭାବେ ଔଷଧକୁ ବଦଳାଯିବ । ଏଥିସହ ଜ୍ୱର ମାପିବା ପାଇଁ ରହିବ ଡିଜିଟାଲ୍‌ ଥର୍ମୋମିଟର । ସାନିଟାଇଜର ଓ ହ୍ୟାଣ୍ଡ ୱାସ୍‌ । ସ୍କୁଲ ସୁରକ୍ଷା ସପ୍ତାହ ଅବସରରେ ଚଳିତବର୍ଷ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସ୍ୱତନ୍ତ୍ର ପଦକ୍ଷେପ ନେଇଛି । 

ଆଗରୁ ସ୍କୁଲ ସୁରକ୍ଷା ଦିବସକୁ ଏତେ ପ୍ରାଧ୍ୟାନ୍ୟ ଦେଉନଥିବା ବେଳେ ଚଳିତ ବର୍ଷ ଜୁନ୍‌ ୧୯ରୁ ୨୫ ତାରିଖ ମଧ୍ୟରେ ୫ ଧରି ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯିବ । ସମସ୍ତ ସରକାରୀ ସ୍କୁଲର ପିଲାଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ନେଇ ତତ୍ପର ହୋଇଛି ଗଣଶିକ୍ଷା ବିଭାଗ । କେବଳ ଏତିକି ନୁହେଁ ଶିକ୍ଷା କ୍ଷେତ୍ରରେ ପିଲାଙ୍କର ଅଭିବୃଦ୍ଧି ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବ ଗଣଶିକ୍ଷା ବିଭାଗ । ଏଥିପାଇଁ ସ୍କୁଲ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯିବ । ପିଲାଙ୍କ ମଧ୍ୟରେ ସ୍କୁଲର ସୁରକ୍ଷାକୁ ନେଇ ସଚେତନ କରାଯିବ । ସାଇବର ସିକ୍ୟୁରିଟି ପାଇଁ ପଦକ୍ଷେପ ନିଆଯିବ । ପିଲା ଓ ସ୍କୁଲର ସୁରକ୍ଷା ପାଇଁ ଚଳିତବର୍ଷ ବିଭିନ୍ନ ପଦକ୍ଷେପ ନିଆଯିବ । ସ୍କୁଲର ବିପଦପୂର୍ଣ୍ଣ ସ୍ଥାନକୁ ଚିହ୍ନଟ କରାଯିବ । ସୁରକ୍ଷା ଓ ଶିକ୍ଷା ପରିବେଶ ସହଯୋଗୀ କ୍ୟାମ୍ପସ ପ୍ରସ୍ତୁତ କରାଯିବ । ଶିକ୍ଷକମାନେ ସ୍କୁଲ ଆସିବା ବେଳେ କ୍ୟାମ୍ପସ, ଶୌଚାଳୟ ସଫାକୁ ତଦାରଖ କରିବେ । ସମସ୍ତ ଉପକରଣ ଚାଲୁଛି କି ନାହିଁ ତାକୁ ସୁନିଶ୍ଚିତ କରିବେ । କ୍ୟାମ୍ପସରେ ସ୍କୁଲ ସୁରକ୍ଷା ଶପଥର ଡିସ୍‌ପ୍ଲେ ଲାଗିବ । ସ୍କୁଲ ବିପର୍ଯ୍ୟୟ ପରିଚାଳନା ଯୋଜନା ପାଇଁ ପ୍ରସ୍ତୁତ କରାଯିବ । 

ପୂରା କ୍ୟାମ୍ପସର ମ୍ୟାପ୍‌କୁ ସାଇନେଜ୍‌ ମାଧ୍ୟମରେ ଦେଖାଯାଉଥିବା ସ୍ଥାନରେ ଲଗାଯିବ । ସ୍କୁଲ ଫାଟକ, ଶିଡ଼ି ଆଦି ସ୍ଥାନକୁ ସଫା ସହ ଖାଲି ରଖାଯିବ । ପାଣି ଜମୁଥିବା ଅଞ୍ଚଳରେ ସଫା ରଖାଯିବ । କ୍ଲାସରୁମ୍‌ ସିଲିଂରେ ଲାଗିଥିବା ଫ୍ୟାନ୍‌ ଓ ଲାଇଟ୍‌, ସୁଇଚ୍‌ ବୋର୍ଡ, ମେନ୍‌ ସୁଇଚ୍‌ର କାର୍ଯ୍ୟ ଦକ୍ଷତାକୁ ଯାଞ୍ଚ ହେବ । ପିଲାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ମଧ୍ୟ ନିଆଯିବ ପଦକ୍ଷେପ । ପ୍ରାଥମିକ ଚିକିତ୍ସା ବାକ୍ସ ରହିବ । ଏହାକୁ ନିୟମିତ ପୂରଣ କରାଯିବ ଓ ଏକ୍ସପାଏରି ମେଡିସିନ୍‌ ବଦଳାଯିବ । ସୁରକ୍ଷିତ ପାନୀୟ ଜଳ ଦିଆଯିବ । ପ୍ରତି ସପ୍ତାହରେ ସ୍କୁଲ ହେଲ୍‌ଥ ରେଜିଷ୍ଟରରେ ପିଲାଙ୍କ ସ୍ୱାସ୍ଥ୍ୟ ବିଷୟରେ ଉଲ୍ଲେଖ କରି ରେକର୍ଡ କରାଯିବ । ଜରୁରିକାଳୀନ ବେଲ୍‌ ରହିବ । କିଛି ଜରୁରି ସୂଚନା ଘୋଷଣା ପାଇଁ ସାଉଣ୍ଡ ସିଷ୍ଟମ୍‌ ତଥା ମାଇକ୍‌କୁ ସ୍ଥାପନ କରାଯିବ । ସାନିଟାଇଜର, ହ୍ୟାଣ୍ଡୱାସ ସହ ଡିଜିଟାଲ୍‌ ଥର୍ମୋମିଟର ରଖାଯିବ । ପିଲାଙ୍କୁ ସୁରକ୍ଷା ଜନିତ ସମସ୍ୟାର ଅଭିଯୋଗ ପାଇଁ ରହିବ ଅଭିଯୋଗ ବାକ୍ସ । ଆସନ୍ତା ୧୯ ଜୁନ୍‌ରୁ ସ୍କୁଲ ସୁରକ୍ଷା ସପ୍ତାହ ପାଳନ କରାଯିବ । ୨୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଆକ୍ଟିଭିଟି କରାଯିବ । ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ସମସ୍ତ ଏକ ଗାଇଡ୍‌ଲାଇନ ଜାରି କରାଯାଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.