ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଉଦ୍ଧବ ଠାକରେଙ୍କୁ ନୋଟିସ୍‌ ପଠାଇଲେ ନିର୍ବାଚନ ଆୟୋଗ

Image Courtesy: abplive

ମୁମ୍ବାଇ: ଲୋକସଭା ନିର୍ବାଚନ ୨୦୨୪ର ଫଳାଫଳ ଆସିବା ପୂର୍ବରୁ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେଙ୍କୁ ନୋଟିସ ପଠାଇଛନ୍ତି । ମହାରାଷ୍ଟ୍ରରେ ଶେଷ ପର୍ଯ୍ୟାୟ ନିର୍ବାଚନରେ ମୁମ୍ବାଇରେ ଧିମା ମତଦାନ ଲାଗି ଉଦ୍ଧବ ଠାକରେ ନିର୍ବାଚନ ଆୟୋଗଙ୍କୁ ଦାୟୀ କରିଥିଲେ । ଏହି ଅଭିଯୋଗ ଉପରେ ସମୀକ୍ଷା କରିବା ପରେ ନିର୍ବାଚନ ଆୟୋଗ ତାଙ୍କୁ ନୋଟିସ ପଠାଇଛନ୍ତି । ଏହା ପୂର୍ବରୁ ଠାକରେଙ୍କୁ ମେ ୩୦ ତାରିଖରେ ନୋଟିସ ପଠାଇଥିଲେ ନିର୍ବାଚନ ଆୟୋଗ । 

ସେପଟେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସୋମବାର (୩ ଜୁନ୍‌) କହିଛନ୍ତି ଯେ, ନିର୍ବାଚନ ଆୟୋଗ ନିର୍ବାଚନ ପ୍ରକ୍ରିୟାରେ ନିରପେକ୍ଷତା ଆଣିବାକୁ ଅନକେ ବଡ଼ ନେତାଙ୍କୁ ନୋଟିସ ପଠାଇଛନ୍ତି । କେତେକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସେହିଭଳି କେତେକ ବରିଷ୍ଠ ଅଧିକାରୀଙ୍କୁ ବଦଳି କରାଯାଇଛି । 

ଅନ୍ୟପକ୍ଷରେ, ନିର୍ବାଚନ ଆୟୋଗ ୧୮ ତମ ଲୋକସଭା ନିର୍ବାଚନରେ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧୀୟ ୧୪ଟି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଫଳରେ ୧୩ଟି ନୋଟିସ୍‌ ଜାରି କରାଯାଇଛି । ୩ ଜଣ ନେତାଙ୍କ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଯାଇଛି ।

 ନିର୍ବାଚନ ଆୟୋଗଙ୍କ ଓ୍ବେବସାଇଟ୍‌ରେ ଉପଲବ୍ଧ ନୋଟିସ ଏବଂ ନିର୍ଦେଶ ଅନୁସାରେ, ଆୟୋଗ ୧୪ଟି ମାମଲାକୁ ସିଧାସଳଖ ଗ୍ରହଣ କରିଥିବା ବେଳେ ୧୩ଟି ନୋଟିସ ଜାରି କରିଛନ୍ତି । ସେହିଭଳି ବିଆରଏସ୍‌ର ଅଭିଯୋଗ ଆଧାରରେ ନିର୍ବାଚନ ଆୟୋଗ ବିନା ନୋଟିସ୍‌ରେ କଂଗ୍ରେସ ନେତା ଏବଂ ତେଲେଙ୍ଗାନା ମନ୍ତ୍ରୀ କୋଣ୍ଡା ସୁରେଖାଙ୍କ ବିରୋଧରେ ଆକ୍ସନ ନେଇଛନ୍ତି । ସୁରେଖା ବ୍ୟକ୍ତିଗତ ଭାବରେ ବିଆରଏସ ନେତା କେଟି ରାମାରାଓଙ୍କ ବିରୋଧରେ ଅଭିଯୋଗ ଆଣି ଆଚରଣ ବିଧି ଉଲ୍ଲଂଘନ କରିଥିଲେ । 

୧୪ଟି ମାମଲା ମଧ୍ୟରୁ ୫ଟିରେ ବିଜେପି ନେତାଙ୍କ ସଂପୃକ୍ତି ରହିଛି । ଏହା ବ୍ୟତୀତ ୪ କଂଗ୍ରେସ ନେତା ଏବଂ ଜଣେ ଲେଖାଏଁ ଟିଡିପି, ଆପ, ଓ୍ବାଇଏସଆର କଂଗ୍ରେସ, ବିଆରଏସ୍‌ ଏବଂ ଟିଏମସି ବିରୋଧରେ ମାମଲା ହୋଇଥିଲା । ସେହିଭଳି ଏପ୍ରିଲ ୫ରେ ନିର୍ବାଚନ ଆୟୋଗ ଦିଲ୍ଲୀ ମନ୍ତ୍ରୀ ଆତିଶୀ ଏବଂ ମେ’ ୧୮ରେ ପଶ୍ଚିମବଙ୍ଗର ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାରଙ୍କୁ ନୋଟିସ ପଠାଇଥିଲେ ।  

 

  • shiv sena
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.