ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜାମ୍ମୁ କାଶ୍ମୀରରେ ଖୁବଶୀଘ୍ର ବିଧାନସଭା ନିର୍ବାଚନ, ସାମ୍ବାଦିକ ସମ୍ମିଳନୀରେ ଉତ୍ତର ରଖିଲେ ମୁଖ୍ୟ ନିର୍ବାଚନ କମିଶନର...

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳାଫଳର ଗୋଟିଏ ଦିନ ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର ସୋମବାର (ଜୁନ୍ ୩) ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ସମୟରେ ସେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ସମେତ ଅନେକ ପ୍ରସଙ୍ଗ ବିଷୟରେ କହିଛନ୍ତି । ଏଥିସହ ଜାମ୍ମୁ କାଶ୍ମୀରରେ କେବେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ସେ ମଧ୍ୟ ଉତ୍ତର ଦେଇଛନ୍ତି ।

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ, ଜାମ୍ମୁ କାଶ୍ମୀରର କେନ୍ଦ୍ରଶାସିତ ଅଞ୍ଚଳରେ ନିର୍ବାଚନ ଆୟୋଗ ଖୁବ ଶୀଘ୍ର ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବେ । ଭୋଟରଙ୍କ ମତଦାନକୁ ନେଇ ଆମେ ବହୁତ ଉତ୍ସାହିତ ଏବଂ ଖୁବ୍ ଶୀଘ୍ର ସେଠାରେ ବିଧାନସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବୁ ।

ରାଜୀବ କୁମାର କହିଛନ୍ତି, "ଏଥର ଚାରି ଦଶନ୍ଧି ମଧ୍ୟରେ ଜାମ୍ମୁ କାଶ୍ମୀରରେ ଲୋକସଭା ନିର୍ବାଚନ ସମୟରେ ୫୮.୫୮ ପ୍ରତିଶତ ଭୋଟ୍ ରେକର୍ଡ ହୋଇଥିବା ବେଳେ ଘାଟିରେ ୫୧.୦୫ ପ୍ରତିଶତ ଭୋଟ୍ ରେକର୍ଡ କରାଯାଇଛି । ନିର୍ବାଚନ ଆୟୋଗ ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ କରିବେ । ଲୋକସଭା ନିର୍ବାଚନ ପରେ ତୁରନ୍ତ ଏହା କରିବାକୁ ପ୍ରତିଶ୍ରୁତିବଦ୍ଧ । 

ତେବେ ଜାମ୍ମୁ କାଶ୍ମୀରରେ ଲୋକସଭା ଓ ବିଧାନସଭା ଏକାଠି ନହେବା ପ୍ରଶ୍ନର ମଧ୍ୟ ଉତ୍ତର ରଖିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ସେ କହିଛନ୍ତି, “ଜାମ୍ମୁ କାଶ୍ମୀରର ସମସ୍ତ ଦଳ କହିଛନ୍ତି ଯେ ସଂସଦୀୟ ନିର୍ବାଚନ ସହିତ ବିଧାନସଭା ନିର୍ବାଚନ ମଧ୍ୟ କରାଯିବା ଉଚିତ, କିନ୍ତୁ ଏହା ଏକକାଳୀନ ଅନୁଷ୍ଠିତ ହୋଇପାରିବ ନାହିଁ । ପ୍ରତ୍ୟେକ ବିଧାନସଭା  ନିର୍ବାଚନମଣ୍ଡଳୀରେ ୧୦-୧୨ ଜଣ ପ୍ରାର୍ଥୀ ରହିବେ, ଅର୍ଥାତ୍ ୧ ହଜାରରୁ ଅଧିକ ପ୍ରାର୍ଥୀ ରହିବେ । ପ୍ରତ୍ୟେକ ପ୍ରାର୍ଥୀଙ୍କୁ ସୁରକ୍ଷା ବଳ ଯୋଗାଇବାକୁ ପଡିବ । ଏହି ସମୟରେ ଏହା ସମ୍ଭବ ନୁହେଁ । 

ସୂଚନାଥାଉକିଯେ, ଜାମ୍ମୁ କାଶ୍ମୀରରେ ପାଞ୍ଚଟି ଲୋକସଭା ଆସନ ଅଛି, ଯେଉଁଥିରେ ଜାମ୍ମୁ, ଉଦ୍ଧମପୁର, ଶ୍ରୀନଗର, ବାରାମୁଲ୍ଲା ଏବଂ ଅନନ୍ତନାଗ-ରାଜୌରୀ ଆସନ ରହିଛି । ୨୦୧୯ ରେ ଧାରା ୩୭୦ ରଦ୍ଦ ହେବା ପରେ ଜାମ୍ମୁ କାଶ୍ମୀରରେ ଏହା ପ୍ରଥମ ଥର ପାଇଁ ନିର୍ବାଚନ ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.