ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଓଏସ୍‌ଏସ୍‌ଟିଇଟି ଫଳ କେବେ ? ୩ ମାସ ହେଲା ସରିଲାଣି ମୂଲ୍ୟାୟନ...

କଟକ,୦୩/୦୬: ୨୦୨୩ ଜାନୁଆରୀ ମାସରେ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଓଡ଼ିଶା ସେକେଣ୍ଡାରୀ ସ୍କୁଲ୍‌  ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସ୍‌ଏସ୍‌ଟିଇଟି) ଅନୁଷ୍ଠିତ  ହୋଇଥିଲା । ଓଏମ୍‌ଆର୍‌ ସିଟ୍‌ରେ ହୋଇଥିବା ଏହି  ପରୀକ୍ଷାର ମୂଲ୍ୟାୟନ ପ୍ରକ୍ରିୟା ଦୀର୍ଘ ୩ ମାସ ହେଲା ଶେଷ  ହୋଇସାରିଥିଲେ ମଧ୍ୟ ଅଦ୍ୟାବଧି ଫଳ ପ୍ରକାଶ ପାଇନାହିଁ ।  ପ୍ରଶ୍ନପତ୍ରର ଉତ୍ତର ବୋର୍ଡ ୱେବ୍‌ସାଇଟ୍‌ରେ ଅପଲୋଡ୍‌  କରାଯାଇଥିବାରୁ ଖୁବ ଶୀଘ୍ର ରେଜଲ୍ଟ ପ୍ରକାଶ ପାଇବ ବୋଲି  ହାଇସ୍କୁଲ୍‌ ଶିକ୍ଷକ ଚାକିରି ଆଶାୟୀ ପ୍ରାର୍ଥୀମାନେ ଆଶା ରଖିଥିଲେ  ମଧ୍ୟ ପରୀକ୍ଷା ଫଳ ପ୍ରକାଶ ପାଇପାରୁନାହିଁ । ମାଟ୍ରିକ୍‌ ପରୀକ୍ଷା  ପୂର୍ବରୁ ଓଏସ୍‌ଏସ୍‌ଟିଇଟି ହୋଇଥିଲା । ଇତିମଧ୍ୟରେ ମାଟ୍ରିକ୍‌  ପରୀକ୍ଷା ଫଳ ପ୍ରକାଶ ପାଇ କୃତୀ ପରୀକ୍ଷାର୍ଥୀମାନେ ସାର୍ଟିଫିକେଟ୍‌  ପାଇ ସାରିଥିବା ବେଳେ ଓଏସ୍‌ଏସ୍‌ଟିଇଟି ପରୀକ୍ଷା ଫଳ ପ୍ରକାଶ  ପାଇବାର ନାଁ ଗନ୍ଧ ନାହିଁ । ବୋର୍ଡ ପକ୍ଷରୁ ପରୀକ୍ଷା ଫଳ  ପ୍ରକାଶରେ ବିଳମ୍ବର କାରଣ ସମ୍ପର୍କରେ କୌଣସି ଅଧିକାରୀ  କିଛି କହୁନଥିବା ବେଳେ ଖୁବ ଶୀଘ୍ର ପ୍ରକାଶ ପାଇବ ବୋଲି  କେବଳ କୁହାଯାଉଛି । ଅନ୍ୟପକ୍ଷରେ ପରୀକ୍ଷା ଶେଷ ହେବାର  ୬ ମାସ ଭିତରେ ରେଜଲ୍ଟ ପ୍ରକାଶ ନକରିବା ଦୁର୍ଭାଗ୍ୟଜନକ  ବୋଲି ପରୀକ୍ଷାର୍ଥୀମାନେ କହିଛନ୍ତି ।   

ମିଳିଥିବା ସୂଚନା ଅନୁସାରେ, ଓଏସ୍‌ଏସ୍‌ଟିଇଟି-୨୦୨୩  ପରୀକ୍ଷା ଜାନୁଆରୀ ୧୯ରେ ହୋଇଥିଲା । ରାଜ୍ୟବ୍ୟାପୀ ୪୮  ହଜାରରୁ ଅଧିକ ପରୀକ୍ଷାର୍ଥୀ ଏ ପରୀକ୍ଷା ଦେଇଥିଲେ । ୧୫୦  ନମ୍ବର ବିଶିଷ୍ଟ ଏହି ପରୀକ୍ଷାରେ ସ୍ୱଚ୍ଛତା ବଜାୟ ରଖିବା ଲାଗି  ଡିଜି ଲକରରେ ପ୍ରଶ୍ନପତ୍ର ବିଭିନ୍ନ ସେଣ୍ଟରକୁ ଯିବା ସହ  ଅନେକ କଟକଣା ଭିତରେ ପରୀକ୍ଷା ଆୟୋଜନ ହୋଇଥିଲା ।  ପରୀକ୍ଷା ଶେଷ ହେବା ପରେ ଗତ ମାର୍ଚ୍ଚରେ ପ୍ରଶ୍ନର ଉତ୍ତର  ବୋର୍ଡ ୱେବ୍‌ସାଇଟ୍‌ରେ ଅପଲୋଡ୍‌ କରଯାଇଥିଲା । ଉତ୍ତର  ସମ୍ପର୍କରେ ଯଦି କୌଣସି ପରୀକ୍ଷାର୍ଥୀଙ୍କ ମନରେ ଦ୍ୱନ୍ଦ୍ୱ ଥାଏ ଏହାକୁ ଚାଲେଞ୍ଜ କରିବା ଲାଗି ବୋର୍ଡ ପକ୍ଷରୁ ପରୀକ୍ଷାର୍ଥୀଙ୍କୁ  ସୁଯୋଗ ଦିଆଯାଇଥିଲା ।

ପ୍ରତ୍ୟେକଟି ଚାଲେଞ୍ଜ୍‌କୁ ବୋର୍ଡର  ବିଶେଷଜ୍ଞ ଦଳ ତର୍ଜମା କରିବା ପରେ ଫଳ ପ୍ରକାଶ ପାଇବ  ବୋଲି ବୋର୍ଡ ପକ୍ଷରୁ କୁହାଯାଇଥିଲା । ପୂର୍ବ ବର୍ଷ ପରି ଏଥର  ମଧ୍ୟ ରାଜ୍ୟ ବାହାରର ଏକ ଫାର୍ମ ହାଉସ୍‌ରେ କମ୍ପ୍ୟୁଟରରେ  ମୂଲ୍ୟାୟନ ହୋଇଥିଲା ।  ମୂଲ୍ୟାୟନ ପ୍ରକ୍ରିୟା  ଶେଷ ହୋଇଥିଲେ  ହେଁ ପରୀକ୍ଷା ଫଳ  ପ୍ରକାଶନରେ ବିଳମ୍ବକୁ  ନେଇ ପରୀକ୍ଷାର୍ଥୀମାନେ  ଆପତ୍ତି ଉଠାଇଛନ୍ତି । ଏନେଇ ଶିକ୍ଷାବିତ୍‌ଙ୍କ  ମହଲରେ ବି ପ୍ରତିକ୍ରିୟା ପ୍ରକାଶ ପାଇଛି । ଓଏସ୍‌ଏସ୍‌ଟିଇଟିରେ  ସାଧାରଣ ବର୍ଗର ପରୀକ୍ଷାର୍ଥୀଙ୍କ ପାଇଁ ପାସ୍‌ ନମ୍ବର ୬୮ ରହିଥିବା ବେଳେ ଅନୁସୂଚିତ ଜାତି, ଜନଜାତି, ପଛୁଆ  ବର୍ଗ ଓ ଭିନ୍ନକ୍ଷମଙ୍କ ଲାଗି ୫୩ ନମ୍ବର ରହିଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.