ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଡ୍‌ଭେଞ୍ଚର କମେଡିରେ ଦିଶା, ‘ୱେଲକମ୍‌ ଟୁ ଜଙ୍ଗଲ’ରେ ଅକ୍ଷୟଙ୍କ ସହ ଆସିବେ ନଜର

ନୂଆଦିଲ୍ଲୀ ୦୩/୦୬: ୨୦୧୬ ମସିହାରେ ‘ଏମ୍‌.ଏସ୍‌.ଧୋନି: ଦ ଅନଟୋଲ୍ଡ ଷ୍ଟୋରି’ ମାଧ୍ୟମରେ ବଲିଉଡ୍‌ ଡେବ୍ୟୁ କରିଥିଲେ ଅଭିନେତ୍ରୀ ଦିଶା ପଟାନି । ସେହି ଫିଲ୍ମରେ ତାଙ୍କର ଅଭିନୟକୁ ଖୁବ୍‌ ପ୍ରଶଂସା କରାଯାଇଥିଲା । ପରବର୍ତ୍ତୀ ସମୟରେ ଆସିଥିବା ‘ଭାରତ’, ‘ମଲଙ୍ଗ’, ‘ବାଗି-୩’ ଭଳି ଫିଲ୍ମରେ ମଧ୍ୟ ଦିଶା ବେଶ୍‌ ଭଲ ପ୍ରଦର୍ଶନ କରିଥିଲେ । ଆଗକୁ ତାଙ୍କୁ ‘ୱେଲକମ୍‌ ଟୁ ଜଙ୍ଗଲ’ରେ ଦେଖିବାକୁ ମିଳିବ । 

ସେ ସଂପର୍କରେ ଏକ ସାକ୍ଷାତକାରରେ ଦିଶା କହିଛନ୍ତି, ଏହା ଏକ ଆଡ୍‌ଭେଞ୍ଚର କମେଡି । ଏଥିରେ ଅକ୍ଷୟ କୁମାରଙ୍କ ସହିତ ଦର୍ଶକେ ମୋତେ ପ୍ରଥମ ଥର ଲାଗି ଦେଖିବାକୁ ପାଇବେ । ଫିଲ୍ମରେ ମୋର ଭୂମିକା ଖୁବ୍‌ ଚାଲେଞ୍ଜିଂ ରହିବ । ମୋର କ୍ୟାରିୟରକୁ ଏହା ଏକ ନୂଆ ମୋଡ଼ ଦେବ ବୋଲି ଆଶା । ‘ୱେଲକମ୍‌ ଟୁ ଜଙ୍ଗଲ’ରେ ଦିଶାଙ୍କ ସହିତ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌, ସଞ୍ଜୟ ଦତ୍ତ, ଅରଶାଦ୍‌ ୱାରସୀ, ସୁନୀଲ ସେଟ୍ଟୀ ପ୍ରମୁଖଙ୍କୁ ଦେଖିବାକୁ ମିଳିବ । ଅହମ୍ମଦ ଖାନ୍‌ ଏହାର ନିର୍ଦ୍ଦେଶନା ଦେଉଥିବାବେଳେ ଏହା ଚଳିତବର୍ଷ ଡିସେମ୍ବର ୨୦ ତାରିଖରେ ରିଲିଜ୍‌ ହେବ । ଏହି ଫିଲ୍ମ ବ୍ୟତୀତ ଦିଶା ନାଗ ଅଶ୍ୱିନୀଙ୍କର ଅପ୍‌କମିଂ ‘କଲ୍‌କି ୨୮୯୮ ଏଡି’ରେ ମଧ୍ୟ ନଜର ଆସିବେ । ତାହା ଏକ ସାଇନ୍ସ ଫିକ୍ସନ୍‌ ଫିଲ୍ମ । ସେଥିରେ ତାଙ୍କ ସହିତ ଅଛନ୍ତି ଅଭିନେତା ପ୍ରଭାସ ଓ ଦୀପିକା ପାଦୁକୋନ୍‌ । ସେହିଭଳି ତାମିଲ ଫିଲ୍ମ ‘କାଙ୍ଗୁଭା’ରେ ମଧ୍ୟ ଦର୍ଶକେ ଦିଶାଙ୍କୁ ଦେଖିବାକୁ ପାଇବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.