ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୁଶାନ୍ତ ସିଂହ ରାଜପୁତଙ୍କ ଘରେ ଅଦା ଶର୍ମା ତିଆରି କଲେ ମନ୍ଦିର , କହିଲେ – ଆଉ ଏକ ଫ୍ଲୋରରେ ...

ମୁମ୍ୱାଇ : ଅଦା ଶର୍ମା ସୁଶାନ୍ତ ସିଂହ ରାଜପୁତଙ୍କ ଘରକୁ ସିଫ୍ଟ ହୋଇ ସାରିଛନ୍ତି। ଏହି କଥା କାହାକୁ ଅଛପା ନାହିଁ। ହେଲେ ସେ ଅନେକ ଦିନ ଯାଏ ଏ କଥାକୁ ଲୋକଙ୍କ ସାମନାକୁ ଆସିବାକୁ ଦେଇ ନଥିଲେ। ସୁଶାନ୍ତଙ୍କ ନିଧନ ଯେଉଁ ଆପାର୍ଟମେଣ୍ଟରେ ହୋଇଥିଲା, ତାହା ଦୀର୍ଘ ଦିନ ଧରି ଖାଲି ଥିଲା। ଲୋକେ ଅନେକ ପ୍ରକାରର ଅନ୍ଧବିଶ୍ୱାସ ପ୍ରଚାର କରୁଥିଲେ, ହେଲେ ଅଦା କହିଛନ୍ତି କି ତାଙ୍କୁ ସେଠାକୁ ଯାଇ ପଜିଟିଭ୍‌ ଫିଲ୍‌ ହେଲା। ସେ ଏବେ କହିଛନ୍ତି ସୁଶାନ୍ତଙ୍କ ଘରେ ପହଞ୍ଚିବା ପରେ ସେ ସେଠାରେ କଣ ପରିବର୍ତ୍ତନ କରାଇଛନ୍ତି। 

ଅଦା ବମ୍ୱେ ଟାଇମ୍ସ ସହ କଥାବାର୍ତ୍ତା ବେଳେ କହିଛନ୍ତି କି, ୪ ମାସ ପୂର୍ବରୁ ସେହି ଫ୍ଲାଟ୍‌କୁ ଶିଫ୍ଟ ହୋଇ ସାରିଛନ୍ତି। ସେ ଫିଲ୍ମ ଗୁଡ଼ିକ ପ୍ରମୋଟ କରୁ ଥିବାରୁ ସମୟ ମିଳୁ ନଥିଲା। ଏବେ ଫାଇନାଲି ସେଟଲ ହୋଇଛନ୍ତି। ଅଦା କହିଛନ୍ତି କି ସେ ନୂଆ ଘରକୁ ମେକଓଭର କରାଇଛନ୍ତି। ସେ ନିଜର ପୂରା ଘରକୁ ଧଳା ରଙ୍ଗରେ ପେଣ୍ଟ କରାଇଛନ୍ତି ଏବଂ ପ୍ରଥମ ଫ୍ଲୋରରେ ମନ୍ଦିର ତିଆରି କରିଛନ୍ତି। ଟପ୍‌ ଫ୍ଲୋରର ଏକ ରୁମ୍‌କୁ ମ୍ୟୁଜିକ୍‌ ରୁମ୍‌ରେ ପରିବର୍ତ୍ତନ କରିଛନ୍ତି। ରୁମ୍‌ର ଏକ କୋଠରୀକୁ ଡ୍ୟାନ୍ସ ଷ୍ଟୁଡ଼ିଓ ମଧ୍ୟ କରିଛନ୍ତି। ଟେରେସକୁ ଗାର୍ଡେନରେ ପରିଣତ କରିଛନ୍ତି , ଯେଉଁଥିରେ ସେ ନିଜର ପୁରୁଣା ଘରର ସବୁ ପ୍ଲାଣ୍ଟସକୁ ବି ନେଇ ଆସିଛନ୍ତି।

ଅଦା ଏହା ମଧ୍ୟ କହିଛନ୍ତି କି, ତାଙ୍କୁ ପଜିଟିଭି ଭାଇବ୍ସ ଆସୁଛି। କହି ରଖୁଛୁ କି ସୁଶାନ୍ତ ସିଂହ ରାଜପୁତ ମାଣ୍ଟ ବ୍ଲକ୍‌ ଆପାର୍ଟମେଣ୍ଟର ୬ଷ୍ଠ ଫ୍ଲୋରରେ ରହୁ ଥିଲେ। ସେ ଭଡାରେ ଡ୍ୟୁପ୍ଲେକ୍ସ ନେଇଥିଲେ। ରିପୋର୍ଟ ମୁତାବିକ , ତାଙ୍କର ମାସିକ ଚାର୍ଜ ୪.୫୧ ଲକ୍ଷ ଟଙ୍କା ଥିଲା। ଜୁନ ୨୦୨୦ରେ ସୁଶାନ୍ତଙ୍କୁ ପଙ୍ଖାରେ ଝୁଲୁ ଥିବାର ମିଳି ଥିଲେ। ନିଧନ ପରେ ଅନେକ ଖବର ଆସୁ ଥିଲା କି ଏହି ଫ୍ଲାଟ୍‌କୁ କେହି ଭଡ଼ାରେ ନେବାକୁ ଚାହୁଁ ନଥିଲେ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.