ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମଙ୍ଗଳବାରଠୁ ଯୁକ୍ତ ୩ ନାମଲେଖା ଆବେଦନ, ୨୬ରୁ ପ୍ରଥମ ରାଉଣ୍ଡ ମେରିଟ୍ ଲିଷ୍ଟ୍

ଭୁବନେଶ୍ୱର,୦୩/୦୬: ଯୁକ୍ତ ୩ ନାମଲେଖା  ଆବେଦନ ସୋମବାର ଠାରୁ ଆରମ୍ଭ ହେବ । ଉଚ୍ଚଶିକ୍ଷା  ବିଭାଗର ବିଜ୍ଞପ୍ତି ଅନୁଯାୟୀ, ସାମ୍‌ସ ୱେବ୍‌ସାଇଟ୍‌ରେ ଜୁନ୍‌ ୧୭ ତାରିଖ ଯାଏ ଆବେଦନ କରିବେ ଛାତ୍ରଛାତ୍ରୀ । ୧୮ ଓ  ୧୯ ତାରିଖ ଦିନ ଫର୍ମ ସଂଶୋଧନ ସୁଯୋଗ ଦିଆଯିବ।  ୨୫ ତାରିଖରେ ପ୍ରଥମ ରାଉଣ୍ଡ ଚୟନ ତାଲିକା ପ୍ରକାଶ  ପାଇବ । ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ଏହି ରାଉଣ୍ଡରେ ଚୟନ  ହୋଇଥିବା ପିଲାମାନେ ନାମ ଲେଖାଇବେ । 

ସେହିପରି  ଆସନ୍ତା ଜୁଲାଇ ୫ରେ ଦ୍ୱିତୀୟ ରାଉଣ୍ଡ ନାମଲେଖା ପାଇଁ  ଚୟନ ତାଲିକା ପ୍ରକାଶ ପାଇବ । ୬ରୁ ୯ ତାରିଖ ମଧ୍ୟରେ  ନାମଲେଖା ହେବ । ଜୁଲାଇ ୧୫ରେ ତୃତୀୟ ରାଉଣ୍ଡ  ନାମଲେଖା ପାଇଁ ଚୟନ ତାଲିକା ପ୍ରକାଶ ପାଇବ । ୧୮  ତାରିଖ ମଧ୍ୟରେ ନାମ ଲେଖାଇବେ ଚୟନ ହୋଇଥିବା  ଶିକ୍ଷାର୍ଥୀ । ଏନେଇ ସମସ୍ତ ସୂଚନା ସାମ୍‌ସ ୱେବ୍‌ସାଇଟ୍‌  www.samsodisha.gov.in ରେ ରହିଛି ।  ସୂଚନାଯୋଗ୍ୟ ଦୁଇଟି ପର୍ଯ୍ୟାୟରେ ନାମଲେଖା ହେବ ।  କଳା, ବାଣିଜ୍ୟ, ବିଜ୍ଞାନରେ ସ୍ନାତକ ନାମଲେଖା ସହ ୪  ବର୍ଷିଆ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌, ଏମ୍‌ଏଡ୍‌ ଆଦି କରାଯିବ । 

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.