ପ୍ରମୂଖ ଖବର
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ବର୍ଡର-ଗାଭାସ୍କର ଟ୍ରଫିର ସବୁଠୁ ଛୋଟ ମ୍ୟାଚ୍‌, ମାତ୍ର ଅଢେଇ ଦିନରେ ଶେଷ ହୋଇଥିଲା ଆଡିଲେଡ ଟେଷ୍ଟ୍

Published By : Prameya | December 10, 2024 10:28 AM

ଆଡିଲେଡ୍‌,୧୦/୧୨: ଚଳିତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌ ମାତ୍ର ଅଢେଇ ଦିନ  ମଧ୍ୟରେ ଶେଷ ହୋଇଥିଲା । ଅଷ୍ଟ୍ରେଲିଆ ୧୦ ୱିକେଟରେ  ଏହି ମ୍ୟାଚ ଜିତି ୧-୧ରେ  ସିରିଜ ବରାବର କରିଥିଲା ।  ଭାରତ ସବୁ ବିଭାଗରେ ବିଫଳ  ହୋଇଥିବା ବେଳେ ଅଷ୍ଟ୍ରେଲିଆ  ସହ ଅନେକ ରେକର୍ଡ ଯୋଡି  ହୋଇଯାଇଥିଲା ।  

 ଆଡିଲେଡରେ ଅଷ୍ଟ୍ରେଲିଆର  ଏହା ଅଷ୍ଟମ ଦିବାରାତ୍ର ଟେଷ୍ଟ  ବିଜୟ ରହିଥିଲା । ଏଠାରେ  ଅନୁଷ୍ଠିତ ସମସ୍ତ ଦିବା ରାତ୍ର  ଟେଷ୍ଟରେ ଅଷ୍ଟ୍ରେଲିଆ ବିଜୟ  ହାସଲ କରିଛି । ଘରୋଇ  ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଆଜି  ପର୍ଯ୍ୟନ୍ତ ମୋଟ ୧୨ଟି ଦିବା ରାତ୍ର  ଟେଷ୍ଟ ଖେଳିଛି ଓ ଏଥିରୁ ୧୧ଟି ଟେଷ୍ଟରେ  ବିଜୟୀ ହୋଇଛି । ଏକମାତ୍ର ଦଳ ଭାବେ  ୱେଷ୍ଟ ଇଣ୍ଡିଜ୍‌ ଗତ ଜାନୁଆରୀରେ ଅନୁଷ୍ଠିତ  ଦିବା ରାତ୍ର ଟେଷ୍ଟରେ ଅଷ୍ଟ୍ରେଲିଆକୁ ପରାସ୍ତ  କରିଥିଲା । ବ୍ରିସବେନର ଗାବା ଗ୍ରାଉଣ୍ଡରେ  ଉକ୍ତ ମ୍ୟାଚ୍‌ ଖେଳାଯାଇଥିଲା । 

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ  ଟେଷ୍ଟ ମଧ୍ୟରେ ଏହା ସବୁଠୁ ଛୋଟ ମ୍ୟାଚ୍‌  ରହିଥିଲା । ମୋଟ ୧୦୩୧ଟି ବଲ୍‌ ମଧ୍ୟରେ  ସମ୍ପୂର୍ଣ୍ଣ ମ୍ୟାଚ୍‌ ଶେଷ ହୋଇଥିଲା । ପୂର୍ବରୁ  ଉଭୟ ଦଳ ମଧ୍ୟରେ  ୨୦୨୩ରେ ଅନୁଷ୍ଠିତ  ଇନ୍ଦୋର ଟେଷ୍ଟ ସବୁଠୁ  ଛୋଟ ଟେଷ୍ଟ ରହିଥିଲା । ୧୧୩୫ଟି ବଲ୍‌ ମଧ୍ୟରେ  ମ୍ୟାଚର ଫଳାଫଳ ନିର୍ଣ୍ଣୟ  ହୋଇଥିଲା ।

ଭାରତୀୟ ଦଳ ଉଭୟ  ଇନିଂସରେ ମୋଟ ୪୮୬ଟି  ବଲ୍‌ର ସାମ୍ନା କରିଥିଲା ।  ୧୯୫୨ରେ ଅନୁଷ୍ଠିତ  ଇଂଲଣ୍ଡ ବିପକ୍ଷ ମାଞ୍ଚେଷ୍ଟର ଟେଷ୍ଟରେ ଭାରତ ସବୁଠୁ  କମ୍‌ ୩୪୯ଟି ବଲର  ସାମ୍ନା କରିଥିଲା । ଏହି  ତାଲିକାରେ ଆଡିଲେଡ୍‌  ଚତୁର୍ଥ ସ୍ଥାନରେ ରହିବ । 

ଏହି ମ୍ୟାଚରେ ଭାରତ ୧୦ ୱିକେଟରେ  ପରାଜିତ ହୋଇଥିଲା । ଟେଷ୍ଟ ଇତିହାସରେ  ଭାରତର ଏହା ୧୯ତମ ୧୦ ୱିକେଟ୍‌ ପରାଜୟ ରହିଥିଲା । ସର୍ବାଧିକ ଥର ୧୦ ୱିକେଟ  ପରାଜୟ ତାଲିକାରେ ଅଷ୍ଟ୍ରେଲିଆ ଶୀର୍ଷରେ  ରହିଛି । କଙ୍ଗାରୁ ଦଳ ମୋଟ୍‌ ୩୨ଥର ୧୦  ୱିକେଟରେ ପରାଜିତ ହୋଇଛି । ସେହିପରି  ଇଂଲଣ୍ଡ ୨୫ଥର ୧୦ ୱିକେଟରେ ପରାଜୟ  ବରଣ କରିଛି । 

ପ୍ୟାଟ କମିନ୍ସ ଦ୍ୱିତୀୟ ଇନିଂସରେ ୫  ୱିକେଟ ଅକ୍ତିଆର କରିଥିଲେ । ୨୦୧୮ରୁ  ଇତିମଧ୍ୟରେ ସେ ଟେଷ୍ଟ କ୍ରିକେଟରେ ୧୨ଥର  ୫ ୱିକେଟ ସଫଳତା ଅର୍ଜନ କରିଛନ୍ତି । ଗତ  ୬ ବର୍ଷ ମଧ୍ୟରେ କମିନ୍ସଙ୍କ ବ୍ୟତୀତ ନାଥାନ  ଲୟନ ଓ ବାଂଲାଦେଶର ତାଇଜୁଲ ଇସଲାମ  ମଧ୍ୟ ୧୨ଥର ଲେଖାଏଁ ୫ ୱିକେଟ ସଫଳତା  ଅର୍ଜନ କରିଛନ୍ତି । ଯଶପ୍ରୀତ ବୁମରା ଏହି  ସମୟ ମଧ୍ୟରେ ୧୧ଥର ୫ୱିକେଟ ସଫଳତା  ଅର୍ଜନ କରିଛନ୍ତି ।

ନୀତିଶ କୁମାର ରେଡ୍ଡୀ ଉଭୟ ଇନିଂସରେ  ୪୨ ରନ୍‌ ଲେଖାଏଁ ସଂଗ୍ରହ କରିଥିଲେ । ଦଳ  ପକ୍ଷରୁ ଏହା ସର୍ବାଧିକ ସ୍କୋର ରହିଥିଲା । ଟେଷ୍ଟ ଇତିହାସରେ ୪ଜଣ ଖେଳାଳି ୭ନଂ  ସ୍ଥାନରେ ବ୍ୟାଟିଂ କରି ଉଭୟ ଇନିଂସରେ  ସର୍ବାଧିକ ସ୍କୋର ସଂଗ୍ରହ କରିଛନ୍ତି । ତାଙ୍କ  ପୂର୍ବରୁ ୧୯୬୧ରେ ଇଡ଼େନ ଗାର୍ଡେନ୍ସରେ  ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଚନ୍ଦୁ  ବୋର୍ଡେ, ୨୦୧୧ରେ ବର୍ମିଂହାମରେ ଅନୁଷ୍ଠିତ  ଇଂଲଣ୍ଡ ବିପକ୍ଷ ମ୍ୟାଚରେ ମହେନ୍ଦ୍ର ସିଂହ  ଧୋନି ଓ ୨୦୧୮ରେ ଲର୍ଡ୍ସରେ ଅନୁଷ୍ଠିତ  ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଆର ଅଶ୍ୱିନ ଏହି  ସଫଳତା ଅର୍ଜନ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.