ପ୍ରମୂଖ ଖବର
  • Myntra ବିରୋଧରେ ମାମଲା ରୁଜୁ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଫେମା ଆଇନ୍ ଉଲ୍ଲଂଘନ ଅଭିଯୋଗ
  • ||
  • ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ପାଇଁ ୨ ବାଟାଲିଅନ ଗଠନକୁ ମଞ୍ଜୁରି, ୨୦୮୦ ନୂତନ ପଦବୀ ସୃଷ୍ଟି
  • ||
  • କଟକର ୨୧୦ କଲେଜ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ICC ରିପୋର୍ଟ ନଦେଲେ ହେବ କାର୍ଯ୍ୟାନୁଷ୍ଠାନ
  • ||
  • ରକ୍ଷାବନ୍ଧନରେ ମିଳିବ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ବାଦ୍‌ ପଡ଼ିଥିବା ଲକ୍ଷେ ୮୮ ହଜାର ମହିଳାଙ୍କୁ ପୁଣି ସୁଯୋଗ
  • ||
  • ବଲାଙ୍ଗୀର : ମଦଭାଟିରେ ପହଲବାନଙ୍କୁ ହତ୍ୟା ଅଭିଯୋଗ, ତଦନ୍ତ କରୁଛି ପୁଲିସ
  • ||
  • ଗୁରୁବାର ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଗ୍ୱାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା; ୪ ମୃତ, ୬ ଆହତ
  • ||
  • ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି, ଆକାଶପଥକୁ କଡ଼ାକଡ଼ି କଲେ ଦୁଇଦେଶ
  • ||
  • ଗୁରୁବାର ସୃଷ୍ଟି ହେବ ଲଘୁଚାପ : ୨୮ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଆଜିଠୁ ଚତୁର୍ଥ ଟେଷ୍ଟ : ଓଲ୍ଡ ଟ୍ରାଫୋର୍ଡରେ ଭାରତ ପାଇଁ 'କର ବା ମର', ସିରିଜ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ
  • ||
  • ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||

ଏଥର ବନ୍ୟାଞ୍ଚଳରେ ଚାଲିଲାନି ସରକାରୀ ଡ଼ଙ୍ଗା, ଯାଆସ କରିବାକୁ ମୁଣ୍ଡ ପିଛା ଭଡ଼ା ୨୨୦ ଟଙ୍କା

Published By : Rasmita Pradhan | July 23, 2025 1:33 PM

କେନ୍ଦ୍ରାପଡ଼ା/ଆଳି, ୨୩/୦୭ : ବନ୍ୟାଞ୍ଚଳରେ ପୂର୍ବରୁ ସରକାରୀ ଡଙ୍ଗା ବନ୍ଦୋବସ୍ତ କରାଯାଉଥିଲା । ଯାହାଫଳରେ ଲୋକେ ବନ୍ୟାପାଣି ଘେରରୁ ବାହାରି ଯାଆସ କରିପାରୁଥିଲେ। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆଣି ପାରୁଥିଲେ । ସ୍ୱାସ୍ଥ୍ୟସେବା ଭଳି ଗୁରୁତ୍ୱପୂର୍ଣ୍ଣ ସେବା ମଧ୍ୟ ଡଙ୍ଗା ଦ୍ୱାରା ପରିଚାଳିତ ହେଉଥିଲା । ହେଲେ ଏଥର ସେପରି କିଛି ହେଲାନି । ବନ୍ୟାକୁ ୧୩ଦିନ ବିତିଥିଲେ ମଧ୍ୟ ସରକାରୀ ଡଙ୍ଗାର ଦେଖା ମିଳିଲା ନାହିଁ । ଅନ୍ୟ କିଛି ଉପାୟ ନଥିବାରୁ ବାଧ୍ୟ ହୋଇ ଲୋକେ ବେସରକାରୀ ଡଙ୍ଗା ଉପରେ ନିର୍ଭର କରୁଛନ୍ତି । ଯାହାର ଫାଇଦା ଲୁଟୁଛନ୍ତି ଡଙ୍ଗା ମାଲିକ । ବାଇକ୍‌ ସହ ଜଣ ପିଛା ୨୨୦ରୁ ୨୫୦ ଟଙ୍କା ଆଦାୟ କରୁଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍‌ର ଧୋୟାଞ୍ଚଳରୁ ଏ ଦୁର୍ଦ୍ଦଶାର ଚିତ୍ର ଏବେ ସାମ୍ନାକୁ ଆସିଛି । ବନ୍ୟା ଯାତନାଠାରୁ ଡଙ୍ଗାଭଡ଼ା କଷ୍ଟରେ ଲୋକେ ପେଷି ହୋଇଗଲେଣି । 

ସୂଚନା ଅନୁସାରେ, ବନ୍ୟା ସମୟରେ ଆଳି ବ୍ଲକ୍‌ ଅଧୀନ ଡିମିରିପାଳ ସମେତ ୧୦ ପଞ୍ଚାୟତର ପ୍ରମୁଖ ଗମନାଗମନର ମାଧ୍ୟମ ହେଉଛି ଘୋଷଡ଼ା ଘାଟ । ଘୋଷଡ଼ାଠାରେ ଡଙ୍ଗା ଲୋକଙ୍କୁ ପାର ଉତାର୍‌ କରିଥାଏ । ପ୍ରତିବର୍ଷ ବନ୍ୟା ଆସିଲେ ୧୦ ପଞ୍ଚାୟତ ଡିମିରିପାଳ, ଦେସାହି, ପାଳିମି, ଏରଡଙ୍ଗ, ଗୋବିନ୍ଦପୁର, ଜୁଆଣିଆ, ଅର୍ଗଳ, ପେତପଡ଼ା, କେତୁଆପାଳ, ସଂସିଧା ଆଦି ପଞ୍ଚାୟତ ଜଳମଗ୍ନ ହୁଏ । ସଂସିଧା ପଞ୍ଚାୟତ ସିଧାସଳଖ ମାନପୁରକୁ ସଂଯୋଗ କରୁଥିବାରୁ ଏହି ପଞ୍ଚାୟତକୁ ଛାଡ଼ିଦେଲା ପରେ ବାକି ୯ଟି ପଞ୍ଚାୟତର ବାସିନ୍ଦା ବ୍ଲକ୍‌ ମୁଖ୍ୟାଳୟରେ ପହଞ୍ଚିବାକୁ ହେଲେ ଘୋଷଡ଼ା ଘାଟ ଦେଇ ଆସିଥାନ୍ତି । ଏଠାରେ ପହଞ୍ଚିବା ପରେ ମାନପୁର-ଡିମିରିପାଳ ରାସ୍ତା ଦେଇ ଭୂଇଁପୁର ଓ ପରେ ଆଳି ବ୍ଲକ୍‌ ମୁଖ୍ୟାଳୟରେ ପହଞ୍ଚିଥାନ୍ତି । ପେତପଡ଼ାର ବ୍ରାହ୍ମଣୀରୁ ବାହାରି ଡିମିରିପାଳଠାରେ କାଣୀ ନଦୀରେ ପଡ଼ିଥିବା ନାଳରେ ବନ୍ୟା ପାଣି ଆସିବା ଯୋଗୁଁ ଉକ୍ତ ଅଞ୍ଚଳ ଜଳ ପ୍ଲାବିତ ହୋଇଯାଏ । ତେଣୁ ଏଠାରେ ବନ୍ୟା ବିପନ୍ନଙ୍କ ସମସ୍ୟାକୁ ଆଖି ଆଗରେ ରଖି ପ୍ରତିବର୍ଷ ବନ୍ୟା ସମୟରେ ସରକାରୀ ଡଙ୍ଗା ନିୟୋଜିତ କରାଯାଇଥାଏ । ହେଲେ ଏଥର ବନ୍ୟାରେ ସରକାରୀ ଡଙ୍ଗା ବ୍ୟବସ୍ଥା କରାଯାଇନାହିଁ । ଫଳରେ ଅଞ୍ଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । 

ସରକାରୀ ଡଙ୍ଗା ନଥିବାରୁ ଘୋଷଡ଼ାର ନିକଟବର୍ତ୍ତୀ ଅଞ୍ଚଳ ଡିମିରିପାଳବାସୀଙ୍କ କଷ୍ଟ ବଢ଼ିଯାଇଛି । ଦୈନିନ୍ଦିନ ଆବଶ୍ୟକତା ପୂରଣ ପାଇଁ ବେସରକାରୀ ଡଙ୍ଗା ଉପରେ ନିର୍ଭର କରିବାକୁ ପଡୁଛି । ଡଙ୍ଗା ମାଲିକମାନେ ମୋଟା ଅଙ୍କର ଭଡ଼ା ଆଦାୟ କରୁଛନ୍ତି । ଅନ୍ୟ ବିକଳ୍ପ ନଥିବାରୁ ଲୋକେ ବାଧ୍ୟ ହୋଇ ଅତ୍ୟଧିକ ଭଡ଼ା ଦେଉଛନ୍ତି । ତା’ ବାଦ୍‌ ଅଦ୍ୟାବଧି ପଞ୍ଚାୟତରେ ସରକାରୀ ଅଧିକାରୀଙ୍କ ପାଦ ପଡ଼ିଲା ନାହିଁ । ବନ୍ୟା କ୍ଷତିକ୍ଷତି ଦୂରର କଥା ରିଲିଫ୍‌ ମୁଠେ ମଧ୍ୟ ମିଳିଲାନି । ଯାହା ଗୋଖାଦ୍ୟ ବଣ୍ଟା ହେବା ପାଇ ଆସିଛି ସମସ୍ତେ ପାଇପାରିଲେ ନାହିଁ । କାହାକୁ ମିଳିଛି ତ କିଏ ପାଇନାହିଁ । ପଞ୍ଚାୟତରେ ପିଇବା ପାଇଁ ଅନ୍ୟତମ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ପଞ୍ଚାୟତରେ ଥିବା ନଳକୂଅଗୁଡ଼ିକ ବନ୍ୟା ପାଣିରେ ବୁଡ଼ିରହିଛି । 

ପଞ୍ଚାୟତରେ ୪ ରାଜସ୍ୱ ଗ୍ରାମ ଥିବା ବେଳେ ମାହାରକୂଳ ଓ ଡିମିରପାଳଠାରେ ପାନୀୟ ଜଳ ପ୍ରକଳ୍ପ ରହିଛି । ବନ୍ୟାପାଣି ପଶି ଏଗୁଡ଼ିକ ପରିତ୍ୟକ୍ତ ହୋଇ ପଡ଼ିଥିବା ବେଳେ ଏଗୁଡ଼ିକ ବିଶୋଧନର ଆବଶ୍ୟକତା ରହିଛି । ଅନ୍ୟଥା ଏହି ପ୍ରକଳ୍ପରୁ ପିଇବା ପାଣି ବ୍ୟବହାର କରାଯାଇ ପାରିବ ନାହିଁ । କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତିଙ୍କୁ ଏ ସଂପର୍କରେ ପଚାରିବାରେ ସେ କହିଛନ୍ତି, ଆଳି ବିଡିଓ ଓ ଜିଲ୍ଲା ଜରୁରିକାଳୀନ ଅଧିକାରୀଙ୍କ ସହ ଏନେଇ ସେ କଥା ହେବେ, ବ୍ୟବସ୍ଥା କରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.