ପ୍ରମୂଖ ଖବର
  • ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ
  • ||
  • Terrorist Attack:ଭୁବନେଶ୍ଵର ଆସିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ, ରେମୁଣା ସରଗାଁରେ ହେବ ଅନ୍ତିମ ସଂସ୍କାର
  • ||
  • ସୁନ୍ଦରଗଡ ନାବାଳିକା ଦୁଷ୍କର୍ମ ଘଟଣା : ମାମଲାର ପୁନର୍ବିଚାର ପାଇଁ ତଳ କୋର୍ଟକୁ ପଠାଇ ଦେଲେ ହାଇକୋର୍ଟ
  • ||
  • ନୂଆପଡ଼ା : ଜେଠୁପାଲି ଗାଁରେ ପୋଲିସର ଚଢ଼ାଉ: ୨୩ ଜୁଆଡ଼ି ଗିରଫ, ନଗଦ ୪୮ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ଜାମ୍ମୁକାଶ୍ମୀରରେ ଫସିଲେ ରାଉରକେଲା ପର୍ଯ୍ୟଟକ, ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ଅନୁରୋଧ କଲେ ଭଉଣୀ
  • ||
  • ଖୋର୍ଦ୍ଧା : ମିଶନ ଶକ୍ତି କାଫେରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ଅପରାହ୍ନ ୫ଟାରୁ ରାତି ୧୦ଟା ଦର୍ଶନ ମନା
  • ||
  • ୱାଙ୍ଖଡ଼େ ପରାଜୟର ପ୍ରତିଶୋଧ ଉପଲ୍‌ରେ, ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ସନରାଇଜର୍ସ
  • ||
  • ବୁଧବାର କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ, ୮ରୁ ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • କନ୍ଧମାଳ : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ତିନି ଗୁରୁତର
  • ||
  • କଟକ : ଦୋଳମୁଣ୍ଡାଇ ଛକ ନିକଟସ୍ଥ ଦୋକାନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||

ଅର୍ଥନୀତିରୁ ଧୋଇଯିବ୧.୪ ଟ୍ରିଲିୟନ ଡଲାର; ଅଭିବୃଦ୍ଧିରେ ଲାଗିବ ବ୍ରେକ୍‌, ଉତ୍କଟ ହେବ ଦରଦାମ୍‌ ସମସ୍ୟା

Published By : prameya | April 2, 2025 10:20 AM

ନୂଆଦିଲ୍ଲୀ,୦୨/୦୪: ସମଗ୍ର ବିଶ୍ୱ ଉପରେ ଶୁଳ୍କ ଲଦିବ ଆମେରିକା । ବୁଧବାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିବେ ‘ଲିବରେଶନ୍‌ ଡେ’ । ଅର୍ଥନୀତିକୁ ମୁକ୍ତ କରିବା ବଦଳରେ ତାଙ୍କ କଡ଼ା ଶୁଳ୍କ ନୀତି ବିଶ୍ୱ ଅଭିବୃଦ୍ଧିରେ ଲଗାଇବ ବ୍ରେକ୍‌ । ମୁଦ୍ରାସ୍ଫୀତି ବା ଦରଦାମକୁ ତେଜିବା ସହ ଏହା ବିଶ୍ୱକୁ ଏକ ଆର୍ଥିକ ବିପର୍ଯ୍ୟୟକୁ ଠେଲିଦେବ । ଏହାସହିତ ୧.୪ ଟ୍ରିଲିୟନ ଡଲାରର ଏକ ବାଣିଜ୍ୟ ଯୁଦ୍ଧର ସୂତ୍ରପାତ ହେବ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି । ଟ୍ରମ୍ପଙ୍କ ଘୋଷଣା ମୁତାବକ, ଯେଉଁ ରାଷ୍ଟ୍ର ଆମେରିକା ଉପରେ ଯେତିକି ଶୁଳ୍କ ଲଗାଇବେ ଆମେରିକା ବି ସମାନ ମାତ୍ରାରେ ଟିକସ କଷିବ । 

ଆଷ୍ଟନ୍‌ ୟୁନିଭର୍ସିଟି ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନ ଅନୁସାରେ, ଟ୍ରମ୍ପଙ୍କ ପ୍ରସ୍ତାବିତ ୨୫% ଶୁଳ୍କ ଯୋଗୁ ବିଶ୍ୱ ଅର୍ଥନୀତିରୁ ୧.୪ ଟ୍ରିଲିୟନ ଡଲାର ଆୟ ପ୍ରଭାବିତ ହେବ । ଏହା ବିଶ୍ୱ ବାଣିଜ୍ୟକୁ ଏକ ପ୍ରକାର ପଙ୍ଗୁ କରିଦେବ । ଆମେରିକା ସହ ବାଣିଜ୍ୟ ଉପରେ ନିର୍ଭରଶୀଳ ରାଷ୍ଟ୍ରଗୁଡ଼ିକର ଜୀବନ ମାନରେ ଅବନତି ଘଟିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ବ୍ଲୁମ୍‌ବର୍ଗ ଅର୍ଥନୀତିଜ୍ଞଙ୍କ ଅନୁସାରେ, ଶୁଳ୍କ ବ୍ୟାପକ ଭାବେ ଲାଗୁ କରାଗଲେ ଆମେରିକା ଜିଡିପି ୪% ଖସିଯିବ । ୨ରୁ ୩ ବର୍ଷ ମଧ୍ୟରେ ଦରଦାମ୍‌ ୨.୫% ବଢ଼ିଯିବ । ଉପଭୋକ୍ତାଙ୍କ କ୍ରୟ କ୍ଷମତା କମିବ । ଏହି ବାଣିଜ୍ୟ ଯୁଦ୍ଧରୁ ଭାରତ, ବ୍ରିଟେନ, ଜାପାନ ଏବଂ ଦକ୍ଷିଣକୋରିଆ ଆଦି ରାଷ୍ଟ୍ରଗୁଡ଼ିକ କ୍ଷୀଣ ସମୟ ପାଇଁ ଉପକୃତ ହୋଇପାରନ୍ତି । ଅନ୍ୟ ବଜାରଗୁଡ଼ିକୁ ରାଷ୍ଟ୍ରଗୁଡ଼ିକର ବାଣିଜ୍ୟ ସମ୍ପ୍ରସାରିତ ହେବ । ଭାରତ ସମେତ ଅନ୍ୟାନ୍ୟ ରାଷ୍ଟ୍ରଗୁଡ଼ିକ ପାଇଁ ନୂଆ ନୂଆ ରପ୍ତାନି ବଜାର ସୃଷ୍ଟି ହେବ । ମେକ୍‌ ଇନ୍‌ ଇଣ୍ଡିଆ ଅଭିଯାନ ଅଧୀନରେ ବିକଶିତ ହେଉଥିବା ଇଲେକ୍ଟ୍ରୋନିକ୍ସ, ଫାର୍ମା ଏବଂ ବୟନ ଶିଳ୍ପ କ୍ଷେତ୍ରରେ ଭାରତ ଲାଗି ସମ୍ଭାବନା ସୃଷ୍ଟି ହେବ ବୋଲି ରିପୋର୍ଟରେ କୁହାଯାଇଛି ।

 ଅନ୍ୟପକ୍ଷରେ, ଆମେରିକାରୁ ଭାରତ ଶକ୍ତି, ଅନ୍ୟାନ୍ୟ ଭାରୀ ଯନ୍ତ୍ରାଂଶ ଏବଂ ହାଇଏଣ୍ଡ୍‌ କମ୍ପୋନେଣ୍ଟ ଆମଦାନି କରିଥାଏ । ବାଣିଜ୍ୟ ଯୁଦ୍ଧ ତେଜିବା ଦ୍ୱାରା ଏସବୁ ସାମଗ୍ରୀ ମହଙ୍ଗା ହୋଇଯିବ । ଜିଡିପିରେ ଆମଦାନିର ସିଂହଭାଗ ଯୋଗଦାନ ରହିଥାଏ । ଏଭଳି କ୍ଷେତ୍ରରେ ବାଣିଜ୍ୟ ଯୁଦ୍ଧ ବିଶ୍ୱ ଜିଡିପିକୁ ସଂକୁଚିତ କରିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।୧୩୨ ରାଷ୍ଟ୍ରରୁ ଦ୍ୱିପାକ୍ଷିକ ବାଣିଜ୍ୟ ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି । ଟାରିଫ୍‌ କିଙ୍ଗ୍‌ ଟ୍ରମ୍ପଙ୍କ ଶୁଳ୍କନୀତିକୁ ନେଇ ନିବେଶକ ଥରହର । ଇସ୍ପାତଠାରୁ ଆରମ୍ଭ କରି ଫାର୍ମା, ଅଟୋମୋବାଇଲ, ଅଟୋ ଉପକରଣ, ଇଲେକ୍ଟ୍ରୋନିକ୍ସ, ଗହଣା, ରତ୍ନପଥର ଆଦି ଶିଳ୍ପଗୁଡ଼ିକ ଚିନ୍ତାରେ । ଟ୍ରମ୍ପଙ୍କ ଶୁଳ୍କ ବାଣରେ ଶିଳ୍ପଗୁଡ଼ିକର ଅଣ୍ଟା ବଙ୍କା ହୋଇଯିବ କି ଏଭଳି ଆଶଙ୍କାରେ ଅଛନ୍ତି ନୀତି ନିର୍ଦ୍ଧାରକ । ଶୁଳ୍କ-ସଂକ୍ରାନ୍ତ ଅନିଶ୍ଚିତତା ମଧ୍ୟରେ ଆମେରିକାର ୱାଲ୍‌ ଷ୍ଟ୍ରିଟ୍‌ ସହିତ ସମଗ୍ର ବିଶ୍ୱ ବଜାରରେ ଦେଖାଦେଇଛି ଅସ୍ଥିରତା । ଏହାର ସିଧାସଳଖ ପ୍ରଭାବ ଆଜି ଭାରତୀୟ ଇକ୍ୱିଟି ବଜାରରେ ବି ଅନୁଭୂତ ହୋଇଛି । 

ଗତକାଲି କାରବାର ଶେଷରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ସୂଚକାଙ୍କ ସେନ୍‌ସେକ୍ସ ପ୍ରାୟ ୧୪୦୦ ପଏଣ୍ଟ ଖସିଯାଇଛି । ଏହାସହିତ ନିବେଶକଙ୍କ ସାଢ଼େ ୩ ଲକ୍ଷ କୋଟି ଟଙ୍କା ଗୋଲ୍‌ ହୋଇଯାଇଛି । ଡାଓ ଜୋନ୍ସ ଇଣ୍ଡେକ୍ସ ୦.୩% ଖସିଥିବାବେଳେ ନାସ୍‌ଡାକ୍‌ରେ ୧.୮% ପତନ ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ, ଇରାନ ଏବଂ ରୁଷ ଉପରେ ଆମେରିକାର କଟକଣା ଯୋଗୁ ଉପରମୁହାଁ ହୋଇଛି ଅଶୋଧିତ ତୈଳ । ଆଜି ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ବ୍ରେଣ୍ଟ କ୍ରୁଡ୍‌ ଦର ୭୧ ଡଲାର ପାର୍‌ କରିଯାଇଛି । ଏହା ଫେବ୍ରୁଆରୀ ଶେଷ ଭାଗରୁ ସର୍ବୋଚ୍ଚ ସ୍ତର । ମାର୍ଚ୍ଚର ଅନ୍ତିମ ଦିବସରେ ଏଥିରେ ୨.୬% ବୃଦ୍ଧି ଦେଖିବାକୁ ମିଳିଛି । 

ରୁଷ ଏବଂ ଇରାନକୁ ନେଇ ଭୂ-ରାଜନୈତିକ ଅସ୍ଥିରତା ଅଶୋଧିତ ତୈଳ ଦରକୁ ବଢ଼ାଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଯେଉଁ ରାଷ୍ଟ୍ର ରୁଷଠାରୁ ତେଲ କ୍ରୟ କରିବେ ସେମାନଙ୍କ ଉପରେ ୨୫%ରୁ ୫୦% ଶୁଳ୍କ ଲଦିବ ଆମେରିକା । ଏହା ଭାରତ ଏବଂ ଚୀନ୍‌ ଭଳି ପ୍ରମୁଖ ତୈଳ ଆମଦାନିକାରୀ ରାଷ୍ଟ୍ରଗୁଡ଼ିକୁ ବଡ଼ ଆକାରରେ ବାଧିବ । ଏହାକୁ ଦୃଷ୍ଟିରେ ରଖି ଅଶୋଧିତ ତୈଳ ନିମନ୍ତେ ଏବେ ଭାରତ ବିକଳ୍ପ ବଜାର ସନ୍ଧାନରେ ଅଛି । ରାଷ୍ଟ୍ରାୟତ୍ତ ଭାରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ ମଧ୍ୟପ୍ରାଚ୍ୟ, ନର୍ଥ ସି’ ଏବଂ ମେଡିଟେରାନିୟନ ଭଳି ସ୍ଥାନରୁ ଅତରିକ୍ତ ତୈଳ ଲାଗି ଉଦ୍ୟମ ଚଳାଇଥିବା ଏକ ସୂତ୍ରରୁ ଜଣାପଡ଼ିଛି । ଟ୍ରମ୍ପ ଏବେ ୟୁକ୍ରେନ ଯୁଦ୍ଧକୁ ଶେଷ କରିବା ପାଇଁ ଉଦ୍ୟମ ଚଳାଇଥିବାବେଳେ ରୁଷ ଏଥିରେ ବାଧା ଦେଉଥିବା ଆମେରିକା ରାଷ୍ଟ୍ରପତି ଦାବି କରୁଛନ୍ତି । 

ଏହାକୁ ଦୃଷ୍ଟିରେ ରଖି ମସ୍କୋ ଉପରେ ସେ କଟକଣା ଲଗାଉଛନ୍ତି । ଏଭଳି ଅନିଶ୍ଚିତତାର ମାହୋଲ ମଧ୍ୟରେ ସୁନାର ଚମକ ବୃଦ୍ଧି ପାଇଛି । ଭାରତ ବଜାରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ ସୁନା ଦର ଆଜି ୯୩,୦୦୦ ଟଙ୍କା ନିକଟତର ହୋଇଛି । ରିପୋର୍ଟ ଅନୁସାରେ, ଆମେରିକାର ଆକ୍ରାମକ ବାଣିଜ୍ୟ ନୀତିର ପ୍ରଭାବକୁ ପ୍ରତିହତ କରିବା ପାଇଁ ସମଗ୍ର ବିଶ୍ୱ ସମୁଦାୟ ରଣନୀତି ପ୍ରସ୍ତୁତ କରିଛନ୍ତି । ଚୀନ୍‌ କହିଛି ଯେ, ଏହା ବାଣିଜ୍ୟକୁ ସନ୍ତୁଳିତ କରିବା ପାଇଁ ଅଧିକ ଭାରତୀୟ ସାମଗ୍ରୀ କିଣିବ । ସେହିଭଳି ଯୋଗାଣ ଶୃଙ୍ଖଳକୁ ମଜଭୂତ କରିବା ଲାଗି ଏହା ଜାପାନ ଏବଂ ଦକ୍ଷିଣ କୋରିଆ ସହ ଆଲୋଚନା କରୁଥିବା ଜଣାପଡ଼ିଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.