ଗଡ଼ମଧୁପୁର, ୦୩/୦୩: ଜଣେ ଯୁବକ ନିଜ ସ୍ତ୍ରୀର ମୃତ୍ୟୁକୁ ସହ୍ୟ କରିନପାରି ଆତ୍ମହତ୍ୟା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏପରି ଘଟଣା ଦେଖିବାକୁ ମିଳିଛି ଗଡ଼ମଧୁପୁର ଅଞ୍ଚଳରେ।
ଜଣେ ଯୁବକ ନିଜ ସ୍ତ୍ରୀର ମୃତ୍ୟୁକୁ ସହ୍ୟ କରିନପାରି ମାନସିକ ଚିନ୍ତା ଗ୍ରସ୍ତ ହୋଇ ଘର ନିକଟରେ ଥିବା ଏକ ଗଛ ଉପରେ ଚଢିଯାଇଥିଲେ। ସନ୍ଧ୍ୟା ୭ ଟା ରୁ ରାତି ୧ ୧ ଟା ପର୍ଯ୍ୟନ୍ତ ଗଛରେ ଛଢି ରହି ହାଇଡ୍ରାମା କରିଥିଲେ। ମୋ ସ୍ତ୍ରୀ କୁ ମତେ ଫେରାଇ ଦିଅ, ସେ କାହିଁକି ମଲା, ମୁଁ ତାକୁ ନ ପାଇଲେ ନିଜେ ମରି ତା ନିକଟକୁ ଯିବି ଏମିତି କିଛି କହି ଚାଲିଥିଲେ। ଅଗ୍ନିଶମ ବିଭାଗ, ସ୍ଥାନୀୟ ପୁଲିସ ଏବଂ ଗାଁଲୋକ ଯୁବକଙ୍କୁ ବୁଝାସୁଝା କରି ତଳକୁ ଓହ୍ଲାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ସେ ଗଛରୁ ଓହ୍ଲାଇନଥିଲେ। କାହାରି କଥା ନଶୁଣି ଶେଷରେ ସେ ୫୦ ଫୁଟ ଉଚ୍ଚରୁ ଡେଇଁ ନିଜ ଆଜବେଷ୍ଟ ଘର ଉପରେ ପଡିଥିଲେ। ଅଗ୍ନିଶମ ବିଭାଗ ତୁରନ୍ତ ତାଙ୍କୁ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ l ସେଠାରେ ଚିକିତ୍ସା ଧୀନ ଅବସ୍ଥାରେ ଆଜିସକାଳ ପ୍ରାୟ ୭ ଟା ରେ ତାଙ୍କର ମୃତ୍ୟୁ ହୋଇଛି।
ଘଟଣା ମୁତାବକ ଜେନାପୁର ଥାନା ମଧୁପୁରଗଡ଼ ତଳସାହିର ଚୈତନ୍ୟ ଗୋଛାୟତଙ୍କ ପୁଅ ରୁପେଶ ଗୋଛାୟତ (୩୦)। ରୁପେଶଙ୍କ ସ୍ତ୍ରୀ କିଛିଦିନତଳେ ଅସୁସ୍ଥତା ହେତୁ ମୃତ୍ୟୁ ବରଣ କରିଥିଲେ l ତେବେ ସେ କାହିଁକି ମଲା, କେମିତି ମଲା କହି କହି ପରିବାର ଲୋକଙ୍କୁ ତାଗିତ କରିବା ସହିତ କୌଣସି ସନ୍ତୋଷ ଜନକ ଉତ୍ତର ପାଇନଥିଲେ l ମାନସିକ ଚିନ୍ତା ଗ୍ରସ୍ତ ହୋଇ ଏପରି କାଣ୍ଡ ଭିଆଇ ଥିବା ସ୍ଥାନୀୟ ଲୋକମାନେ କହିଛନ୍ତି l
ଆହୁରି ପଢ଼ନ୍ତୁ...ଛେଳି ଚୋରି ସନ୍ଦେହରେ ଦୁଇ ଜଣଙ୍କୁ ନିସ୍ତୁକ ପିଟିଲେ... ଜଣେ ମୃତ, ଅନ୍ୟ ଜଣେ ଗୁରୁତର
ଯୁବକ ଜଣକ ଗତ ସୋମବାର ସନ୍ଧ୍ୟା ୭ ଟାରେ ଘର ନିକଟରେ ଥିବା ଏକ ଲିମ୍ବ ଗଛରେ ପ୍ରାୟ ୫ ଘଣ୍ଟାରୁ ଉର୍ଦ୍ଧ ଚଢି ରହିଥିଲେ l ଗାଁ ଲୋକେ ତାଙ୍କୁ ସେଠାରୁ ଓହ୍ଲାଇବାକୁ ବିଭିନ୍ନ କୌଶଳ କରି ନିରାଶ ହେବାପରେ ରସୁଲପୁର ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରିଥିଲେ l ଅଗ୍ନିଶମ ବିଭାଗ ଦୀର୍ଘ ସମୟ ଧରି ବୁଝାସୁଝାକରି ନୟାନ୍ତ ହୋଇଥିଲେ ମଧ୍ୟ ବି ରାତି ପ୍ରାୟ ୧୧ ଟା ପର୍ଯ୍ୟନ୍ତ ତାଙ୍କୁ ନିଜ ଅକ୍ତିଆରକୁ ଆଣିପାରିନଥିଲେ l ଶେଷରେ ରୁପେଶ ଡେଇଁ ପଡିଥିଲେ।