ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଅନ୍ଧାରରେ ସରକାରୀ ପଲିଟେକ୍‌ନିକ; ଅଘୋଷିତ ବିଦ୍ୟୁତକାଟ ପାଇଁ ପାଠପଢ଼ା ବାଧାପ୍ରାପ୍ତ, ହୋଇପାରୁନି ସ୍ମାର୍ଟ କ୍ଲାସ୍

Published By : Swapna Ray | October 2, 2024 5:33 PM

ନବରଙ୍ଗପୁର, ୨।୧୦: ଦିନେ କି ୨ ଦିନ ନୁହେଁ । ଟାଟାପାୱାରର ମନମୁଖୀ କାର୍ଯ୍ୟ ନିୟମିତ ଚାଲିଛି । ଅଘୋଷିତ ବିଦ୍ୟୁତକାଟ୍‌ ଯୋଗୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି । ଅନ୍ତେବାସୀ ଛାତ୍ରଛାତ୍ରୀ ଅନ୍ଧାରରେ ରାତି ବିତାଉଛନ୍ତି । ନବରଙ୍ଗପୁର ସରକାରୀ ପଲିଟେକ୍ନିକ୍‌ ଅନ୍ଧାରରେ ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।  ସହରରରୁ ପ୍ରାୟ ୮ କିମି ଦୂର ଟିର୍ଲିଆମ୍ବଗୁଡାରେ ରହିଛି ଏହି ପଲିଟେକନିକ୍‌ କଲେଜ । ଏଠାକୁ ଗ୍ରାମାଞ୍ଚଳ ଫିଡର୍‌ରୁ ବିଦ୍ୟୁତ ସଂଯୋଗ ହୋଇଥିବାରୁ କେତେ ବେଳେ ଦିନରେ ବିଦ୍ୟୁତ କାଟ୍‌ ହେଉଛି ତ’ ଆଉ କେତେବେଳେ ରାତିରେ । ଏଥିପାଇଁ ପଲିଟେକ୍‌ନିକ୍‌ କଲେଜ୍‌ର ଇଞ୍ଜିନିୟରିଂ, ମେକାନିକାଲ ଓ ଇଲେକ୍ଟ୍ରିକାଲ୍‌ ଶିକ୍ଷାଦାନ ପାଇଁ ରହିଥିବା କୋଟି କୋଟି ଟଙ୍କାର ଉପକରଣ ଅବ୍ୟବହୃତ ହୋଇପଡ଼ିରହିଛି । 

ବିଦ୍ୟୁତକାଟ ଯୋଗୁ ପ୍ରାକ୍ଟିକାଲ କ୍ଲାସ୍‌ ହୋଇପାରୁନି । ସ୍ମାର୍ଟକ୍ଲାସ୍‌ ରୁମ୍‌ରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି । ଅନୁଷ୍ଠାନ ତରଫରୁ ବିଦ୍ୟୁତ୍‌ ବିଲ୍‌ ବାବାଦରେ ମାସକୁ ଲକ୍ଷାଧିକ ଟଙ୍କା ଜମା କରାଯାଉଛି । କିନ୍ତୁ ଟାଟାପାୱାର ପକ୍ଷରୁ ଉତ୍ତମ ସେବା ମିଳୁ ନଥିବା ପଲିଟେକ୍‌ନିକ୍‌ କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି । ବାରମ୍ବାର ବିଭାଗର ଦୃଷ୍ଟି ଆକର୍ଷଣ କଲେ ବି କେହି କର୍ଣ୍ଣପାତ କରୁନଥିବା କ୍ଷୋଭର ସହ କହିଛନ୍ତି । ବିଦ୍ୟୁତ ସେବା ନଥିବାରୁ ପାଠପଢ଼ା ହୋଇପାରୁନି । ଆବଶ୍ୟକ ଫ୍ୟାକଲ୍ଟି ଶିକ୍ଷକ ଅଭାବ ଆଉ ଏକ ପ୍ରମୁଖ ସମସ୍ୟା । ଏହି ଅନୁଷ୍ଠାନରେ ମୁଖ୍ୟତଃ ୪ଟି ଟ୍ରେଡ୍‌ରେ ଶିକ୍ଷାଦାନ କରାଯାଉଛି । ସିଭିଲ, ଇଲେକ୍ଟିକାଲ, ମେକାନିକାଲ ଓ ଅଟୋମୋବାଇଲ ପାଠ୍ୟକ୍ରମ । ଏଥିପାଇଁ ୨୬ଜଣ ଫ୍ୟାକଲ୍ଟି ଶିକ୍ଷକ ଦରକାର । ଅଥଚ ୧୭ ପଦବି ଖାଲିପଡ଼ିଛି । ସେମାନଙ୍କ ମଧ୍ୟରୁ ୪ଜଣ ଫ୍ୟାକଲ୍ଟି ଶିକ୍ଷକ ଦରମା ଏଠାରୁ ଉଠାଉଥିବା ବେଳେ ସେମାନେ ଜିଲ୍ଲାବାହାର ଅନ୍ୟାନ୍ୟ ପଲିଟେକ୍‌ନିକ୍‌ ଅନୁଷ୍ଠାନରେ ଶିକ୍ଷାଦାନ କରୁଛନ୍ତି । ୧୭ ଫ୍ୟାକଲ୍ଟି ଶିକ୍ଷକ ଖାଲିପଡିଥିବାରୁ ସେମାନଙ୍କ ସ୍ଥାନରେ ୧୧ଜଣ ଗେଷ୍ଟ ଫ୍ୟାକଲ୍ଟି ଶିକ୍ଷକଙ୍କୁ ନିୟୋଜିତ କରାଯାଇଛି । 

ଏ ସଂପର୍କରେ ପଲିଟେକ୍‌ନିକ କର୍ତ୍ତୃପକ୍ଷ ପି.କେ ଦାଶଙ୍କୁ ଯୋଗାଯୋଗ କରିବାରୁ କହିଛନ୍ତି, ସବୁ ପଲିଟେକ୍‌ନିକ୍‌ କଲେଜରେ ଫ୍ୟାକଲ୍ଟି ଶିକ୍ଷକ ଅଭାବ ରହିଛି । ତଥାପି ଗେଷ୍ଟ ଫ୍ୟାକଲ୍ଟିରେ ଶିକ୍ଷାଦାନ କରାଯାଉଛି । ପଲିଟେକ୍‌ନିକ୍‌ କଲେଜ ଗ୍ରାମାଞ୍ଚଳରେ ଥିବାରୁ ଅଘୋଷିତ ବିଦ୍ୟୁତକାଟ୍‌ ଚାଲିଛି । ଫଳରେ ୨୦୦ରୁ ଅଧିକ ଅନ୍ତେବାସୀ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ପ୍ରାକ୍ଟିକାଲ ବେଳେ କୌଣସି ମେସିନ୍‌ ଚାଲିପାରୁନି । ସ୍ମାର୍ଟକ୍ଲାସ୍‌ରେ ଶିକ୍ଷାଧାନ ବାଧାପ୍ରାପ୍ତ ହେଉଛି । ଏଥିପାଇଁ ବାରମ୍ବାର ଟାଟାପାୱାର କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କଲେ ବି ପ୍ରତିକାର ବ୍ୟବସ୍ଥା କରାଯାଉନି । ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେବାକୁ ଦାବି ହୋଇଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.